www.samajalive.in
Sunday, December 7, 2025
26.1 C
Bhubaneswar

ବିନୟ ମୋହନ କ୍ବାତ୍ରା ହେଲେ ଭାରତର ନୂଆ ବୈଦେଶିକ ସଚିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ନେପାଳର ରାଷ୍ଟ୍ରଦୂତ ବିନୟ ମୋହନ କ୍ବାତ୍ରାଙ୍କୁ ଭାରତର ନୂଆ ବୈଦେଶିକ ସଚିବ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। କ୍ୟାବିନେଟର ନିୟୋଜନ କମିଟି ପକ୍ଷରୁ ନୂଆ ବୈଦେଶିକ ସଚିବ ଭାବେ ନିଯୁକ୍ତି ପ୍ରଦାନ ପାଇଁ ବିନୟ କ୍ବାତ୍ରାଙ୍କ ନାମକୁ ସୁପାରିଶ କରାଯାଇଛି। ଏବେ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଭାରତୀୟ ବୈଦେଶିକ ସଚିବ ଅଛନ୍ତି ଓ ସେ ଏପ୍ରିଲ ୩୦ ତାରିଖରେ ଅବସର ଗ୍ରହଣ କରିବେ। ତାଙ୍କ ସ୍ଥାନରେ ନିଯୁକ୍ତ ନୂଆ ବୈଦେଶିକ ସଚିବ ଭାବେ ବିନୟ ମୋହନ କ୍ବାତ୍ରାଙ୍କୁ ନିଯୁକ୍ତି ପ୍ରଦାନ ପାଇଁ ସୁପାରିଶ କରାଯାଇଛି।

୧୯୮୮ ବ୍ୟାଚର ବରିଷ୍ଠ ଆଇଏଫଏସ ଅଧିକାରୀ ବିନୟ କ୍ବାତ୍ରା। ବିନୟ କ୍ବାତ୍ରା ଏବେ ଭାରତ ପକ୍ଷରୁ ନେପାଳର ରାଷ୍ଟ୍ରଦୂତ ଅଛନ୍ତି। ଏହାପୂର୍ବରୁ ସେ ଫ୍ରାନ୍ସର ରାଷ୍ଟ୍ରଦୂତ ଏବଂ ପ୍ରଧାନମନ୍ତ୍ରୀଙ୍କ ଯୁଗ୍ମ ସଚିବ ଭାବେ ସଫଳତା ସହ ଦାୟିତ୍ବ ସମ୍ପାଦନ କରିଛନ୍ତି।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories