www.samajalive.in
Sunday, December 14, 2025
19.1 C
Bhubaneswar

ମିଶନଶକ୍ତିର ମା’ଙ୍କ ପାଇଁ ନୂଆ ଜୀବିକା, ସୁନ୍ଦରଗଡ଼଼ରେ ବ୍ଲକସ୍ତରରେ ‘ଉତ୍କଳ କିଚେନ୍‍’

ସୁନ୍ଦରଗଡ଼଼: ସୁନ୍ଦରଗଡ଼଼ ଜିଲ୍ଲାର ବ୍ଲକ ସଦରମହକୁମାଗୁଡ଼ିକୁ ପ୍ରତିଦିନ ବିଭିନ୍ନ କାମରେ ଆସୁଥିବା ଜନସାଧାରଣଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ‘ଉତ୍କଳ କିଚେନ’ ଖୋଲାଯାଉଛି। ପାଇଲଟ୍‍ କାର୍ଯ୍ୟକ୍ରମ ଭାବେ କୁଆରମୁଣ୍ଡା ବ୍ଲକରେ ଜିଲ୍ଲାର ପ୍ରଥମ ‘ଉତ୍କଳ କିଚେନ୍‍’ ଖୋଲିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଏହି ଭୋଜନାଳୟରେ ସ୍ୱାସ୍ଥ୍ୟକର ପରିବେଶ ସହିତ ଉଚିତ ମୂଲ୍ୟରେ ସକାଳ ଓ ସନ୍ଧ୍ୟା ଜଳଖିଆ ତଥା ମଧ୍ୟାହ୍ନ ଭୋଜନ ମିଳୁଛି।

କୁଆରମୁଣ୍ଡା ବ୍ଲକ ପାଇଁ ସାଇଶ୍ରଦ୍ଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ‘ଉତ୍କଳ କିଚେନ’ ପରିଚାଳନା ଦାୟିତ୍ୱ ଦିଆଯାଇଛି। ୨୦୨୧ ଜାନୁଆରି ମାସରୁ ଏହି କିଚେନ୍‍ ଚଳାଇ ଏସଏଚଜି ମା’ମାନେ ଭଲ ଦି’ ପଇସା ରୋଜଗାର କରୁଛନ୍ତି। ଓଡ଼ିଶା ଜୀବିକା ମିଶନ ଅଧୀନରେ ଏହି କାର୍ଯ୍ୟ ପରି•ଳନା କରାଯାଉଛି। ଏଭଳି ଅଣପାରମ୍ପରିକ କାମରେ ମିଶନ ଶକ୍ତିର ମା’ମାନଙ୍କୁ ନିୟୋଜିତକରି ସେମାନଙ୍କ କାର୍ଯ୍ୟ ପରିସରକୁ ବ୍ୟାପକ କରିବା ସହ ଜୀବିକାକୁ ସୁନିଶ୍ଚିତ କରାଯାଉଛି।

- Advertisement -

କୁଆରମୁଣ୍ଡାରେ ଥିବା ଉତ୍କଳ କିଚେନ ପରିଚାଳନା ପାଇଁ ଓଡ଼ିଶା ମିନେରାଲ ବିୟରିଂ ଏରିଆଜ୍‍ ଡେଭଲପମେଣ୍ଟ କର୍ପୋରେସନ ବା ଓମ୍ବାଡସି ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ପର୍ଯ୍ୟାୟକ୍ରମେ ଜିଲ୍ଲାର ଅନ୍ୟ ୧୬ଟି ବ୍ଲକରେ ଏହି ଭୋଜନାଳୟ ଖୋଲିବା ପାଇଁ ସୁନ୍ଦରଗଡ଼଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ। “ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଆଗରୁ ବଡ଼ି, ପାମ୍ପଡ଼, ଆଚାର ଆଦି ପ୍ରସ୍ତୁତିରେ ସୀମିତ ରହୁଥିଲେ। କିନ୍ତୁ ସୁନ୍ଦରଗଡ଼଼ ଜିଲ୍ଲାରେ ସେମାନଙ୍କୁ ବିଭିନ୍ନ ନୂଆ କାମରେ ନିୟୋଜିତ କରାଯାଉଛି। ଉତ୍କଳ କିଚେନ ପରିଚାଳନା ଏବେ ସେମାନଙ୍କ ଜୀବିକା ପାଇଁ ଭଲ ସୁଯୋଗ ସୃଷ୍ଟି କରିଛି”, କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭୈରବ ସିଂ ପଟେଲ।

କୁଆରମୁଣ୍ଡା ବ୍ଲକ ପରିସରରେ ଥିବା ଉତ୍କଳ କିଚେନରେ ସକାଳ ଓ ଅପରାହ୍ଣ ଜଳଖିଆ ସହିତ ଦିପହରେ ମଧ୍ୟାହ୍ନ ଭୋଜନ ମିଳୁଛି। ଆବଶ୍ୟକସ୍ଥଳେ କିମ୍ବା ଅର୍ଡର ଅନୁଯାୟୀ ଏସଏଚଜି ମା’ମାନେ ରାତ୍ରିଭୋଜନ ମଧ୍ୟ ପ୍ରସ୍ତୁତ କରୁଛନ୍ତି। ସପ୍ତାହରେ ୬ ଦିନ (ରବିବାରକୁ ଛାଡ଼ି) ସକାଳ ୮ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଏହି କିଚେନ୍‍ ଖୋଲାରହୁଛି।

