୧୨୪କୋଟି ଜିଏସଟି ଠକେଇ, ୪ ଗିରଫ

ସମ୍ବଲପୁର: ୧୨୪କୋଟି ଜିଏସଟି ଜିଏସଟି ଫାଙ୍କି ଅଭିଯୋଗରେ ୪ଜଣଙ୍କୁ ଗିରଫ କରାଯାଇଛି। ରାଉରକେଲାରୁ ୪ଜଣଙ୍କୁ ସମ୍ବଲପୁର ପୁଲିସ କରିଛି। ଗିରଫଙ୍କ ମଧ୍ୟରେ ୨ଜଣ ବ୍ୟାଙ୍କ କର୍ମଚାରୀ ରହିଛନ୍ତି। ଅର୍ବାନ କୋଅପରେଟିଭ ବ୍ୟାଙ୍କ ରାଉରକେଲା ଶାଖାର ୨ କର୍ମଚାରୀ ଯଥା ବ୍ୟାଙ୍କର ସହକାରୀ ପରିଚାଳକ ଓ ଜଣେ ବରିଷ୍ଠ କିରାଣୀ ଗିରଫ ହୋଇଛନ୍ତି ବୋଲି ସାମ୍ବାଦିକ ସମ୍ମିଳନୀରେ ସମ୍ବଲପୁର ଏସପି ବି.ଗଙ୍ଗାଧର ସୂଚନା ଦେଇଛନ୍ତି।

prayash

ସମ୍ୱଲପୁର ଏସ୍‌ପି ବି.ଗଙ୍ଗାଧର କହିଛନ୍ତି ଯେ ଅନ୍ୟର ପାନ କାର୍ଡ ଓ ବିଭିନ୍ନ କାଗଜପତ୍ରର ଦୂରୁପଯୋଗ କରି ୧୨୪ କୋଟି ଟଙ୍କାର ଜିଏସଟି ଠକେଇ ଅଭିଯୋଗରେ ସମ୍ବଲପୁର ସାଇବର ଥାନା ପୁଲିସ ରାଉରକେଲାରୁ ୪ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ରାଉରକେଲା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କର ସହକାରୀ ପରିଚାଳକ ଓ ଜଣେ ବରିଷ୍ଠ କିରାଣି। ୨୦୧୭-୧୮ ଆର୍ଥିକ ବର୍ଷରେ ତାଙ୍କ ପାନ କାର୍ଡର ଦୂରୁପଯୋଗ କରି ୧୩ କୋଟି ୭୬ ଲକ୍ଷ ଟଙ୍କା କାରବାର ହୋଇଥିଲା। ଆୟକର ବିଭାଗ ପକ୍ଷରୁ ସୂଚନା ପାଇବା ପରେ ଠକାମୀର ଶିକାର ହୋଇଥିବା ବ୍ୟକ୍ତି ସମ୍ବଲପୁର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ସାଇବର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

kalyan agarbati

Comments are closed.