ରାଜସ୍ବ ରଥ ମାଧ୍ୟମରେ ବିଭିନ୍ନ ବିଦ୍ୟାଳୟକୁ ସ୍ଥାୟୀ ପଟ୍ଟା

ରାମନାଗୁଡା: ରାୟଗଡ଼ା ଜିଲ୍ଲା ରାମନାଗୁଡା ତହସିଲ ପକ୍ଷରୁ ରାମନାଗୁଡା ତହସିଲ ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟକୁ ରାଜ୍ୟସରକାରଙ୍କ ନିୟମାନୁଯାୟୀ ବେସରକାରୀ ଜମି ଅଥବା ସରକାରୀ ଜମି ଅଧିନରେ ନିର୍ମାଣ ହୋଇଥିବା ବିଦ୍ୟାଳୟଗୁଡ଼ିକ ଆଜି ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଛି। ସ୍ଥାନୀୟ ତହସିଲଦାର ପ୍ରଭାତୀ ଝୋଡିଆ ଏହି ପଟ୍ଟା ପ୍ରଦାନ କରିଛନ୍ତି। ଏଥିରେ ରାମନାଗୁଡା ତହସିଲ ଅଧିନରେ ଥିବା ୧୦ଗୋଟି ବିଦ୍ୟାଳୟକୁ ପ୍ରଥମ ପର୍ୟ୍ୟାୟରେ ୧୦ଗୋଟି ବିଦ୍ୟାଳୟକୁ ସ୍ଥାୟୀ ପଟ୍ଟା ପ୍ରଦାନ କରାଯାଇଅଛି। ପୂର୍ବରୁ ବିଦ୍ୟାଳୟଗୁଡ଼ିକ ପଟ୍ଟା ନଥିବା ହେତୁ ସ୍ଥାୟୀତ୍ବ ନଥିବା ସହ ବିଭିନ୍ନ ସରକାରୀ କାର୍ୟ୍ୟରେ ବାଧା ସୃଷ୍ଟି ହେଉଥିଲା। ତେବେ ରାମନାଗୁଡା ବ୍ଲକର ୧୦୮ଗୋଟି ବିଦ୍ୟାଳୟକୁ ସାମିଲ ହୋଇଥିବା ବେଳେ ବିଭିନ୍ନ ବିଦ୍ୟାଳୟକୁ ପରବର୍ତ୍ତୀ ପର୍ଯ୍ୟାୟରେ ପଟ୍ଟା ପ୍ରଦାନ କରାଯିବ ବୋଲି ତହସିଲ ପକ୍ଷରୁ ସୂଚନା ମିଳିଛି। ପ୍ରଥମକରି ତହସିଲଦାର ପ୍ରଭାତୀ ଝୋଡିଆ ଯୋଗଦାନ କରିବା ପରେ ଶିକ୍ଷାନୁଷ୍ଠାନଗୁଡ଼ିକ ପଟ୍ଟା ମିଳିବା ପରେ ଶିକ୍ଷକମାନେ ଖୁସିବ୍ୟକ୍ତ କରିଛନ୍ତି। ଏଥିରେ ରାମନାଗୁଡା ଅତିରିକ୍ତ ତହସିଲଦାର ଫଡ୍ରିନାଲ ଏକ୍କା, ବ୍ଲକଶିକ୍ଷାଧିକାରୀ ସୂଜନ ମଲ୍ଲିକ, ଏବିଇଓ ଦାମୋଦର ହିମିରିକାଙ୍କ ସମେତ ତହସିଲ କର୍ମଚାରୀ ଓ ବିଭିନ୍ନ ବିଦ୍ୟାଳୟ ଶିକ୍ଷକ ଉପସ୍ଥିତ ଥିଲେ।

Comments are closed.