www.samajalive.in
Sunday, December 14, 2025
19.1 C
Bhubaneswar

ସାଧାରଣ ଜୀବନକୁ ଅର୍ଥପୂର୍ଣ୍ଣ କରିବାରେ ସହାୟକ ହୋଇଥାଏ ଧର୍ମର ଦିବ୍ୟ ଓ ପବିତ୍ର ଶାସ୍ତ୍ର

ଭୁବନେଶ୍ୱର: ଧର୍ମ ହେଉଛି ନିର୍ଦ୍ଧିଷ୍ଟ ଆଚରଣ, ଅଭ୍ୟାସ ଓ ନୈତିକତା; ଯାହା ମାନବକୁ ଅଲୌକିକ କିମ୍ବା ଆଧ୍ୟାତ୍ମିକ ଉପାଦାନ ସହିତ ଜଡ଼ିତ କରୁଥିବା ସାମାଜିକ-ସାଂସ୍କୃତିକ ବ୍ୟବସ୍ଥା। ଭିନ୍ନ ଭିନ୍ନ ଧର୍ମର ଦିବ୍ୟ ଓ ପବିତ୍ର ଶାସ୍ତ୍ର ସାଧାରଣ ଜୀବନକୁ ଅର୍ଥପୂର୍ଣ୍ଣ କରିବାରେ ସହାୟକ ହୋଇଥାଏ ବୋଲି ଅନେକ ବିଶ୍ୱାସ ରଖନ୍ତି। ପାରମ୍ପରିକ ଭାବେ କାରଣ ରହିତ ବିଶ୍ୱାସକୁ ଧାର୍ମିକ ବିଶ୍ୱସର ଉତ୍ସ ଭାବେ ବିବେଚନା କରାଯାଇଛି ବୋଲି ବହୁ ବିଶିଷ୍ଟ ବକ୍ତା ମତପ୍ରକାଶ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗ ଏବଂ ଭାରତୀୟ ଦର୍ଶନ ଓ ଗବେଷଣା ପକ୍ଷରୁ ପିଜି କାଉନସିଲହଲରେ ‘ଭାରତୀୟ ଧର୍ମ ଦର୍ଶନ’ ଶୀର୍ଷକ ଦୁଇଦିନିଆ ଜାତୀୟ ଆଲୋଚନାଚକ୍ର ଉଦଘାଟିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ ଭାରତୀୟ ଧର୍ମ ଦର୍ଶନର ମୌଳିକତା ଉପରେ ଆଲୋକପାତ କରିଥିବାବେଳେ ଏହା ପାଶ୍ଚାତ୍ୟ ଧର୍ମ ଦର୍ଶନଠାରୁ କିଭଳି ଭିନ୍ନ ତାହା ଦର୍ଶାଇଥିଲେ। ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଶାଶଙ୍କର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଭାରତୀୟ ଦର୍ଶନ ଓ ଗବେଷଣା ସଦସ୍ୟ ସଚିବ ବକ୍ତବ୍ୟ ରଖିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗ ସଂଯୋଜକ ମନୋରଞ୍ଜନ ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିବାବେଳେ ସହଯୋଗୀ ପ୍ରଫେସର ନନ୍ଦିନୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଳେ। ଡ.ସୁଧାକର ଜାଲି, ସରୋଜକାନ୍ତ କର, କବିତା ଦାସ, ପ୍ରଜ୍ଞପାରମିତା ମହାପାତ୍ର ପ୍ରମୁଖ ଆଲୋଚନାଚକ୍ରରେ ଭାଗ ନେଇଥିଲେ। ଦୁଇଦିନ ଧରି ଚାଲିବାକୁ ଥିବା ଏହି ଜାତୀୟ ଆଲୋଚନାଚକ୍ରରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଗବେଷକ ଓ ପାଠକ ଯୋଗଦେଇଛନ୍ତି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories