୯୮ ଗାଁକୁ ବାଲ୍ୟବିବାହ ମୁକ୍ତଗ୍ରାମ ଭାବେ ଘୋଷଣା କଲେ ନବରଙ୍ଗପୁର ଜିଲାପାଳ

ନବରଙ୍ଗପୁର : ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲାରେ ସାକ୍ଷରତା ଓ ସଚେତନତା ଅଭାବରୁ ବାଲ୍ୟବିବାହ ଭଳି କଳଙ୍କିତ ପ୍ରଥା ଆଜି ମଧ୍ୟ ବି ଦେଖିବାକୁ ମିଳୁଛି। ପରମ୍ପରା ନାମରେ କିଶୋରୀ ବାଳିକାମାନଙ୍କୁ ବିବାହ ବନ୍ଧନ ରେ ବାନ୍ଧିଦେଇ ଅକାଳରେ ମରଣ ମୁହଁକୁ ଠେଲି ଦେଉଛନ୍ତି ପିତାମାତା ଓ ସମ୍ପର୍କୀୟ। ପରିପକ୍ବ ବୟସ ପୂର୍ବରୁ ମାତୃତ୍ବ ଲାଭକରି ଅକାଳରେ ଝଡିଯାଉଛନ୍ତି କିଶୋରୀ ବାଳିକା। ନବରଙ୍ଗପୁର ଜିଲାରେ ଏହି ଭଳି କୁତ୍ସିତ ପ୍ରଥାର ବିଲୋପ ପାଇଁ ଜିଲା ପ୍ରଶାସନ ତରଫରୁ ତପ୍ତରତା ପ୍ରକାଶ ପାଇଛି। ସମଗ୍ର ନବରଙ୍ଗପୁର ଜିଲାରେ ବାଲ୍ୟ ବିବାହର ସମାପ୍ତ ଉଦ୍ଦେଶ୍ୟରେ ଜିଲା ପ୍ରଶାସନ ତରଫରୁ ଆରମ୍ଭ ହୋଇଛି ଅ​ନ୍ବେଷା ଅଭିଯାନ। ସମଗ୍ର ନବରଙ୍ଗପୁର ଜିଲାକୁ ୨୦୨୪ ମସିହା ସୁଦ୍ଧା ବାଲ୍ୟବିବାହ ମୁକ୍ତ ଜିଲା ଭାବରେ ପରିଗଣିତ କରିବା ପାଇଁ ଏହି ଅ​ନ୍ବେଷା ଅଭିଯାନ ମାଧ୍ୟମରେ ଜିଲା ସମାଜ କଲ୍ୟାଣ ବିଭାଗ, ଶିଶୁ ସୁରକ୍ଷା ୟୁନିଟି, ୟୁନିସେଫ ଓ ଆକ୍ସନଏଡ ସଂସ୍ଥାର ମିଳିତ ପ୍ରୟାସରେ ଏକ ଯୋଜନାବଦ୍ଧ କାର୍ଯ୍ୟକ୍ରମ ପ୍ରସ୍ତୁତି କରାଯାଇ ବାଲ୍ୟବିବାହକୁ ବନ୍ଦ କରାଯାଇବା ନିମନ୍ତେ ପ୍ରୟାସ ଜାରି ରହିଛି।

prayash

ବିଶେଷ କରି ଗ୍ରାମ ଗୁଡିକରେ ଜାତି ସମାଜର ମୁଖିଆ, ସରପଞ୍ଚ, ୱାର୍ଡମେମ୍ବର, ସ୍ବଂୟହାୟକ ଦଳମାନଙ୍କ ସହିତ ବାଲ୍ୟ ବିବାହର କୁପରିଣାମ ବୈଠକ, ବାଲ୍ୟବିବାହ ମୁକ୍ତ ଗ୍ରାମ ଗଠନ ଓ ଅଙ୍ଗନୱାଡି କେନ୍ଦ୍ରମାନଙ୍କରେ ମାସର ସମସ୍ତ ଶନିବାର ଦିନ କିଶୋରୀ ମାନଙ୍କର ବୈଠକ କରାଯାଇ ନାବାଳିକା ବିବାହର କୁପରିଣାମ , ରକ୍ତ ହୀନତା ର ମୁକାବିଲା , ଘରୋଇ ହିଂସା ଓ ଶିଶୁ ଅଧିକାର ଉପରେ ବ୍ୟାପକ ଭାବରେ ଆଲୋଚନା କରାଯିବା ସହିତ ଲୌହସାର ବଟିକାକୁ କିଶୋରୀମାନେ ସେବନ କରିବାକୁ ଦିଆଯାଉଛି। ଏହାର ପ୍ରଭାବରେ ଗ୍ରାମ ଗୁଡିକରେ ଜାତି ସମାଜର ମୁଖିଆ, ସରପଞ୍ଚ, ୱାର୍ଡମେମ୍ବର, ସ୍ବଂସହାୟକ ଦଳମାନେ ଜିଲାର ବିଭିନ୍ନ ଗ୍ରାମ ଗୁଡିକୁ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିବା ପାଇଁ ଜିଲାପାଳଙ୍କୁ ସିଡିପିଓଙ୍କ ଜରିଆରେ ଆବେଦନ କରିଥିଲେ। ଏହାପରେ ଜିଲାପାଳ ଡ. କମଳ ଲୋଚନ ମିଶ୍ର ନବରଙ୍ଗପୁର ଜିଲାର ମୋଟ ୯୮ଟି ଗ୍ରାମକୁ ଆନୁଷ୍ଠାନିକ ଭାବରେ ବାଲ୍ୟବିବାହ ମୁକ୍ତ ଗ୍ରାମ ଭାବରେ ଘୋଷଣା କରିଛନ୍ତି। ଏହି ଗ୍ରାମ ଗୁଡିକ ମଧ୍ୟରେ ଚନ୍ଦାହାଣ୍ଡି ବ୍ଲକର ୧୦ ଗ୍ରାମ, ଡାବୁଗାଁ ବ୍ଲକର ୨୨ ଟି ଗ୍ରାମ, ଝରିଗାଁ ବ୍ଲକର ୪୭ଟି ଗ୍ରାମ, କୋଷାଗୁମୁଡା ବ୍ଲକରେ ୪ଟି ଗାଁ, ନନ୍ଦାହାଣ୍ଡି ବ୍ଲକରେ ୬ଟି ଗାଁ, ଉମରକୋଟ ବ୍ଲକରେ ୯ଟି ଗ୍ରାମ ଅନ୍ତର୍ଭୁକ୍ତ ଅଟେ। ଜିଲା ସମାଜ କଲ୍ୟାଣ ଅଧିକାରୀ ସ୍ବର୍ଣ୍ଣଲତା କହିବା ଅନୁଯାୟୀ ସମଗ୍ର ନବରଙ୍ଗପୁର ଜିଲାରେ ଆଜି ପର୍ୟ୍ୟନ୍ତ ୩୫୦ଟି ରାଜସ୍ୱ ଗ୍ରାମ ଓ ୩୪୩ ପଡାଗ୍ରାମ କୁ ମିଶାଇ ମୋଟ ୬୯୩ ଗ୍ରାମକୁ ପ୍ରଶାସନ ତରଫରୁ ବାଲ୍ୟବିବାହ ମୁକ୍ତ ଗ୍ରାମଭାବରେ ଘୋଷଣା କରାଯାଇଛି।

kalyan agarbati

Comments are closed.