ଏଠାରେ ଜଳଖିଆରେ ବରା, ଆଳୁଚପ, ଇଡଲି ଆଦି ମିଳୁଥିବା ବେଳେ ମଧ୍ୟାହ୍ନ ଭୋଜନରେ ଭାତ, ଡାଲି, ତରକାରି, ଚିପ୍ସ, ଭଜା, ଶାଗ ସହିତ ଆମିଷ ମଧ୍ୟରେ ମାଛ, ଚିକେନ ଓ ଅଣ୍ଡାରେ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ମିଳୁଛି। ଅପରାହ୍ନରେ •’, କଫି ଓ ପକଡ଼ି ଆଦି ତିଆରି କରାଯାଉଛି।

‘‘ଆଗରୁ ଆମେ ମା’ମାନେ କେବଳ ନିଜ ପରିବାରବର୍ଗଙ୍କ ପାଇଁ ରୋଷେଇ କରୁଥିଲୁ। ହେଲେ ଏବେ ଆମେ ବିଭିନ୍ନ ବର୍ଗର ଲୋକଙ୍କୁ ଖାଇବା ଯୋଗାଉଛୁ। ଏହି କାମ କରି ଆମକୁ ଖୁସି ଲାଗୁଛି। ଏଥିରୁ ଯାହା ରୋଜଗାର ହେଉଛି ସେଥିରେ ଆମ ପରିବାର ଚଳୁଛି”, କହନ୍ତି ସାଇଶ୍ରଦ୍ଧା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ ଲିଲି ସୁନାନୀ।

“ଉତ୍କଳ କିଚେନରେ କମ୍‍ ମୂଲ୍ୟରେ ଏବଂ ସ୍ୱାସ୍ଥ୍ୟକର ପରିବେଶ ଭିତରେ ଭଲ ଖାଇବା ମିଳୁଛି। ଉଭୟ ଆମିଷ ଏବଂ ନିରାମିଷ ଖାଦ୍ୟ ଗୋଟିଏ ଜାଗାରେ ମିଳୁଥିବାରୁ ମୁଁ ଏଠାରେ ନିୟମିତ ଆସି ଖାଉଛି। ତା’ଛଡ଼ା ଏସଏଚଜି ମା’ମାନଙ୍କର ବ୍ୟବହାର ମଧ୍ୟ ଭଲ”, କହନ୍ତି କୁଆରମୁଣ୍ଡାର ଜଣେ ଯୁବକ ରାଜେନ୍ଦ୍ର ବେହେରା।

କୁଆରମୁଣ୍ଡା ବ୍ଲକରେ ଥିବା ଅନ୍ୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ବଡ଼ି, ପାମ୍ପଡ଼, ଆ•ର ସହିତ ବିଭିନ୍ନ ବେକେରୀ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏହିସବୁ ସାମଗ୍ରୀକୁ ଉତ୍କଳ କିଚେନ ମାଧ୍ୟମରେ ବିକ୍ରି କରାଯାଉଛି। ସେହିପରି କୁକୁଡ଼ା •ଷ ପାଇଁ ସ୍ଥାନୀୟ ଅଞ୍ଚଳରେ ରହିଥିବା ପୌଲଟ୍ରି କ୍ଲଷ୍ଟରରୁ ବାହାରୁଥିବା ଅଣ୍ଡାକୁ ମଧ୍ୟ ଏଠାରେ ବ୍ୟବହାର କରାଯାଉଛି। ମିଶନ ଶକ୍ତିର ମା’ମାନଙ୍କୁ ସ୍ୱାବଲମ୍ବୀ କରିବାରେ ଉତ୍କଳ କିଚେନ୍‍ ବଡ଼ ମାଧ୍ୟମ ପାଲଟିଛି।

ଓଡ଼ିଶା ଜୀବିକା ମିଶନ ଅଧୀନରେ ଏହି କିଚେନ୍‍ ପରିଚାଳନା ଲାଗି ମିଶନ ଶକ୍ତିର ମା’ମାନଙ୍କୁ ଆବଶ୍ୟକ ତାଲିମ ଦିଆଯାଉଛି। ଖାଦ୍ୟ ପ୍ରସ୍ତୁତି ସହିତ ଗ୍ରାହକମାନଙ୍କୁ କିପରି ସେବା ଯୋଗାଇଦେବେ ସେ ବାବଦରେ ମଧ୍ୟ ପ୍ରଶିକ୍ଷଣ ବେଳେ ଗୁରୁତ୍ୱ ଦିଆଯାଉଛି।

କୁଆରମୁଣ୍ଡା ପରେ ଜିଲ୍ଲାର ଅନ୍ୟ ୧୬ଟି ବ୍ଲକର ସଦରମହକୁମାରେ ଉତ୍କଳ କିଚେନ ଖୋଲିବା ଲାଗି ସୁନ୍ଦରଗଡ଼଼ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଉଛି। ଏହି ୧୭ଟି ଭୋଜନାଳୟ ଚାଲିଲେ ୧୫୦ରୁ ଅଧିକ ମହିଳାଙ୍କ ପରିବାର ସିଧାସଳଖ ଭାବେ ଜୀବିକା ପାଇପାରିବେ। ସେହିଭଳି ଏହି କାର୍ଯ୍ୟକ୍ରମ ଫଳରେ ପ୍ରତିଦିନ ୨ ହଜାରରୁ ୨୫୦୦ ବ୍ୟକ୍ତି ଭୋଜନ କରିବାର ସୁବିଧା ପାଇପାରିବେ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories