www.samajalive.in
Tuesday, December 9, 2025
26.1 C
Bhubaneswar

ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପିପିଲି ସାମ୍ବାଦିକଙ୍କ ଦାବି

ପିପିଲି:ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ସାମ୍ବାଦିକ ଲୋକନାଥ ଦଳେଇଙ୍କୁ ନୀଳଗିରି ପୁଲିସ ଆକ୍ରୋଶମୂଳକ ଭାବେ ମାଡ ମାରି ମିଛ ମାମଲାରେ ଗିରଫ କରିବା ଘଟଣା ସମଗ୍ର ରାଜ୍ୟର ସାମ୍ବାଦିକଙ୍କ ମହଲରେ ତୀବ୍ର ପ୍ରତିକ୍ରୀୟା ସୃଷ୍ଟି କରିଛି। ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଜଣେ ଅଭ୍ୟାସଗତ ଅପରାଧି ଭଳି ସେହି ସାମ୍ବାଦିକଙ୍କ ଗୋଡରେ ପୁଲିସ ବେଡି ପକାଇ ରଖିବା ଘଟଣାକୁ ନେଇ ପିପିଲି ଅଞ୍ଚଳର କାର୍ଯ୍ୟରତ ସାମ୍ବାଦିକଙ୍କ ମହଲରେ ଉତ୍ତେଜନା ପ୍ରକାଶ ପାଇଛି। ଏହାକୁ ନେଇ ପିପିଲିର କାର୍ଯ୍ୟରତ ସାମ୍ବାଦିକମାନେ ଶୁକ୍ରବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସାମ୍ବାଦିକଙ୍କୁ ମାଡ ମାରିଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ତାଙ୍କୁ ଚାକିରୀରୁ ବହିଷ୍କାର କରାଯିବା ଦାବି ସଂପର୍କିତ ଏକ ସ୍ମାରକପତ୍ରକୁ ପିପିଲି ବିଡିଓ ରଶ୍ମିତା ନାଥଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି।

ପିପିଲିର ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ନାୟକ ଓ ରାଜକିଶୋର ସ୍ୱାଇଁଙ୍କ ନେତୃତ୍ୱରେ ସାମ୍ବାଦିକ ଚନ୍ଦ୍ରମାଧବ ମିଶ୍ର, ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି, ପ୍ରଶାନ୍ତ ଦିକ୍ଷୀତ, ଅରୁଣ ରାଉତ, ସଂଜୟ କୁମାର ପ୍ରଧାନ, ଦେବାଶିଷ ସିଂରାୟନ, ଦିବାକର ପ୍ରଧାନ, ପ୍ରତାପ ବାରିକ, ପୂର୍ଣ୍ଣାନନ୍ଦ ତ୍ରିପାଠୀ, ମହେଶ୍ୱର ବେହେରା, ଦୁର୍ଗାମାଧବ ପରିଡା, ବାପି ସାନ୍, ବସନ୍ତ ଖଣ୍ଡାୟତରାୟ ପ୍ରମୁଖ ଗଣମାଧ୍ୟମ ପ୍ରତିନିଧିମାନେ ବ୍ଲକଛକରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ଯାଇ ପିପିଲି ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ନିଜ ପଦ ଓ କ୍ଷମତାର ଦୁରୂପଯୋଗ କରି ସବୁ ନିୟମକୁ ଉଲ୍ଲଙ୍ଘନ କରି ନୀଳଗିରି ପୁଲିସ ସାମ୍ବାଦିକ ଶ୍ରୀଦଳେଇଙ୍କୁ ମାଡ ମାରିବା ପରେ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ଭଳି ତାଙ୍କ ଗୋଡରେ ବେଡି ପକାଇ ମାନବିକତାର ସମସ୍ତ ସୀମା ଉଲଂଘନ କରିଥିବାର ସାମ୍ବାଦିକମାନେ ଅଭିଯୋଗ କରିଛନ୍ତି। ପୁଲିସର ଏହି ଅମାନବୀୟ ତଥା ଆଇନ ଉଲଂଘନ ଘଟଣାକୁ ରାଜ୍ୟର ବିଭିନ୍ନ ସାମ୍ବାଦିକ ସଂଘ ସମେତ ପିପିଲି ଅଞ୍ଚଳର ବିଭିନ୍ନ ସଂଗଠନ କଡା ଭାଷାରେ ନିନ୍ଦା କରିବା ସହ ଉକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories