ଅଷ୍ଟପ୍ରହର ନାମଯଜ୍ଞ ନିମନ୍ତେ ଭବ୍ୟ କଳସ ଶୋଭାଯାତ୍ରା
ଲାଞ୍ଜିଗଡ଼: ମହାବିଷୁବ ସଂକ୍ରାନ୍ତି, ହନୁମାନ ଜୟନ୍ତୀ ତଥା ଓଡ଼ିଆ ନବବର୍ଷ ଅବସରରେ ଲାଞ୍ଜିଗଡ଼ ବଜାରପଡ଼ା ସାପ୍ତାହିକ ହାଟ ପ୍ରାଙ୍ଗଣରେ ଅଷ୍ଟପ୍ରହର ନାମଯଜ୍ଞ ପାଇଁ ଭବ୍ୟ ଆୟୋଜନ କରାଯାଇଛି। ଗତକାଲି ସନ୍ଧ୍ୟାରେ ଏଥିପାଇଁ ବଂଶଧାରା ନଦୀରୁ ପବିତ୍ର ଜଳ ସଂଗ୍ରହ କରି ଏକ ବର୍ଣ୍ଣାଢ୍ୟ କଳସ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ଅଷ୍ଟ ପ୍ରହର ନାମଯଜ୍ଞ ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ କଳସ ଶୋଭାଯାତ୍ରା ହଜାର ହଜାର ମହିଳା ଭକ୍ତ ସାମିଲ ହୋଇଥିଲେ। ଗତକାଲି ନାମଯଜ୍ଞର ଅଧିବାସ କାର୍ୟ୍ୟାରମ୍ଭ ହୋଇଥିବାବେଳେ ଶୁଭକଳସ ସ୍ଥାପନ କରାଯାଇଥିଲା। ଆଜି ନାମଯଜ୍ଞର ଶୁଭାରମ୍ଭ ହୋଇଥିବା ବେଳେ ଏଥିରେ ନଅଟି ସଂକୀର୍ତ୍ତନ ଦଳ ସାମିଲ ହୋଇଥିବା ଆୟୋଜନ କମିଟି ସୂତ୍ରରୁ ଜଣାପଡ଼ିଛି। ଆଜି ସକାଳଳେ ପୂଜାକର୍ମ ନାମ ଧାରଣ ହୋଇଥିଲା। ଏଥିରେ କର୍ତ୍ତା ଭାବେ ଯୁଧିଷ୍ଠିର ପାତ୍ର ଓ ତାଙ୍କ ପତ୍ନୀ ରଶ୍ମିତା ପାତ୍ର ଦାୟିତ୍ବ ତୁଲାଉଥିବାବେଳେ ପୂଜକ ଭାବେ ଅନନ୍ତଚରଣ ରଥ, ସୁଦାମଚରଣ ରଥ, ସୁନୀଲ ତ୍ରିପାଠୀ, ସୁରେଶ ଚରଣ ରଥ ପ୍ରମୁଖ ଦାୟିତ୍ବ ତୁଲାଉଛନ୍ତି। ଏହି ଅବସାରରେ ଲାଞ୍ଜିଗଡ ବ୍ଳକ ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଲାଞ୍ଜିଗଡ ରାଜା ସୁରେନ୍ଦ୍ର ପ୍ରତାପ ସିଂଦେଓ, ଜିଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ, ପୂର୍ବତନ ବିଧାୟକ ଶିବାଜୀ ମାଝୀ, ବିଜେଡି ବ୍ଳକ ସଭାପତି ଗୋବିନ୍ଦ ପ୍ରଧାନୀ, ବ୍ଳକ ପୁର୍ବତନ ଅଧ୍ୟକ୍ଷ ଫକୀର ମାଝୀ, ବସନ୍ତପଡା ସରପଞ୍ଚ ଚାଞ୍ଚେର ମାଝୀ,ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ,ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା,ଲାଞ୍ଜିଗଡ ସମିତି ସଭ୍ୟ ସୁମତି ମାଝୀ,ବରିଷ୍ଠ ସମାଜସେବୀ ହରିଶ୍ଚନ୍ଦ୍ର ପାତ୍ର, ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।
Comments are closed.