ଭୁବନେଶ୍ୱରକୁ କଳା ଓ କଳାପ୍ରେମୀମାନଙ୍କୁ ଆକୃଷ୍ଟ କରିବାରେ ତୋଷାଳି ମେଳା ସଫଳ ହୋଇଛି : ମୁଖ୍ୟମନ୍ତ୍ରୀ

ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଘାଟିତ; ରାଜ୍ୟର ହସ୍ତଶିଳ୍ପୀ, ବୁଣାକାର ଓ କାରିଗରମାନଙ୍କ ପାଇଁ ଏକ ଆକର୍ଷଣୀୟ ବଜାର

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଜନତା ମଇଦାନଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆଭାସୀ ମାଧ୍ୟମରେ ଷୋଡ଼ଶ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମେଳାକୁ ଉଦ୍‌ଘାଟନ କରିବା ସହ ଭିଡ଼ିଓ ବାର୍ତ୍ତାରେ କହିଛନ୍ତି ଯେ ଭାରତବର୍ଷର ଏକ ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ରହିଛି। ଦୀର୍ଘ ସମୟ ଧରି ବିଭିନ୍ନ ସଂସ୍କ ୃତରି ସମାହାର ରେ ଆମ ସଂସ୍କ ୃତି ପରିପୁଷ୍ଟ ହୋଇଛି। ଓଡ଼ିଶା କଳା ଓ କଳାକାରଙ୍କ ଭୂମି। ଆମର ଚିତ୍ରକଳା, ଭାସ୍କର୍ଯ୍ୟ, ସ୍ଥାପତ୍ୟ, ହସ୍ତତନ୍ତ, ହସ୍ତଶିଳ୍ପ, ସଂଗୀତ ଓ ନୃତ୍ୟ ଆମ ଉତ୍କଳୀୟ ସଂସ୍କ ୃତିରେ ପ୍ରତିଫଳିତ। ଦେଶର ବିଭିନ୍ନ ପ୍ରାନ୍ତରୁ ଶିଳ୍ପୀ, ବୁଣାକାର, କାରିଗର ମାନଙ୍କର ସମାହାର ମାଧ୍ୟମରେ ତୋଷାଳୀ ଜାତୀୟ ହ ସ୍ତଶିଳ୍ପ ମେଳାରେ ଜାତୀୟ ସଂହତରି ଚମତ୍କାର ପ୍ରତିଫଳନ ଦେଖିବାକୁ ମିଳେ। ରାଜଧାନୀ ଭୁବନେଶ୍ୱରକୁ କଳା ଓ କଳାପ୍ରେମୀମାନଙ୍କୁ ଆକୃଷ୍ଟ କରିବାରେ ତୋଷାଳି ମେଳା ସଫ ଳ ହୋଇଛି। କୋଭିଡ୍‌ ମହାମାରୀର କଠିନ ସମୟରେ ଏହି ମେଳା ଆୟୋଜିତ ହୋଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ମେଳା ସହିତ ସଂପୃକ୍ତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

prayash

ଉଦ୍‌ଘାଟନୀ ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ କୁମାର ରାଉତ, ବିଭାଗୀୟ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା, ହସ୍ତତନ୍ତ ଓ ବୟନଶିଳ୍ପ ନିର୍ଦ୍ଦେଶକ ସୁଶାନ୍ତ କୁମାର ଦାଶ ପ୍ରମୁଖ ଯୋଗଦେଇଥିଲେ ।
ଅତିଥିମାନେ ସେମାନଙ୍କ ଅଭିଭାଷଣରେ ରାଜ୍ୟର ହସ୍ତତନ୍ତ ଓ ହସ୍ତଶିଳ୍ପ କାରିଗରମାନଙ୍କ ଜୀବନଜୀବିକାର ସୁରକ୍ଷା, ଆର୍ଥିକ ଅଭିବୃଦ୍ଧି, ସେମାନଙ୍କର ଉତ୍ପାଦର ବିକ୍ରିବଟା ଏବଂ ବ୍ୟାପକ ପ୍ରଚାର ଓ ପ୍ରସାର ପାଇଁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା ଏକ ବୃହତ୍‌ ବଜାରର ସୁବିଧା ସୃଷ୍ଟି କରିପାରିଛି ବୋଲି ମତପୋଷଣ କରିଥିଲେ।
ଆଜିର ଉଦ୍‌ଘାଟନୀ ଉତ୍ସବରେ ଓଡ଼ିଶୀ ନୃତ୍ୟ, ପାଲା, ଯୋଡ଼ିଶଂଖ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ତୋଷାଳି ମେଳା ୧୪ ଦିନ ଧରି ଚାଲିବ। ପ୍ରତ୍ୟୋକ ଦିନ ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବ। ଏହି ମେଳାରେ ରାଜ୍ୟ ଓ ରାଜ୍ୟ ବାହାରୁ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଷ୍ଟଲରେ ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ ବିକି୍ରବଟା ହେବାର ବ୍ୟବସ୍ଥା କରାଯାଇଛି।

kalyan agarbati

Comments are closed.