www.samajalive.in
Sunday, December 14, 2025
19.1 C
Bhubaneswar

ନୟା ଧନୁର୍ଜୟପୁରରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା

ଝୁମ୍ପୁରା: ସଂପ୍ରତି ଦେଶ ୭୫ ତମ ଆଜାଦି କା ଅମୃତ ମହୋତ୍ସବ ଦେଶରେ ପାଳନ କରୁଥିବା ବେଳେ ଏହି ଆଜାଦି ମହୋତ୍ସବକୁ ଅଧିକ ଲୋକପ୍ରିୟ କରିବା ସହିତ ସରକାରଙ୍କ ସ୍ୱାସ୍ଥ୍ୟ ସେବାକୁ ଅଧିକ ସୁଦୃଢ କରିବା ନିମନ୍ତେ ପ୍ରତି ବ୍ଲକରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଝୁମ୍ପୁରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ଝୁମ୍ପୁରା ବ୍ଲକର ନୟାଧନୁର୍ଜୟପୁର ପଞ୍ଚାୟତ ପରିସର ମଧ୍ୟରେ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀଙ୍କ ପବିତ୍ର ମୋହନ ପତିଙ୍କ ପ୍ରତ୍ୟକ୍ଷ ତ୍ୱତ୍ତାବଧାନରେ ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି।

ଏହି ମେଳାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ତଥା ଜିଲାଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଆନୁଷ୍ଠାନିକ ଭାବେ ସ୍ୱାସ୍ଥ୍ୟ ମେଳାର ଶୁଭାରମ୍ଭ କରିଥିଲେ। ସ୍ୱାସ୍ଥ୍ୟ ମେଳା ସମ୍ପକୀୟ ଏକ ସଚେତନା ସଭା ଅନୁଷ୍ଠିତ ହୋଇଥିଲା ଏହି ସଚେତନା ସଭାରେ ପାଟଣା ବିଧାୟକ ଜଗନ୍ନାଥ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ମାଳତୀ ନାଏକ, ଝୁମ୍ପୁରା ତହସିଲଦାର ପ୍ରତିଭା ପୃଷ୍ଟି, ବିଡିଓ ବିଜୟ କୁମାର ନାୟକ, ୧୮ ନମ୍ବର ଜିଲାପରିଷଦ ସଭ୍ୟ ରାଧାକାନ୍ତ ନାଏକ, ସରପଞ୍ଚ ସରସ୍ୱତୀ ନାଏକ ଏବଂ ସମିତି ସଭ୍ୟା କଳ୍ପନା ଦେହୁରୀ, ଉଖୁଣ୍ଡା ସମିତି ସଭ୍ୟଲକ୍ଷ୍ମଣ ରାଉତ, ବଡନେଉଳି ସମିତି ସଭ୍ୟ,ଦିବାକର ମହାନ୍ତ ସରପଞ୍ଚ ନିରଞ୍ଜନ ସଏ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ।

- Advertisement -

ଏହି ସଚେତନତା ସଭାରେ ଯୋଗଦାନ କରିଥିବା ଅତିଥିମାନେ ତାଙ୍କ ବକ୍ତବ୍ୟରେ କହିଲେ ସ୍ୱାସ୍ଥ୍ୟ ହିଁ ସମ୍ପଦ ସ୍ୱାସ୍ଥ୍ୟର ଯତ୍ନ ଯିଏ ଯେପରି ନେବେ ତାର ସୁରକ୍ଷା ସେହିପରି ରହିବ। ଦୁଇ ବର୍ଷ ହେଲା କରେନା ମହାମାରୀ ଦେଶକୁ କବଳିତ କରି ଦେଶବାସୀଙ୍କୁ ସର୍ବସ୍ୱାନ୍ତ କରିସାରିଛି। ଏଣୁ ଏହି ମହାମାରୀ ଠାରୁ ଦୂରେଇ ରହିବା ସହିତ ସରକାରଙ୍କ ସମସ୍ତ ନୀତି ନିୟମକୁ ଠିକ୍‍ ଭାବରେ ପାଳନ କରିବା ଦିଗରେ ସମସ୍ତେ ଯତ୍ନବାଦ ହେବା ନିତ୍ୟାନ୍ତ ଆବଶ୍ୟକ ବୋଲି କହିଥିଲେ। ତା ସହିତ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କାର୍ଡ ପ୍ରଚଳନ କରିବା ଦ୍ୱାରା ଗରିବ ଲୋକ ମାନେ ବଡଡକ୍ତରଖାନାରେ କିପରୀ ଚିକିତ୍ସା ସୁବିଧା ପାଇ ପାରିବେ ସେ ସମ୍ପର୍କରେ ମଧ୍ୟ ଅବଗତ କରିଥିଲେ। ଏହି ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳାରେ ବିଭିନ୍ନ ବିଭାଗର ଡାକ୍ତର ପି ସି ସ୍ୱାଇଁ, କ୍ଷୀରୋଦ କୁମାର ମହାନ୍ତ, ସସ୍ମିତା ନାଏକ, ମନସେତା ରାଉତ, ରୁଦ୍ର ନାରାୟଣ ବଳ, ବେଦ ପ୍ରକାଶ ନାୟକ, ତବାକ ଫିରୋଦ ପ୍ରମୁଖ ଯୋଗଦାନ କରି ରୋଗୀ ମାନଙ୍କୁ ମାଗଣାରେ ରୋଗ ପରୀକ୍ଷା କରିବା ସହିତ ମାଗଣାରେ ଔଷଧ ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ ଦାକ୍ଷା ଚୌଡା, ସୁବାଷ ଚନ୍ଦ୍ର ରାଉତ, ଅକ୍ଷୟ କୁମାର ସାହୁ, ମଧୁସ୍ମିତା ମିଶ୍ର, ସଂଞ୍ଜୟ କୁମାର ବେହେରା, ଚିନ୍ମୟ ନନ୍ଦ କିଶୋର ବାରିକ, ସଂଜିବ କୁମାର ମହାନ୍ତ,ଜିତେନ୍ଦ୍ର ଗିରି, ଦିଲିପ କୁମାର ମହାନ୍ତ, ଖଗେଶ୍ୱର ମହାନ୍ତ, ପ୍ରଫୁଲ ମହାନ୍ତ, ମମିତା ନାଏକ, ତୃପ୍ତିରଞ୍ଜନ ସେଠି, ସୀମା ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ବ୍ଲକ ସ୍ତରୀୟ ସ୍ୱାସ୍ଥ୍ୟ ମେଳାରେ ପାଲା ଗାୟକ ରତ୍ନାକାର ବାରିକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ସମ୍ପକୀୟ ସଚେତନା ପାଲା ପରିବେଷଣ କରିଥିବା ଦେଖିବାକୁ ମିଳିଥିଲା। ଏହି ବ୍ଲକସ୍ତରୀୟ ସ୍ୱାସ୍ଥ୍ୟ ମେଳାରେ ବ୍ଲକର ବିଭିନ୍ନ ଗ୍ରାମରୁ ୪ଶହରୁ ଉଦ୍ଦ୍ୱର୍ ବ୍ୟକ୍ତି ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜଣାଯାଇଛି।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories