ସାତକୋଶିଆ ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ୨ ଗିରଫ
ଠାକୁରମୁଣ୍ଡା: ମୟୁରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ସାତକୋଶିଆ ବନାଞ୍ଚଳର ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ଘଟଣାରେ ବନବିଭାଗ କର୍ମଚାରୀ ୨ ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରିଛନ୍ତି। ଗୁରବାର ସନ୍ଧ୍ୟା ବେଳେ ସାତକୋଶିଆ ସଂରକ୍ଷିତ ଜଙ୍ଗଲ ବାଉଁଶନାଳି ପାଖରେ ଦୁଇ ଜଣ ବ୍ୟକ୍ତି ଜଙ୍ଗଲରେ ନିଆଁ ଲଗାଉଥିବା ସମୟରେ ବିଭାଗର କର୍ମଚାରୀମାନେ ଦେଖିବାକୁ ପାଇଥିଲେ। ଘଟଣା ସ୍ଥଳରୁ ସେମାନଙ୍କୁ ଗିରଫ କରି ତାଙ୍କ ନିକଟରୁ ବ୍ୟବହୃତ ଦିଆସିଲିକୁ ଜବତ କରିଥିଲେ। ନିଆଁ ଲଗାଇବା ଘଟଣାରେ ଗିରଫ ବ୍ୟକ୍ତିମାନେ ହେଲେ ଆନନ୍ଦପୁର ଥାନା ଅନ୍ତର୍ଗତ ପାଣ୍ଡୁଆ ଗ୍ରାମର ଅକ୍ଷୟ ନାୟକ ଓ ବାବୁଲା ଦାସ ବୋଲି ଜଣାପଡିଛି।
ପ୍ରକାଶ ଯେ ଦୁଇ ଅଭିଯୁକ୍ତ ସାତକୋଶିଆ ସପ୍ତାହିକ ହାଟକୁ ଆସି ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ରାସ୍ତାରେ ଅଟକି ଜଙ୍ଗଲରେ ନିଆଁ ଲଗାଉ ଥିଲେ। ସାତକୋଶିଆ ବନାଞ୍ଚଳ ଅଧିକାରୀ ପିତାମ୍ବର ସେଠୀ, ଫରେଷ୍ଟ ଗିରିଜାନନ୍ଦ ଦଳେଇ, ଫରେଷ୍ଟ ଗାଡ ସନତ୍ କୁମାର ମହାନ୍ତ, ଫାୟାର ସ୍କୁଆଡ ଟିମ ଅଭିଯୁକ୍ତକୁ ଘଟଣାସ୍ଥଳରୁ ଧରିବାରେ ସକ୍ଷମ ହୋଇଥିଲେ। ସାତକୋଶିଆ ରେଞ୍ଜ କେସ ନଂ ୧୪୮/ ୨୦୨୧-୨୨ ମାମଲା ରୁଜ୍ଜୁ କରି ଦୁଈ ଜଣକୁ କୋର୍ଟ ଚାଲଣ କରିଥିବାର ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Comments are closed.