ଜାମୁଟ ବଜାର ପିଣ୍ଡି କାମ ନିମ୍ନମାନର; ନିର୍ମାଣ ସରିନି ଫାଟି ଆଁ

ଫଳକ ଅଛି, ସୂଚନା ନାହିଁ

ଗୁଡଭେଲା : ବଲାଙ୍ଗୀର ଜିଲ୍ଲା ଗୁଡଭେଲା ପଞ୍ଚାୟତ ସମିତି ପକ୍ଷରୁ ଜାମୁଟ ବଜାର ପରିସରେ ନିର୍ମାଣ ହେଉଥିବା ପିଣ୍ଡିର କାମ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ୨୦୨୧-୨୨ ଆର୍ଥିକ ବର୍ଷରେ ପଞ୍ଚଦଶ କମିଶନ ସିଏଫସି ପାଣ୍ଠିରୁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ବ୍ଳକ ପକ୍ଷରୁ ନିର୍ମାଣ ହେଉଛି ଏହି ପିଣ୍ଡି। ଗତ ଫେବୃଆରୀ ମାସ ଶେଷ ସୁଦ୍ଧା ୪ଟି ପିଣ୍ଡି ନିର୍ମାଣ ହେଉଥିଲା । ହେଲେ ନିମ୍ନମାନର କାମ ଯୋଗୁ ମଝିରେ ଫାଟି ଆଁ କରିବା ଦେଖାଦେଲାଣି। ଫଳରେ କାମର ମାନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେହିପରି ପ୍ରତ୍ୟେକ ସରକାରୀ କାର୍ଯ୍ୟରେ କାମ ଆରମ୍ଭ ହେବା ପୂର୍ବରୁ ସୂଚନା ଫଳକ ନିର୍ମାଣ ହୋଇ ସୂଚନା ରହିବା କଥା । ହେଲେ ସରକାରୀ ନିୟମ ଉଲ୍ଲଂଘନ କରି ୪ଟି ପିଣ୍ଡି ନିର୍ମାଣ ପରେ ସୂଚନା ଫଳକ ନିର୍ମାଣ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସୂଚନା ଲେଖା ହୋଇନାହିଁ । ଏହିପରି ଭାବରେ ସରକାରୀ ପାଣ୍ଠିକୁ ବିକାଶ ନାଁରେ ଆତ୍ମସାତ କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି । ଏହି ବିଷୟରେ ଗୁଡଭେଲା ବ୍ଳକ କନିଷ୍ଠ ଯନ୍ତ୍ରୀ ସୁଶାନ୍ତ ବାରିକଙ୍କୁ ପଚରାଯିବାରୁ ମୁଁ ଯାଇ ଦେଖିବି। ଯଦି ଏହି ପ୍ରକାର କାମ ହୋଇଛି, ତାହେଲେ ୩ଟି ପିଣ୍ଡିର ବିଲ୍ ଲାଗିଛି। ବିଲ୍‌ ବନ୍ଦ କରାଯିବ ବୋଲି ଶ୍ରୀ ବାରିକ କହିଛନ୍ତି। ଖାଲି ଏହି ଗୋଟିଏ କାମ ନୁହେଁ ଗୁଡ଼ଭେଲା ବ୍ଳକର ବିଭିନ୍ନ ପଞ୍ଚାୟତରେ ହେଉଥିବା କାମ ମଧ୍ୟ ନିମ୍ନ ମାନର ହେଉଥିବା ଅଭିଯୋଗ ହୋଇଛି।

Comments are closed.