ପାଥପୁରରେ ବାରେଣୀ ଯାତ୍ରା ଉଦଘାଟିତ
ବାଙ୍କୀ: ଡମପଡା ବ୍ଲକ ଅନ୍ତର୍ଗତ ପାଥପୁର ଗ୍ରାମରେ ପାରମ୍ପରିକ ବାରେଣୀ ଯାତ୍ରା ଦିନ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଉଦ୍ଘାଟନ ଉତ୍ସବରେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ। ଦୀର୍ଘ ୪୫ବର୍ଷ ଧରି ପାଥପୁର ଯାତ୍ରା ପଡିଆରେ ସାଂସ୍କୃତିକ ଜାଗରଣ ଆଣିବାରେ ବାରେଣୀ ଯାତ୍ରା ବିଭିନ୍ନ ଗ୍ରାମର ଲୋକମାନଙ୍କ ସହିତ ସମ୍ପର୍କ ଓ ଭାଇଚାରା ବଢାଇଥିବା ମୁଖ୍ୟ ମାଧ୍ୟମ ବୋଲି ବିଧାୟକ ଶ୍ରୀ ତ୍ରିପାଠୀ ପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଶିକ୍ଷାବିତ୍ କାହ୍ନୁଚରଣ ସାହୁ, ସରପଞ୍ଚ ସୁରେନ୍ଦ୍ର ପରିଡା, ପୂର୍ବତନ ସରପଞ୍ଚ ଜିତେନ କୁମାର ବେହେରା, କୃଷ୍ଣଚନ୍ଦ୍ର ସାହୁ, ସମିତିସଭ୍ୟ ନରେନ୍ଦ୍ର ସାହୁ, ଗ୍ରାମ ମୁରବୀ ବାବାଜି ଗୋଚ୍ଛାତକ, ମଙ୍ଗୁଳି ଗୋଚ୍ଛାୟତ, ଧନେଶ୍ୱର ଗୋଚ୍ଛାୟତ, ସୂର୍ଯ୍ୟମଣି ଗୋଚ୍ଛାୟତ, ଯୋଗୀ ପ୍ରଧାନ, ନାଗା ଗୋଚ୍ଛାୟତ ପ୍ରମୁଖ ବହୁ ଗ୍ରାମ ମୁରବୀ ଉପସ୍ଥିତ ଥିଲେ। ଏହି ଅବସରରେ ସାମାଜିକ ନାଟକ ‘କଥାଦେଲି କହିବିନି’ ଓ ‘ଗୀତାପାଇଁ ମହାଭାରତ’ ମଞ୍ଚସ୍ଥ ହୋଇଥିଲା।
Comments are closed.