www.samajalive.in
Tuesday, December 9, 2025
15.1 C
Bhubaneswar

ମତଦାନ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା ପରଖିଲେ ଭଦ୍ରକ ଏସପି

ଭଦ୍ରକ : ଭଦ୍ରକ ଜିଲ୍ଲା ଧାମନଗର ଏନଏସି  ୬ ଗୋଟି ମତଦାନ କେନ୍ଦ୍ରରେ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ହେଉଥିବା ବେଳେ ଭଦ୍ରକ ଏସପି ଚରଣ ସିଂ ମିନା ସମସ୍ତ ବୁଥକୁ ଗସ୍ତ କରି ତଦାରଖ କରିଛନ୍ତି। ଏହାସହ ସୁରକ୍ଷା ବ୍ୟବସ୍ଥାରେ ଥିବା ଅଧିକାରୀଙ୍କ ସହିତ ଆଲୋଚନା କରି ସୁରକ୍ଷା ବ୍ୟବସ୍ଥା କଥା ପଚାରି ବୁଝିଛନ୍ତି। ଏଥି ସହ ବିଭିନ୍ନ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି ଓ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଚାଲିଛି ବୋଲି ସୂଚନା  ଦେଇଛନ୍ତି।
ଭଦ୍ରକ ଜିଲ୍ଲା ଧାମନଗର ଏନଏସିରେ ଆଜି ସକାଳ ୧୦ ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ମତଦାନ ଚାଲିବ । ମତଦାନ ପାଇଁ କ଼ଡା ସୁରକ୍ଷା ବ୍ୟବସ୍ଥା ହୋଇଥିବା ବେଳେ ପୁଲିସ ଫ୍ଲାଗ ମାର୍ଚ୍ଚ କରିଛି। ଖବର ଅନୁଯାୟୀ ମାର୍ଚ୍ଚ ୨୪ ତାରିଖ ମତଦାନ ସମୟରେ ହିଂସାକାଣ୍ଡ ଯୋଗୁଁ ଏନଏସି ନିର୍ବାଚନ ବାଧାପ୍ରାପ୍ତ ହୋଇଥିଲା । ପରବର୍ତ୍ତୀ ସମୟରେ ଅଧିକ ଉତ୍ତେଜନା ସହ ବ୍ୟାପକ ଭଙ୍ଗାରୁଜାକୁ ଦୃଷ୍ଟିରେ ରଖି ସେଠାରେ ମତଦାନ ସମ୍ପୁର୍ଣ୍ଣ ଭାବେ ବନ୍ଦ ହୋଇଥିଲା। ଏନେଇ ପ୍ରଶାସନ ପକ୍ଷରୁ ସେହି ବୁଥ୍ ଗୁଡିକରେ ସାନି ମତଦାନ ଲାଗି ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରାଯାଇଥିଲା। ନିର୍ବାଚନ ଆୟୋଗ ଏହି ବୁଥ୍ ଗୁଡିକରେ ସାନି ମତଦାନ ଲାଗି ନିର୍ଦ୍ଦେଶ ଦେଇଥଲେ । ଆଜି ଭୋଟିଂ ହେବାକୁ ଥିବା ବେଳେ ଆସନ୍ତାକାଲି(ବୁଧବାର) ଗଣନା ହେବ। ଆଜି ସେଠାରେ ମତଦାନ ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।  ସୁରକ୍ଷାକୁ ଦୃଷ୍ଟିରୁ ସେଠାରେ ୫ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ ହେବା ସହ ଜଣେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ୩ ଜଣ ଡିଏପସି, ଇନିସପେକ୍ଟର, ସବ ଇନ୍ସପେକ୍ଟର,ଏଏସଆଇ ଓ ମହିଳା ପୁଲିସ ମୁତୟନ କରାଯାଇଛି । ପ୍ରତ୍ୟେକ ବୁଥ୍ ରେ ସିସିଟିଭି ଲଗାଯାଇଥିବା ବେଳେ ଭିଡିଓ ଗ୍ରାଫି ପାଇଁ ବ୍ୟବସ୍ଥା ହୋଇଛି। ନିର୍ବାଚନ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories