ମାରୱାଡି ଯୁବା ମଞ୍ଚ ବିକାଶ ଶାଖାର ରକ୍ତଦାନ ଶିବିର
କଣ୍ଟାବାଞ୍ଜି: ମାରୱାଡି ଯୁବା ମଞ୍ଚ ବିକାଶ ଶାଖା କଣ୍ଟାବାଞ୍ଜି ପକ୍ଷରୁ ସ୍ଥାନୀୟ ବିଜୁ ପଟ୍ଟନାୟକ ରକ୍ତଭଣ୍ଡାରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ରକ୍ତଦାନ ଶିବିରରେ କଣ୍ଟାବାଞ୍ଜି ରେଳବାଇ ସୁରକ୍ଷା ବଳର ଥାନାଧିକାରୀ ଏନ.ଜି.ରମନ, ସରକାରୀ ଡାକ୍ତରଖାନାର ଡା. ସୁଜିତ ପାତ୍ର, ମାରୱାଡି ରାଜ୍ୟ କାର୍ୟ୍ୟକାରିଣୀ ସଦସ୍ୟ ମୟଙ୍କ ଜୈନ ଅତିଥି ଭାବେ ଯୋଗ ଦେଇଥିଲେ। ବରିଷ୍ଠ ସଦସ୍ୟ ଆଶୀଷ ଖୈତାନ ଶିବିର ପରିଚାଳନା କରିଥିଲେ। ଏଥିରେ ବିକାଶ ଶାଖାର ସୁମିତ ଜୈନ, ଦୀପକ ଜୈନ, ବଜରଙ୍ଗ ଜିନ୍ଦଲ, ମନୀଷ ଜୈନ, ଆନନ୍ଦ ମୋଟେ, ଆଜାଦ ବଂଶଲ, ବିକାଶ ଜୈନ ପ୍ରମୁଖ ଅଂଶଗ୍ରହଣ କରିଥିଲେ।
ଆଜାଦିର ଅମୃତ ମହୋତ୍ସବ ଉପଲକ୍ଷେ ଅଖିଳ ଭାରତୀୟ ମାରୱାଡି ଯୁବା ମଞ୍ଚ ତରଫରୁ ଏହି ବର୍ଷ ରକ୍ତଦାନ ଶିବିର ଆୟୋଜନ କରାଯାଉଛି। ଏହି ଉପଲକ୍ଷେ ବର୍ଷ ସାରା ୩୬୫ ଦିନ ଦେଶରେ ୧୦୦୦ଟି ରକ୍ତଦାନ ଶିବିରର ଆୟୋଜନ କରାଯିବ, ଏବଂ ଏହି ବର୍ଷ ୭୫୦୦୦ ୟୁନିଟ ରକ୍ତଦାନ ସଂଗ୍ରହ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ବିକାଶ ଶାଖା ସଭାପତି ଅନୁପ ଜୈନ ସୂଚନା ଦେଇଛନ୍ତି। ଏହି ଶିବିରରେ ୨୧ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ରକ୍ତଭଣ୍ଡାରର ଶିବ ସାହୁ, କୁନାଲ ଦାସ, ଦୁର୍ଗା ତାଣ୍ଡି, ଗୁରୁବାରୁ ରଣା ପ୍ରମୁଖ ସହଯୋଗ କରିଥିଲେ।
Comments are closed.