ଦିଲ୍ଲୀରେ ହିଂସାକାଣ୍ଡ: ପଥର ମାଡ଼ରେ ବହୁ ଆହତ, ବ୍ୟାପକ ଭଙ୍ଗାରୁଜା

ନୂଆଦିଲ୍ଲୀ: ଦିଲ୍ଲୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ହିଂସାକାଣ୍ଡ ଘଟିଛି। ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଚାଲିଥିଲାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ପଥରମାଡ଼ ଯୋଗୁ ବହୁ ଲୋକ ଆହତ ହୋଇଛନ୍ତି। ଏହି ହିଂସାକାଣ୍ଡରେ ଅନେକ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଥିବା ଜଣାପଡ଼ଛି। ଗୋଟିଏ ଗୋଷ୍ଠୀର ଲୋକେ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ପଥରମାଡ଼ରେ ଅନେକ ଗାଡ଼ି ଭାଙ୍ଗି ଯାଇଥିବା ସୂଚନା ମିଳିଛି। ଏହି ଘଟଣାରେ ଆହତ ବ୍ୟକ୍ତିମାନଙ୍କୁ ବାବୁ ରାମଜୀବନ ରାମ ମେମେରିଆଲ ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

prayash

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଆଲ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଅପରପକ୍ଷରେ ପ୍ରତ୍ୟେକ ବ୍ୟକ୍ତି ହାତ ଧରାଧରି ହୋଇ ଏକାଠି ହେବାକୁ ମୁଖ୍ୟମନ୍ତ୍ରୀ ଉଭୟ ଗୋଷ୍ଠୀଙ୍କୁ ଆହ୍ବାନ ଦେଇଛନ୍ତି ଏବଂ ସ୍ଥାନୀୟ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା କରିବାକୁ ନିବେଦନ କରିଛନ୍ତି।
ଦିଲ୍ଲୀ ପୁଲିସ ଲୋକ ସମ୍ପର୍କ ଅଧିକାରୀ ଡିସିପି ଅନୟେଶ ରାୟ କହିଛନ୍ତି ଯେ ହନୁମାନ ଜୟନ୍ତୀ ସମୟରେ ଶୋଭାଯାତ୍ରାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଥିଲା। ଏଥିରେ ଅଂଶଗ୍ରହଣକାରୀଙ୍କ ଉପରକୁ ପଥର ଫିଙ୍ଗିବା ପାଇଁ ପ୍ରସ୍ତୁତ ଥିଲେ। ପୁଲିସ ଏହାକୁ ପ୍ରତିହତ କରିବା ପାଇଁ ପ୍ରଚେଷ୍ଟା କରିଥିଲା ଏବଂ ସଫଳ ମଧ୍ୟ ହୋଇଥିଲା। ଘଟଣାସ୍ଥଳରେ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଅଧିକ ପୁଲିସ ମୁତୟନ କରାଯାଇଛି।

kalyan agarbati

Comments are closed.