www.samajalive.in
Sunday, December 7, 2025
23.1 C
Bhubaneswar

ଦୀର୍ଘ ଦୁଇ ବର୍ଷ ପରେ ହଟିବ କରୋନା କଟକଣା ; କେନ୍ଦ୍ର ନିଷ୍ପତ୍ତି

ନୂଆଦିଲ୍ଲୀ : ଦୀର୍ଘ ଦୁଇ ବର୍ଷ ପରେ ମହାମାରୀ କଟକଣା ହଟାଇବାକୁ କେନ୍ଦ୍ର ପକ୍ଷରୁ ବୁଧବାର ନିଷ୍ପତ୍ତି ନିଆଯାଇଛି। ସଂକ୍ରମିତଙ୍କ ସଂଖ୍ୟା, ଦୈନିକ ସଂକ୍ରମଣ ହାର କମିବାରୁ ଏନେଇ ନିଷ୍ପତ୍ତି ନିଆଯାଇଛି। ପରିସ୍ଥିତି ଦେଖି କଟକଣା ହଟାଇବାକୁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଦେଶରେ ତଥା ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଲଗାତାର ହ୍ରାସ ପାଇବା ପରେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳାୟ ମହାମାରୀ ଅନୁଯାୟୀ ଲାଗୁ ହୋଇଥିବା କଟକଣାକୁ ହଟାଇବା ପାଇଁ ନିଷ୍ପତ୍ତି ନେଇଛି। ମାର୍ଚ୍ଚ ୩୧ରୁ କରୋନା ହଟିବ। ଦୀର୍ଘ ଦୁଇ ବର୍ଷ ପରେ କଟକଣା ହଟା ଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ବର୍ତ୍ତମାନ ସାମାଜିକ ଦୂରତା ବଜାୟ ରଖିବା, ସାନିଟାଇଜର ବ୍ୟବହାର ସହ ତୁଣ୍ଡି ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି।
କେନ୍ଦ୍ର ସରକାର ୨୪ ମାର୍ଚ୍ଚ ୨୦୨୦ରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ (DM Act 2005) ଅନୁଯାୟୀ ପ୍ରଥମଥର କରୋନା ପାଇଁ କଟକଣା ଲାଗୁ କରାଯାଇଥିଲା। ବିିଭିନ୍ନ ପରିସ୍ଥିତିରେ ଏହି କଟକଣାକୁ କୋହଳ ସହ ପରିବର୍ତ୍ତନ କରାଯାଇଯାଇଥିଲା। ସମସ୍ତ ରାଜ୍ୟର ମୁଖ୍ୟ ସଚିବଙ୍କୁ ଏନେଇ ଚିଠି ପଠାଯାଇଛି। ଚିଠିରେ କେନ୍ଦ୍ରୀୟ ଗୃହ ସଚିବ ଅଜୟ ଭଲ୍ଲା ଉଲ୍ଲେଖ କରିଛନ୍ତି, ଗତ ୨୪ ମାସରେ ମହାମାରୀ ପାଇଁ ବିିଭିନ୍ନ ବ୍ୟବସ୍ଥା ଓ କ୍ଷମତାକୁ ବୃଦ୍ଧି କରାଯାଇଛି। ଏଥିରେ ନମୁନା ପରୀକ୍ଷା, ନଜର ରଖିବା , କଣ୍ଟାକ୍ଟ ଟ୍ରେସିଂ, ଚିିିକିତ୍ସା, ଟିକାକରଣ, ସ୍ୱାସ୍ଥ୍ୟ କ୍ଷେତ୍ରରେ ଆହୁରି ଉନ୍ନତି କରାଯାଇଛି। ଲୋକଙ୍କୁ ସଚେତନ କରାଯାଇଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories