ସମାଜର ଅବହେଳିତ ବର୍ଗଙ୍କୁ ମୁଖ୍ୟସ୍ରୋତରେ ଆଣିବା ଦିଗରେ ଡ.ଆମ୍ବେଦକରଙ୍କ ସଂଗ୍ରାମ ପ୍ରତ୍ୟେକ ପିଢ଼ି ପାଇଁ ଉଦାହରଣ ହୋଇ ରହିବ

‘ଭାରତରତ୍ନ ଡ.ବାବାସାହେବ ଆମ୍ବେଦକର:ନୂତନ ଭାରତ ନିର୍ମାତା’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର

ଭୁବନେଶ୍ବର: ପୃଥିବୀର ସର୍ବଶ୍ରେଷ୍ଠ ସମ୍ବିଧାନ ଭାବେ ଗଣନା କରାଯାଉଥିବା ଭାରତ ସମ୍ବିଧାନର ପ୍ରଣେତା ଭାରତରତ୍ନ ବାବା ସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକର ଏକାଧାରରେ ଜଣେ ଅର୍ଥନୀତିଜ୍ଞ, ଆଇନଜ୍ଞ, ସମାଜ ସଂସ୍କାରକ, ଗବେଷକ, ଦକ୍ଷ ପ୍ରଶାସକ, ଜନନେତା ଓ ରାଷ୍ଟ୍ର ନାୟକ ଥିଲେ। ଶିକ୍ଷା, ସମାଜ ସଂସ୍କାର ଓ ଭାରତୀୟ ରାଜନୀତିକୁ ତାଙ୍କର ଅବଦାନ ଅତୁଳନୀୟ ବୋଲି ବକ୍ତାମାନେ କହିଛନ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟର ଆମ୍ବେଦକର ଅଧ୍ୟୟନ କେନ୍ଦ୍ର ଏବଂ ସାମାଜିକ ବର୍ହିଭୁକ୍ତ ଏବଂ ଅନ୍ତର୍ଭୁକ୍ତ ଯୋଜନା ଅଧ୍ୟୟନ କେନ୍ଦ୍ରର ମିଳିତ ଆନୁକୁଳଲ୍ୟରେ ପିଜି କାଉନସିଲ ହଲରେ ଆୟୋଜିତ ଭାରତରତ୍ନ ଡ.ବାବାସାହେବ ଆମ୍ବେଦକରଙ୍କ ୧୩୧ତମ ଜୟନ୍ତୀ ଅବସରରେ ‘ଭାରତରତ୍ନ ଡ.ବାବାସାହେବ ଆମ୍ବେଦକର:ନୂତନ ଭାରତ ନିର୍ମାତା’ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

 

prayash

ଏହି ଆଲୋଚନାଚକ୍ରରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ଦୁର୍ଗାଶଙ୍କର ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଷ୍ଟ୍ରଗଠନରେ ବାବା ସାହେବ ଆମ୍ବେଦକରଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। କୁସଂସ୍କାର, ଜାତିଭେଦ, ବର୍ଣ୍ଣବୈଷ୍ଣମ୍ୟ, ଭାଷାଗତ ଓ ଆଞ୍ଚଳିକ ବିଭେଦ ଦୂର ପାଇଁ ସେ ଅହରହ ଉଦ୍ୟମ ଜାରି ରଖିଥିଲେ ଏବଂ ସମାଜର ଅବହେଳିତ ବର୍ଗଙ୍କୁ ମୁଖ୍ୟସ୍ରୋତରେ ଆଣିବା ଦିଗରେ ତାଙ୍କର ସଂଗ୍ରାମ ପ୍ରତ୍ୟେକ ପିଢ଼ି ପାଇଁ ଉଦାହରଣ ହୋଇ ରହିବ। ତାଙ୍କର ଅମର କୀର୍ତ୍ତୀ ସଦାସର୍ବଦା ଆମର ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ପ୍ରଫେସର ପଟ୍ଟନାୟକ କହିବା ସହିତ ଏହି ଅବଅସରରେ ନାରୀ ସଶକ୍ତିକରଣ ଓ ବାବାସାହେବ ଆମ୍ବଦକରଙ୍କ ଅବଦାନ ଉପରେ ବକ୍ତବ୍ୟ ରଖିଥିଲେ।

ପୂର୍ବତନ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଲୋଚନାଚକ୍ରର ପ୍ରାସଙ୍ଗିକତାକ୍ରମରେ ଆମ୍ବେଦକରଙ୍କୁ ଆଧୁନିକ ଭାରତର ନିର୍ମାତା ବୋଲି ଦର୍ଶାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇସିସିଆର ଆଞ୍ଚଳିକ ନିର୍ଦେଶକ ମିନାକ୍ଷୀ ମିଶ୍ର, ଜାମିଆ ମିଲିଆ ଇସଲାମିଆ ବିଦ୍ୟାଳୟର ଇଂରାଜୀ ପ୍ରଫେସର ସରୋଜ କୁମାର ମହନନ୍ଦ ଆମ୍ବେଦକରଙ୍କ ଦର୍ଶନ, ଆଧୁନିକତାବାଦ ଓ ଏହାର ପ୍ରାସଙ୍ଗିକତା ଭିତ୍ତିରେ ସେ ଥିଲେ ଆଧୁନିକ ଭାରତ ନିର୍ମାତା ବୋଲି ଦର୍ଶାଇଥିଲେ।
ଆମ୍ବେଦକର ଅଧ୍ୟୟନ କେନ୍ଦ୍ର ନିର୍ଦେଶକ ଡ.ରବୀନ୍ଦ୍ର ଗରଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ସାମାଜିକ ବର୍ହିଭୁକ୍ତ ଏବଂ ଅନ୍ତର୍ଭୁକ୍ତ ଯୋଜନା ଅଧ୍ୟୟନ କେନ୍ଦ୍ର ନିର୍ଦେଶକ ଡ.ସ୍ମିତା ନାୟକ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଡ.ରମେଶଚନ୍ଦ୍ର ମଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.