www.samajalive.in
Sunday, December 7, 2025
26.1 C
Bhubaneswar

ତାଳଚେର ସାର କାରଖାନା ଶିଳାନ୍ୟାସ କରି ମୁଁ ଗର୍ବିତ: ପ୍ରଧାନମନ୍ତ୍ରୀ

ତାଳଚେର: ତାଳଚେର ସାର କାରଖାନା ପୁନରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ କରିଥିବାରୁ ମୁଁ ଆଜି ଗର୍ବିତ। ବିଭିନ୍ନ କାରଣ ପାଇଁ ଏହି କାରଖାନା ବହୁ ଦିନରୁ ବନ୍ଦ ପଡ଼ିଥିଲା। ତାଳଚେର ବାସିନ୍ଦା ଆଶା ହରାଇ ସାରିଥିଲେ। ଆଜି ସମସ୍ତଙ୍କ ଆଶା ପୂରଣ ହୋଇଛି। ଏହି କାରଖାନା କାର୍ଯ୍ୟକ୍ଷମ ହେଲେ ୪୫୦୦ ନିଯୁକ୍ତି ସୃଷ୍ଟି ହେବ। ବହୁ ପ୍ରତୀକ୍ଷିତ ତାଳଚେର ସାର କାରଖାନା ପୁନରୁଦ୍ଧାର ପ୍ରକଳ୍ପର ଶିଳାନ୍ୟାସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବୋଧନ ଦେଇ କହିଲେ ଯେ ଆଜି ଓଡ଼ିଶାବାସୀଙ୍କ ପାଇଁ ଏକ ଆନନ୍ଦର ଦିନ। ପ୍ରଧାନମନ୍ତ୍ରୀ ତାଳଚେର ସାର କାରଖାନା ଶିଳାନ୍ୟାସ କରିଛନ୍ତି। ତାଳଚେର ସାର କାରଖାନା ପାଇଁ ପୂର୍ବରୁ ଓଡ଼ିଶାବାସୀ ଦାବି ଉପସ୍ଥାପନ କରି ଆସୁଥିଲେ। ଏ ଦିଗରେ ପ୍ରଧାନମନ୍ତ୍ରୀ ପଦକ୍ଷେପ ନେଇଥିବାରୁ ଧନ୍ୟବାଦ। ପୂର୍ବରୁ ଆନ୍ଧ୍ରପ୍ରଦେଶ ଓ ଉତ୍ତରପ୍ରଦେଶରୁ ସାର ଆଣିବାକୁ ପଡ଼ୁଥିଲା। ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ହେଲେ ଓଡ଼ିଶାର ଚାଷୀ ଭାଇ ଲାଭ ପାଇପାରିବେ। ଏହି କାରଖାନାରୁ ଓଡ଼ିଶାର ଚାଷୀମାନେ ଯେପରି ୫୦% ୟୁରିଆ ପାଇପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଆଜି ପ୍ରବଳ ବର୍ଷା ସତ୍ତ୍ବେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିବାରୁ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।

- Advertisement -

ବାର୍ଷିକ ୧.୨୭ ଏମ୍‍ଏମ୍‍ଟି ନିମ ୟୁରିଆ ଉତ୍ପାଦନ କ୍ଷମତା ବିଶିଷ୍ଟ ଏହି କାରଖାନା ୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ହେବାର ଲକ୍ଷ୍ୟ ରଖାଯାଇଛି। ଦେଶର ପ୍ରଥମ କୋଇଲା ବାଷ୍ପୀକରଣ ଭିତ୍ତିକ ଏହି ୟୁରିଆ ଉତ୍ପାଦନ କାରଖାନା ପାଇଁ ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।
ଶିଳାନ୍ୟାସ ପରେ ସାଧାରଣସଭାରେ ଜନସମୁଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ କହିଲେ ଯେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ ପାଇଁ ବହୁ ବିକଳ୍ପ ଓ ସମୟ ସୁବିଧା ସୁଯୋଗ ସୃଷ୍ଟି ହୋଇଥିଲେ ମଧ୍ୟ ପୂର୍ବ ସରକାର ଏହାକୁ କାର୍ଯ୍ୟରେ ଲଗାଇ ପାରି ନଥିଲେ। କିନ୍ତୁ ବିଜେପି ନେତୃତ୍ୱରେ କେନ୍ଦ୍ର ସରକାରଙ୍କ ଉଦ୍ୟମରୁ ଏହା ସମ୍ଭବ ହୋଇପାରିଛି। ତାଳଚେରବାସୀ ଏହାର ସାକ୍ଷୀ। କୃଷକ ଓ କୃଷି ବ୍ୟବସ୍ଥାକୁ ମଜଭୁତ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଏହି କାରଖାନାର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ୩୬ ମାସ ପରେ କାରଖାନା ଉଦ୍‍ଘାଟନ ପାଇଁ ସେ ପୁଣି ଆସିବେ ବୋଲି ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କୁ ପ୍ରଣାମ କରି ଅଭିଭାଷଣ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଜଗନ୍ନାଥ ସଂସ୍କୃତି ବିଷୟରେ ଅବତାରଣା କରିିଥିଲେ। ବାଜି ରାଉତ ଓ ତାଳଚେର ମାଟିର ବହୁ ବରପୁତ୍ରଙ୍କୁ ଭକ୍ତିପୂତ ପ୍ରମାଣ ଜଣାଇଥିଲେ। ଏହାପରେ ବିଜେପି ସରକାରଙ୍କ ସଫଳତାର ରିପୋର୍ଟ ଦେବା ସହିତ ରାଜ୍ୟ ସରକାରଙ୍କ ନୀତି ଓ ଆଭିମୁଖ୍ୟକୁ ନା ପସନ୍ଦ କରିଥିଲେ।

ଦେଶବାସୀଙ୍କୁ ଆର୍ଥିକ ଓ ସାମାଜିକ ସୁରକ୍ଷା ବ୍ୟବସ୍ଥା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ଜନଧନ ଯୋଜନାରେ ଦେଶର ସମସ୍ତ ଲୋକଙ୍କ ପାଖରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇ ଯାଇପାରିଛି। ଓଡ଼ିଶାବାସୀ ମଧ୍ୟ ଏହାଦ୍ୱାରା ଉପକୃତ ହୋଇ ପାରିଛନ୍ତି। ବାଟମାରଣା ରୋକିବାରେ ଏହି ଯୋଜନା ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି। ଗରିବ ହିତାଧିକାରୀଙ୍କ ପାଇଁ କେନ୍ଦ୍ରରୁ ଆସୁଥିବା ଅର୍ଥର ୮୫% ବାଟମାରଣା ହେଉଥିବା ସମସ୍ତେ ଜାଣିଥିଲେ। କିନ୍ତୁ ଏହାକୁ ରୋକିବାରେ ପୂର୍ବ ସରକାରଙ୍କ ସାହସ, ସାମର୍ଥ୍ୟ, ଇଚ୍ଛାଶକ୍ତି ନଥିଲା। ମାର୍ଗ ଜଣା ନଥିଲା। କିନ୍ତୁ ବିଜେପି ସରକାର ଗତ ୪ ବର୍ଷ ମଧ୍ୟରେ ବାଟମାରଣା ରୋକିବାରେ ପ୍ରଭାବଶାଳୀ ବ୍ୟବସ୍ଥା କାର୍ଯ୍ୟକାରୀ କରିପାରିଲା। ଏବେ ସବୁ ହିତାଧିକାରୀଙ୍କ ବ୍ୟାଙ୍କ ଖାତାରେ ସେମାନଙ୍କ ଉଚିତ ପ୍ରାପ୍ୟ ଜମା ହୋଇପାରୁଛି। ସେହିପରି ତିନି ତଲାକ ପ୍ରସଙ୍ଗରେ କଂଗ୍ରେସ ସରକାରଙ୍କୁ ସମାଲୋଚନା କରିବା ସହିତ ମହିଳାଙ୍କ ସାମାଜିକ ସୁରକ୍ଷା ପାଇଁ ବିଜେପି ଉଲ୍ଲେଖନୀୟ ଓ ଯୁଗାନ୍ତକାରୀ ପଦକ୍ଷେପ ନେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି।

ଶେଷରେ ‘ଆୟୁଷ୍ମାନ ଭାରତ’ ଯୋଜନାକୁ ଓଡ଼ିଶାରେ କାର୍ଯ୍ୟକାରୀ ନ କରିବାରେ ରାଜ୍ୟ ସରକାରଙ୍କ ନୀତି ଓ ଆଭିମୁଖ୍ୟକୁ ସମାଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ ଏହି ଯୋଜନାରୁ ଓଡ଼ିଶାବାସୀଙ୍କୁ ଲାଭ ମିଳିବା ଦରକାର। କିନ୍ତୁ ରାଜ୍ୟସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରୁନାହାନ୍ତି। ଜନସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏହି ସ୍ୱାସ୍ଥ୍ୟ ଯୋଜନାକୁ ରାଜ୍ୟରେ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ସେହିପରି ଓଡ଼ିଶା ସରକାରଙ୍କ ଟଙ୍କିକିଆ ଚାଉଳ ଯୋଜନାରେ କେନ୍ଦ୍ର ସରକାରଙ୍କ ସବୁଠାରୁ ବଡ଼ ଅବଦାନ ରହିଥିବା ପ୍ରଧାନମନ୍ତ୍ରୀ ରାଜ୍ୟବାସୀଙ୍କୁ ସୂଚାଇ ଦେଇଛନ୍ତି। ସ୍ୱଚ୍ଛ ଭାରତ ଯୋଜନାରେ ମଧ୍ୟ ଓଡ଼ିଶା ପଛରେ ପଡ଼ିଯାଇଥିବାରୁ ପ୍ରଧାନମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories