www.samajalive.in
Sunday, December 7, 2025
23.1 C
Bhubaneswar

ପିପିଲି ଏନ୍‍ଏସି ନିର୍ବାଚନ ପାଇଁ ରାଜନୈତିକ ଉଷ୍ମତା

ପିପିଲି: ଆସନ୍ତା ୨୪ ତାରିଖରେ ହେବାକୁ ଥିବା ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‍ଏସି) ନିର୍ବାଚନ ପାଇଁ ବୁଧବାରଠାରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନ ଗୁରୁବାର ସୁଦ୍ଧା କେହି ପ୍ରାର୍ଥୀପତ୍ର ଦାଖଲ କରିନଥିବା ସୂଚନା ମିଳିଛି। ତେବେ ଏଠାକାର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ପୌର ଅଧ୍ୟକ୍ଷ ଆସନ ସମେତ ବିଭିନ୍ନ ୱାର୍ଡରେ କାଉନସିଲର ଆସନ ନିମନ୍ତେ ଦଳୀୟ ପ୍ରାର୍ଥୀ ଚୟନ ପ୍ରକ୍ରୀୟା ଚୁଡାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ଏହି ନିର୍ବାଚନ ପାଇଁ ପିପିଲି ଏନ୍‍ଏସିରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଇଥିବା ବେଳେ ପୌରାଧ୍ୟକ୍ଷ ଆସନ ସମେତ ଏନ୍‍ଏସିରେ ବିଜୟଲାଭ କରିବା ପାଇଁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ଜୋରଦାର କସରତ ଚାଲିଛି। ଆସନ୍ତା ୨୪ ତାରିଖରେ ପିପିଲି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନଏସି)ର ୧୬ଗୋଟି ୱାର୍ଡର ୭ହଜାର ୯୪୫ ଜଣ ପୁରୁଷ ଭୋଟର ଓ ୭ହଜାର ୫୫୬ ଜଣ ମହିଳା ଭୋଟରଙ୍କୁ ମିଶାଇ ମୋଟ୍‍ ୧୫ ହଜାର ୫୦୧ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ। ଚଳିତଥର ନଗରପାଳ ଆସନ ପାଇଁ ସିଧାସଳଖ ନିର୍ବାଚନ ହେବ। ନିର୍ବାଚନରେ ଇଭିଏମରେ ଭୋଟରମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଏଥିପାଇଁ ପ୍ରତ୍ୟେକ ବୁଥରେ ଦୁଇଟି ଇଭିଏମ ରହିବ। ଗୋଟିଏରେ ନଗରପାଳ ଆସନ ପାଇଁ ଓ ଦି୍ୱତୀୟଟିରେ କାଉନସିଲର ଆସନ ପାଇଁ ଭୋଟରମାନେ ମତଦାନ କରିବେ। ପିପିଲି ଏନ୍‍ଏସିର ୧୬ଟି ୱାର୍ଡର ୧୩ଟି ସ୍ଥାନରେ ୨୦ଟି ମତଦାନ କେନ୍ଦ୍ର କରାଯାଇଥିବା ନେଇ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ପିପିଲି ତହସିଲଦାର ସପନ କୁମାର ନନ୍ଦ ସୂଚନା ଦେଇଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories