www.samajalive.in
Sunday, December 7, 2025
23.1 C
Bhubaneswar

ସୈନିକ ସ୍କୁଲ ପରିସରରେ ଶହୀଦ କ୍ୟାପଟେନ୍ ଆଶୁତୋଷ କୁମାରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଭୁବନେଶ୍ୱର: ମରଣୋତ୍ତର ସୂର୍ଯ୍ୟଚକ୍ରରେ ସମ୍ମାନିତ ଭୁବନେଶ୍ବର ସୈନିକ ସ୍କୁଲର ପୂର୍ବତନ ଛାତ୍ର ଶହୀଦ୍ କ୍ୟାପଟେନ୍ ଆଶୁତୋଷ କୁମାରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ସୈନିକ ସ୍କୁଲ ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶହୀଦ୍ ଆଶୁତୋଷଙ୍କ ପିତା ରବୀନ୍ଦ୍ର ଭାରତୀ ଓ ମାତା ଗୀତା ଦେବୀ ଯୋଗଦେଇ ଶହୀଦ୍ ଆଶୁତୋଷଙ୍କ ଆବକ୍ଷ ବ୍ରୋଞ୍ଜ ପ୍ରତିମୂର୍ତ୍ତିକୁ ଉନ୍ମୋଚନ ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଛତିଶଗଡ ଏବଂ ଓଡିଶା ସବ ଏରିଆ କମାଣ୍ଡର ବ୍ରିଗେଡିୟର ବିଘ୍ନେଶ ମହାନ୍ତି, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ମଧୁସୂଦନ ପାଢୀ ଓ ପ୍ରତିରକ୍ଷା ବାହିନୀର ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଶହୀଦ ଆଶୁତୋଷଙ୍କ ଭଉଣୀ ଅଂଶୁ କୁମାରୀ, ଅନ୍ୟ ପରିବାରବର୍ଗ ଓ ବହୁ ସହପାଠୀ ଉପସ୍ଥିତ ଥିଲେ ।
ସୈନିକ ସ୍କୁଲର ଅଧ୍ୟକ୍ଷ ଏସ୍.ଡୋମିନିକ୍ ରାୟନ, ବିଦ୍ୟାଳୟର ପ୍ରଶାସନିକ ଅଧିକାରୀ କମାଣ୍ଡର ପ୍ରୀତିକା ଶର୍ମା ଓ ଉପାଧ୍ୟକ୍ଷା କମାଣ୍ଡର ଉଷା ସାଙ୍ଗୱାନ ଯୋଗଦେଇଥିଲେ । ଏହି ଅବସରରେ ଶହୀଦ୍ ଆଶୁତୋଷଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ଶହୀଦଙ୍କ ପିତାମାତା ଓ ଅତିଥିମାନଙ୍କ ଦ୍ୱାରା ଚାରା ଚାରା ରୋପଣ କରାଯାଇଥିଲା । ଉତ୍ସବରେ ସୈନିକ ସ୍କୁଲର ପୁରାତନ ଛାତ୍ର ସଂସଦର ବହୁ ପ୍ରତିନିଧି, ଛାତ୍ରଛାତ୍ରୀ, ବିଦ୍ୟାଳୟର କର୍ମଚାରୀମାନେ ଉପସସ୍ଥିତ ଥିଲେ। ଏହି ଅବସରରେ ଶହୀଦ୍ ଆଶୁତୋଷଙ୍କ ସ୍ମୃତିରେ ‘ଭାରତ ମାତା କି ଜୟ’, ‘କ୍ୟାପଟେନ୍ ଆଶୁତୋଷ କୁମାର ଅମର ରହେ’ ସ୍ଲୋଗାନ୍ ଦେଇ ତାଙ୍କ ଅମରାତ୍ମା ପ୍ରତି ଶ୍ରଦ୍ଧା ଓ ସମ୍ମାନ ଜଣାଇଥିଲେ। ଦେଶପାଇଁ ଶହୀଦ ହୋଇଥିବା କ୍ୟାପଟେନ୍ ଆଶୁତୋଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ ବିଦ୍ୟାଳୟ ପରିସରରେ ଏକ ଆବେଗ ଓ ଗୌରବମୟ ପରିବେଶ ସୃଷ୍ଟି କରିଥିଲା । ପ୍ରତିମୂର୍ତ୍ତି ଉନ୍ମୋଚନ ପରିପ୍ରେକ୍ଷୀରେ ସୈନିକ ସ୍କୁଲର ବିବେକାନନ୍ଦ ସମ୍ମିଳନୀ କକ୍ଷରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଶହୀଦଙ୍କ ପିତା ମାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶହୀଦ୍ ଆଶୁତୋଷଙ୍କ ସମ୍ମାନାର୍ଥେ ଆୟୋଜିତ ଏହି କାର୍ଯ୍ୟକ୍ରମ ଆଗାମୀ ପିଢିର ସୈନିକ ସ୍କୁଲ କ୍ୟାଡେଟ୍ମା ନଙ୍କ ପାଇଁ ନିଶ୍ଚିତ ରୂପେ ପ୍ରେରଣାଦାୟକ ହୋଇ ରହିବ ବୋଲି ପ୍ରକାଶ କରାଯାଇଥିଲା।

 

- Advertisement -

ସୂଚନା ଯୋଗ୍ୟ ଯେ, ୧୫ ଅକ୍ଟୋବର ୧୯୯୬ ରେ ବିହାର ପ୍ରଦେଶର ମାଧେପୁର ଜିଲାର ପରମାନପୁର ଗ୍ରାମରେ ଜନ୍ମଗ୍ରହଣ କରିଥିବା କ୍ୟାପଟେନ୍ ଆଶୁତୋଷ କୁମାର, ଭୁବନେଶ୍ୱର ସୈନିକ ସ୍କୁଲରେ ଅଧ୍ୟୟନ ଶେଷ କରି ଜାତୀୟ ପ୍ରତିରକ୍ଷା ବାହିନୀ(ଏନ.ଡି.ଏରେ ପ୍ରବେଶ କରିବାର ଯୋଗ୍ୟତା ଅର୍ଜନ କରିଥିଲେ ଓ ପ୍ରଶିକ୍ଷଣ ପରେ ଡେରାଡୁନ୍ ସ୍ଥିତ ଭାରତୀୟ ମିଲିଟାରୀ ଏକାଡେମୀରେ ଶିକ୍ଷା ସମାପ୍ତି କରିଥିଲେ। ଜୁନ୍ ୨୦୧୮ରେ ସେ ଜଣେ କମିଶନଡ ଅଫିସର ଭାବେ ୧୮-ମାଡ୍ରାସ ରେଜିମେଣ୍ଟରେ ଯୋଗଦାନ କରିଥିଲେ । ୨୦୨୦ ନଭେମ୍ବରରେ ସେ ଏହି ରେଜିମେଣ୍ଟରେ କୁପଓ୍ୱାରା ଜିଲ୍ଲାରେ ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ଶତ୍ରୁସେନାଙ୍କ ଗୁଳିରେ ଗୁରୁତର ଭାବେ ଆହତ ହୋଇଥିଲେ। ତାଙ୍କ ସହିତ ଆହତ ହୋଇଥିବା ୪ ଜଣଙ୍କ ମଧ୍ୟରୁ କ୍ୟାପଟେନ୍ ଆଶୁତୋଷ କୁମାରଙ୍କ ସମେତ ତାଙ୍କର ହାବିଲଦାର ପ୍ରବୀଣ କୁମାର ଏବଂ ରାଇଫଲ୍ ମ୍ୟାନ୍ରାଡା ମାହେଶ୍ୱର ଶହୀଦ୍ ହୋଇଥିଲେ। ଅତୁଳନୀୟ ସାହସ, କର୍ତ୍ତବ୍ୟ ନିଷ୍ଠା ଓ ଦେଶପାଇଁ ତ୍ୟାଗ ନିମନ୍ତେ ପାଇଁ କ୍ୟାପଟେନ୍ ଆଶୁତୋଷଙ୍କୁ ୨୦୨୧ ମସିହା ସ୍ୱାଧୀନତା ଦିବସରେ ମରଣୋତ୍ତର ସୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ କରାଯାଇଥିଲା।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories