ପାପହାଡାଣ୍ଡି ଜିଲାପରିଷଦ ଜୋନ-୧ ପ୍ରାର୍ଥୀଙ୍କର ପ୍ରଚାର ଗାଡି ପୋଡି, ଜଣେ ଗିରଫ

ନବରଙ୍ଗପୁର: ଆସନ୍ତା ୨୨ ତାରିଖରେ ପାପଡାହାଣ୍ଡି ବ୍ଲକ ଜିଲାପରିଷଦ ଜୋନର ଭୋଟଗ୍ରହଣ କରାଯିବ। ତେବେ ପାପହାଡାଣ୍ଡି ଜିଲାପରିଷଦ ଜୋନ-୧ ପ୍ରାର୍ଥୀ ଉଆଁସ ମାଝୀଙ୍କର ପ୍ରଚାର ଗାଡି ଓ ଗୋଟିଏ ବାଇକକୁ ଶନିବାର ରାତ୍ରରେ ପୋଡିଦିଆଯାଇଛି। ଏହି ମାମଲାରେ ଯୁଧିଷ୍ଠିର ଗୌଡକୁ ପାପଡାହାଣ୍ଡି ପୁଲିସ ଗିରଫ କରିଛି। ଏହାର ଅଧିକ ତଦନ୍ତ କରାଯାଉଥିବା ପୁଲିସ ପକ୍ଷରୁ କୁହାଯାଇଛି।
ଏହାକୁ ନେଇ ଜିଲା କଂଗ୍ରେସ ପକ୍ଷରୁ ତିବ୍ର ନିନ୍ଦା କରାଯିବା ସହ ଏଥିରେ ପ୍ରମୁଖ ରାଜନୈତିକ ଦଳ ନେତାଙ୍କର ହାତ ରହିଥିବା ଅଭିଯୋଗ କରିଛନ୍ତି। ଜିଲା କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀ କରି ଜିଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଏହି ଗାଡି ପୋଡି ଘଟଣାରେ ରାଜନୈତିକ ନେତାମାନେ ସଂପୃକ୍ତ ରହିଥିବା ଅଭିଯୋଗ କରିଛନ୍ତି। ଏହିଘଟଣାକୁ ସେ ଦୃଢନିନ୍ଦା କରିବା ସହ ଏଥିରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ନଚେତ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବ ବୋଲି ଚେତବାନୀ ଦେଇଛନ୍ତି। ଅନ୍ୟମାନଙ୍କର ମଧ୍ୟରେ ଜିଲା ଉପସଭାପତି ଦିଲ୍ଲୀପ ବେହେରା, ବରିଷ୍ଠନେତା ସୁବାସ ଚନ୍ଦ୍ର ସୁର, ଯୁବନେତା ତାଜଇମ୍ରାନ ସରିଫ, ନଗର ସଭପତି ଭୀମ ହରିଜନ ଓ ବୃନ୍ଦାବନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.