www.samajalive.in
Wednesday, December 10, 2025
17.1 C
Bhubaneswar

ପାଥପୁର ପଞ୍ଚାୟତର ଦଳୀୟ ପ୍ରାର୍ଥୀଙ୍କ ପ୍ରଚାରରେ ପୂର୍ବତନ ବିଧାୟକ

ବାଙ୍କୀ: ଫେବୃୟାରୀ ୨୨ତାରିଖରେ ବାଙ୍କୀ ନିର୍ବାଚନ ମଣ୍ଡଳୀର ଡମପଡା ବ୍ଲକର ୧୭ଗୋଟି ପଞ୍ଚାୟତରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ। ଏବେ ଗାଁରେ ଦଳୀୟ ସମର୍ଥିତ ପ୍ରାର୍ଥୀମାନଙ୍କୁ ଜିତାଇବା ପାଇଁ ବାଙ୍କୀର ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ବିଭିନ୍ନ ଗ୍ରାମରେ ପହଞ୍ଚି ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଶନିବାର ପାଥପୁର ପଞ୍ଚାୟତରେ ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ ପହଞ୍ଚି ନିଜର ସମର୍ଥିତ ସରପଞ୍ଚ ପ୍ରାର୍ଥୀ ସୁରେନ୍ଦ୍ର ପରିଡା ଏବଂ ସମିତିସଭ୍ୟ ପ୍ରାର୍ଥୀ ନରେନ୍ଦ୍ର ସାହୁଙ୍କ ନିମନ୍ତେ ଘରଘର ବୁଲି ଭୋଟ ଭିକ୍ଷା କରିବା ସହିତ ପାଥପୁର ଗ୍ରାମଠାରେ ଦଳୀୟ କର୍ମୀମାନଙ୍କୁ ନିର୍ବାଚନୀ ଆହ୍ୱାନ ଦେଇଛନ୍ତି।

ଅନ୍ୟତମ ଅତିଥି ଭାବରେ ପୂର୍ବତନ ସରପଞ୍ଚ ଜିତେନ ବେହେରା, ସମାଜସେବୀ ତଥା ରାଜନିତୀ ବିଷାରଦ କାହ୍ନୁଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ପଞ୍ଚାୟତରେ ଗତ ୨୦୧୭ନିର୍ବାଚନରେ ପାଥପୁର ପଞ୍ଚାୟତରୁ ୨ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥିନୀମାନେ ବିଜୁ ଜନତାଦଳ ସମର୍ଥିତ ପ୍ରାର୍ଥୀ ଭାବରେ ବିଜୟ ହାସଲ କରି ୫ବର୍ଷ ପୁରା କରିଥିବା ଜଣାପଡିଛି। ପଞ୍ଚାୟତର ପୁରୁଖା ରାଜନୀତି ବିଷାରଦ ମାନେ ଅଙ୍କ କସି ଚଳିତ ନିର୍ବାଚନରେ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀ ବିଜୟ ହାସଲ କରିବେ ବୋଲି କହିବା ଆରମ୍ଭ କରିଛନ୍ତି। ସେହିପରି ରବିବାର ସକାଳେ ମଧ୍ୟ ପୂର୍ବତନ ବିଧାୟକ ଶ୍ରୀ ତ୍ରିପାଠୀ ବରପୁଟ୍ଟ ପଞ୍ଚାୟତରେ ନିଜ ଦଳୀୟ ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କାର୍ଯ୍ୟ ଯୋର କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories