www.samajalive.in
Monday, December 15, 2025
24.1 C
Bhubaneswar

ନବ ବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ, ସ୍ୱାମୀ ଅଟକ

ଦେବଗଡ଼଼: ମଙ୍ଗଳବାର ବିଳମ୍ବିତ ରାତ୍ରିରେ ବାରକୋଟ ଥାନା ଅନ୍ତର୍ଗତ ସଇଡା ଗ୍ରାମରେ ଜଣେ ନବ ବିବାହିତା ମହିଳାଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଥିବା ବେଳେ ତାଙ୍କୁ ଯୌତୁକ ଜନିତ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ଏକ ହତ୍ୟା ମାମଲା ଋଜୁକରି ଘଟଣାର ତଦନ୍ତ ଆରମ୍ଭ କରିବାସହ ମହିଳାଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି। ଅଭିଯୋଗ ଅନୁଯାୟୀ ଗତ ୨୦୨୦ ମସିହା ମଇ ମାସ ୧୭ ତାରିଖରେ ବାରକୋଟ ଥାନା ଅନ୍ତର୍ଗତ ସଇଡା ଗ୍ରାମର ରବୀନ୍ଦ୍ର ଗଡ଼ନାୟକଙ୍କ ପୁଅ କୈବଲ୍ୟ ଗଡ଼ନାୟକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ବ୍ରହ୍ମାସାଧୁବାହାଳ ଗ୍ରାମର କିଶୋର ଚନ୍ଦ୍ର ଦେହୁରୀଙ୍କ ଝିଅ ସୁନୀତା ଦେହୁରୀ (୨୬)ଙ୍କୁ ପାରମ୍ପରିକ ରୀତିନୀତିରେ ବିବାହ କରିଥିଲେ ଓ ଏବେ ତାଙ୍କର ଏକ ୭ ମାସର ଶିଶୁ ପୁତ୍ର ମଧ୍ୟ ରହିଛି। ତେବେ ବିବାହର କିଛିଦିନ ପରେ ସୁନୀତାଙ୍କୁ ତାଙ୍କ ଶାଶୁ ଘର ଲୋକେ ଗାଳିଗୁଲଜ କରିବା ସହ ଶାରୀରୀକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ।

ଏକଥା ଜାଣିବା ପରେ ସୁନୀତାଙ୍କ ବାପଘର ଲୋକେ କିଛି ଯୌତୁକ କିଣି କୈବଲ୍ୟଙ୍କ ଘରେ ଦେଇଥିଲେ। ମାତ୍ର କୈବଲ୍ୟଙ୍କ ପରିବାର ଲୋକେ ଏଥିରେ ସନ୍ତୁଷ୍ଟ ନହୋଇ ବିରକ୍ତି ମନିଭାବରେ ସମସ୍ତ ଜିନିଷ ପତ୍ର ଗ୍ରହଣ କରିଥିଲେ। ବୁଧବାର ରାତ୍ରି ପ୍ରାୟ ୨ଟା ୩୦ ମିନିଟ ସମୟରେ ସୁନୀତାଙ୍କ ସ୍ୱାମୀ କୈବଲ୍ୟ ସୁନୀତାଙ୍କ ବଡଭାଇ ଉଦିତ କୁମାର ଦେହୁରୀଙ୍କୁ ‘ତୁମ ଭଉଣୀ ବେକରେ ରଶି ଲଗାଇ ଫ୍ୟାନରେ ଝୁଲି ମରିଯାଇଛି’ ବୋଲି ଫୋନରେ ଜଣାଇଥିଲେ। ସୂଚନା ପାଇ ଉଦିତ ଓ ତାଙ୍କ ପରିବାର ସଦସ୍ୟମାନେ ସୁନୀତା ଘରକୁ ଯାଇ ଦେଖିବା ବେଳକୁ ସୁନୀତାଙ୍କ ମୃତଦେହ ତାଙ୍କ ପଲଙ୍କରେ ପଡ଼ିଥିବା ଏବଂ ଶରୀରରେ କ୍ଷତ ଚିହ୍ନ ଥିବା ଦେଖିବାକୁ ପାଇଥିଲେ।

- Advertisement -

ଏହା ଦେଖି ସୁନୀତାଙ୍କୁ ସ୍ୱାମୀ କୈବଲ୍ୟ ଓ ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ସନ୍ଦେହ ହୋଇଥିଲା ଓ ଉଦୀତ ବାରକୋଟ ଥାନାରେ ଅଭିଯାଗ କରିଥିଲେ। ଅଭିଯୋଗ ଆଧାରରେ ବାରକୋଟ ଥାନା ପୁଲିସ ଏକ ହତ୍ୟା ମାମଲା ଋଜୁ କରିବା ସହ ଥାନା ଅଧିକାରୀ କନକ ମାଝୀଙ୍କ ନେତୃତ୍ୱରେ ଘଟଣା ସ୍ଥଳରେ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏଥିସହ ଅଧିକ ତଦନ୍ତ ପାଇଁ ସାଇଂଟିଫିକ ଟିମର ସହାୟତା ନେବା ସହ ମାଜଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତଦେହ ପଂଚନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡ଼ିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories