www.samajalive.in
Monday, December 15, 2025
24.1 C
Bhubaneswar

ଡକାୟତି ଯୋଜନା ପଣ୍ଡ; ୫ କୁଖ୍ୟାତ ସିନ୍ଧି ଚୋର ଗିରଫ

ଗୋପାଳପୁର: ଗୋଳନ୍ଥରା ପୁଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ବିଭିନ୍ନ ଥାନା ଇଲାକାରେ ସିନ୍ଧି ଚୋରିରେ ସମ୍ପୃକ୍ତ ରହି ପୁଲିସ ଆଖିରେ ଧୂଳି ଦେଇ ଫେରାର ରହିଥିବା ଏକ ୫ ଜଣିଆ ଗ୍ୟାଙ୍ଗ କନିଷି ହାଟ ଅଞ୍ଚଳରେ ସିନ୍ଧି ଚୋରି ନିମନ୍ତେ ପ୍ରସ୍ତୁତ ହେଉଥିବା ବେଳେ ପୁଲିସ ସେମାନଙ୍କୁ କାବୁ କରିବା ସହ ଚୋରି କରିଥିବା ସୁନା ଓ ରୂପା ଅଳଙ୍କାର ଜବତ କରିଛି। ଗିରଫ ଡକାୟତମାନେ ହେଲେ ବଡବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଇନାନ୍ଦ୍ରି ସାହିର ସିଏଚ ରାମବାବୁ(୨୧),ଏସ ଶ୍ରୀନୁ (୧୯),ଏସ ଗଣେଶ (୪୦), ସିଏଚ ସେନାବାବୁ(୧୯) ଓ ପି ନରସିଂହ (୧୯) ବୋଲି ପୁଲିସ ସୂଚନା ଦେଇଛି। ଏହା ସହ ଏହି ଗ୍ୟାଙ୍ଗ ନିକଟରୁ ଗୋଟିଏ କାତି, ଦୁଇଟି ଲୁହା ଛଡ, ୩ ଟି ଜିବନ୍ତ ବୋମା, ୪୦ ଗ୍ରାମ ଓଜନର ସୁନା ଅଳଙ୍କାର, ୨.୬ କେଜି ଓଜନର ରୂପା ଅଳଙ୍କାର, ୧୫ ହଜାର ଟଙ୍କା ବିଦେଶୀ ନୋଟ ସହ ୫ ହଜାର‌ ଜବତ କରାଯାଇଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ପୁଲିସ ର ସୂଚନା ମୁତାବକ ୨ ତାରିଖ ରାତିରେ ଏକ ଗ୍ୟାଙ୍ଗ ପକ୍ଷରୁ କନିଷି ଅଞ୍ଚଳରେ ସିନ୍ଧି ଚୋରି ନିମନ୍ତେ ପ୍ରସ୍ତୁତ ହେଉଥିବା ଖବର ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏକ ଟିମ୍ କନିଷି ହାଟ ନିକଟବର୍ତ୍ତୀ ନିଛାଟିଆ ସ୍ଥାନରେ ଚଢାଉ କରିବା ସମୟରେ ଡକାୟତି ଗ୍ୟାଙ୍ଗ ପକ୍ଷରୁ ପୁଲିସ ଉପରକୁ ଦୁଇଟି ବୋମା ନିକ୍ଷୋପ କରି ଖସି ଯିବାକୁ ଉଦ୍ୟମ କରିଥିଲେ ସୁଦ୍ଧା ପୁଲିସ ଡକାୟତ ମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲେ। ବୋମା ନିକ୍ଷୋପ ଯୋଗୁଁ କୌଣସି ପୁଲିସ କର୍ମଚାରୀ ଆହାତ ହୋଇନଥିବା ଜଣାପଡିଛି।

ପୁଲିସ ଏହି ଘଟଣା ନେଇ ଥାନାରେ ୮୦/୨୨ ରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଡକାୟତମାନଙ୍କୁ ଜେରା ସମୟରେ ସେମାନେ ବିଭିନ୍ନ ସମୟରେ ଗୋଳନ୍ଥରା ଅଞ୍ଚଳରେ ୪ ଟି ଚୋରି ମାମଲା ସହ ସଦର ଥାନା ଇଲାକାରେ ୩, ବି ଏନ ପୁର ଥାନା ଇଲାକାରେ ୩, ଗୋପାଳପୁର ଥାନା ଇଲାକାରେ ୨ ଓ ବଡ ବଜାର ଥାନା ଇଲାକାରେ ୨ ଟି ମାମଲାରେ ସମ୍ପୃକ୍ତ ରହିଥିବା ସ୍ବିକାର କରିଥିବା ଆଇଆଇସି ବିବେକାନନ୍ଦ ମହନ୍ତ ସୂଚନା ଦେଇଛନ୍ତି। ଗିରଫ ଡକାୟତମାନଙ୍କ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।

Hot this week

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

Related Articles

Popular Categories