ମାନସ ସ୍ବାଇଁ ହତ୍ୟା ମାମଲା: ଦୋଷ ମାନିଲେ ଶର୍ମିଷ୍ଠା
ଭୁବନେଶ୍ବର: କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କ ମୃତ୍ୟୁର ମହାଖୁଲାସା କଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଆଗରେ ସବୁ ସତ ଓଗାଳିଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। କ୍ରାଇମବ୍ରାଞ୍ଚ ତଦନ୍ତ ବେଳେ କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କୁ ଅପହରଣ ଓ ହତ୍ୟା ଏବଂ ମୃତଦେହ ପୋତିଦେଇଥିବା ଶର୍ମିଷ୍ଠା ମାନି ଯାଇଥିବା ଜଣାପଡ଼ିଛି।
କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କ ହତ୍ୟା ମାମଲାର ତଦନ୍ତ ଅପଡେଟ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ଯେ ଫେବୃଆରୀ ୭ରେ ମାନସଙ୍କୁ ଶର୍ମିଷ୍ଠ ସହଯୋଗୀଙ୍କ ସହ ଅପହରଣ କରିଥିଲେ। ସେଠାରୁ ଦୟାଲ ଆଶ୍ରମ ଆଣି ଅମାନୁଷିକଭାବେ ମାଡ଼ ମାରିଥିଲେ। ହତ୍ୟାପରେ ୮ତାରିଖ ଦିନ ଶର୍ମିଷ୍ଠାଙ୍କ କାରରେ ମାନସଙ୍କ ମୃତଦେହ ନିଆଯାଇଥିଲା। ୮ତାରିଖ ସନ୍ଧ୍ୟାରେ ରଣପୁର ଅଞ୍ଚଳରେ ମୃତଦେହ ପୋତି ଦେଇଥିଲେ। ମୃତଦେହ ପୋତିବା ପରେ ଆନୁଷଙ୍ଗିକ ଜିନିଷ ଚଣ୍ଡିଖୋଲ ପାଖରେ ଫୋପାଡ଼ିଥିଲେ। ଆଜି କ୍ରାଇମବ୍ରାଞ୍ଚକୁ ସେଦିନର ଘଟଣା ଡେମୋ ଦେଖାଇଥିଲେ ଶର୍ମିଷ୍ଠା। କେମିତି ପଲାସପୁରରେ ଅପହରଣ କରିଥିଲେ ତାହାର ଡେମୋ ଦେଖାଇଥିଲେ ଶର୍ମିଷ୍ଠା। ସେଠାରୁ ଦୟାଲ ଆଶ୍ରମକୁ ଆଣି କିଭଳି ମାଡ଼ ମାରି ହତ୍ୟା କରିଥିଲେ ତାହାର ବି ଡେମୋ ଦେଖାଇଥିଲେ। ବଧିପାଟଣାରେ ମୃତଦେହ ପୋତିବା ଡେମୋ ବି କ୍ରାଇମବ୍ରାଞ୍ଚକୁ ଦେଖାଇଲେ।
କ୍ୟାମେରାମ୍ୟାନ ମାନସ ସ୍ବାଇଁଙ୍କ ମୃତ୍ୟୁର ମହାଖୁଲାସା କଲେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ। ଅପହରଣ ଓ ହତ୍ୟା ଏବଂ ମୃତଦେହ ପୋତିବା ପର୍ଯ୍ୟନ୍ତ ୩ କ୍ରାଇମ ସ୍ପଟରେ ଡେମୋ ଦେଖାଇଲେ। ଲୋକଙ୍କ ଅସମ୍ଭାଳ ଭିଡ଼ ଭିତରେ କାନ୍ଦି କାନ୍ଦି କଲେ ସିନ ରିକ୍ରିଏଟ। ମାନସଙ୍କ ମୃତଦେହ ପୋତିବା ପାଇଁ ୧୦୦କିଲୋଗ୍ରାମ ଲୁଣ କିଣିଥିଲେ ଅଭିଯୁକ୍ତ। ଝୁନାଙ୍କ ସହ ମିଶି ଶର୍ମିଷ୍ଠା ଝୋଟ ଅଖା, ସୁତୁଲି ଓ ଗ୍ଲୋବସ କିଣିଥିଲେ। ଭୁବନେଶ୍ବର ୧ ନମ୍ବର ମାର୍କେଟରୁ ଏସବୁ ଜିନିଷ କିଣିଥିଲେ ଉଭୟ। ରାସ୍ତାରେ ଯିବାବେଳେ ରାଜସୁନାଖଳାରୁ ୧୦ କିଲୋଗ୍ରାମ ଲୁଣ କିଣିଥିଲେ। ରାଜସୁନାଖଳାରୁ କୋଦାଳ ଓ ଗଇଁତି କିଣିଥିଲେ ରଞ୍ଜନ ଓ ଭାଗ୍ୟଧର। ସବୁ ଜିନିଷ ଧରି ମାନସଙ୍କ ମୃତଦେହକୁ ବଧିପାଟଣାରେ ପୋତିଥିଲେ।
Comments are closed.