www.samajalive.in
Sunday, December 7, 2025
23.1 C
Bhubaneswar

ଘନ ଓ ଲମ୍ବା କେଶ ପାଇଁ….

ସାଧାରଣତଃ ସମସ୍ତେ ଚାହାନ୍ତି ଘନ, ଲମ୍ବା ଓ ସୁନ୍ଦର କେଶ। ହେଲେ ପରିବେଶ ପ୍ରଦୂଷଣ, ଅନିୟମିତ ଜୀବନଶୈଳୀ, ଜରୁରୀ ପୋଷକ ତତ୍ତ୍ୱର ଅଭାବ ଆଦି କାରଣରୁ ଆଜିକାଲି ଲୋକେ ବିଭିନ୍ନ କେଶ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଆଜି ଆମେ ଆପଣଙ୍କୁ କେତେକ ସହଜ ଉପାୟ ବିଷୟରେ କହିବୁ, ଯାହା ଆପଣଙ୍କ କାମରେ ଆସିବ। ଏହି ଉପାୟ ଅବଲମ୍ବନ କରି ନିଜ କେଶକୁ ଲମ୍ବା ଏବଂ ଘନ କରିପାରିବେ।

ଭଲ ଶାମ୍ପୁ ବ୍ୟବହାର କରନ୍ତୁ: କେଶର ଯତ୍ନ ନେବା ପାଇଁ ପ୍ରଥମେ ମୁଣ୍ଡରେ ଭଲ ଭାବେ ତେଲ ଲଗାନ୍ତୁ। ଏହାପରେ କେଶକୁ ଭଲ କ୍ୱାଲିଟିର ଶାମ୍ପୁରେ ଧୋଇ ଦିଅନ୍ତୁ। ଏମିତିରେ ଝିଅମାନେ କେଶର ଠିକ୍‌ ଯତ୍ନ ନେବା ପାଇଁ ସବୁବେଳେ ଭଲ କ୍ୱାଲିଟିର ଶାମ୍ପୁ ବାଛିବା ଆବଶ୍ୟକ। ଏଥିସହିତ ଶାମ୍ପୁ କରିବା ପରେ କଣ୍ଡିସନର ମଧ୍ୟ ବ୍ୟବହାର କରିବା ବହୁତ ଜରୁରୀ ହୋଇଥାଏ। ଏହାଦ୍ୱାରା ଆପଣଙ୍କ କେଶ ନା କେବଳ ସୁସ୍ଥ ରହିବ ବରଂ ଏହା ମୁଲାୟମ୍‌ ତଥା ଚିକ୍‌ଚିକ୍‌ କରିବ।

- Advertisement -

ନରମ ଟାୱେଲ୍ ବ୍ୟବହାର କରନ୍ତୁ: କେଶକୁ ଶୁଖାଇବା ପାଇଁ ଝିଅମାନେ ପ୍ରାୟତଃ ତରତରରେ ଡ୍ରାୟର ବ୍ୟବହାର କରି ଦିଅନ୍ତି। କିନ୍ତୁ ସବୁବେଳେ କେଶକୁ ପ୍ରାକୃତିକ ଉପାୟରେ ହିଁ ଶୁଖିବାକୁ ଦିଅନ୍ତୁ। ଏଥିପାଇଁ ଆପଣ ନରମ ଟାୱେଲ୍ ବ୍ୟବହାର କରି ପାରିବେ। ମୋଟା ଏବଂ ଟାଣ ଟାୱେଲ ବ୍ୟବହାର କରିବା ଦ୍ୱାରା କେଶ ଜଲ୍‌ଦି ଉପୁଡ଼ି ଯାଇପାରେ।

ଦିନଚର୍ଯ୍ୟାକୁ ଭଲ ରଖନ୍ତୁ: ଠିକ୍ ସମୟରେ ଶୁଅନ୍ତୁ ଓ ଠିକ୍‌ ସମୟରେ ଉଠନ୍ତୁ। ଭରପୂର ସମୟ ନିଦ୍ରା ଯାଆନ୍ତୁ। ଶାରୀରିକ କସରତ କରନ୍ତୁ ବା ବ୍ୟାୟାମ କରନ୍ତୁ। ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ। ଏମିତି କରିବା ଦ୍ୱାରା ନା କେବଳ ତ୍ୱଚାରେ ଚମକ ବଜାୟ ରହିଥାଏ ବରଂ କେଶ ମଧ୍ୟ ବଢ଼ିବା ଆରମ୍ଭ କରିଥାଏ।

ଏହା ବ୍ୟତୀତ –

-ଶରୀରର ଜଳୀୟଅଂଶ କମିବାକୁ ଦିଅନ୍ତୁ ନାହିଁ।

-ଜରୁରୀ ଭିଟାମିନ୍ ଯେପରି ଭିଟାମିନ ଇ, ଏ, ସି ଆଦିକୁ ଖାଦ୍ୟରେ ସାମିଲ କରନ୍ତୁ।

-ସୂର୍ଯ୍ୟଙ୍କ ହାନିକାରକ କିରଣରୁ କେଶକୁ ରକ୍ଷା କରନ୍ତୁ।

-ରାତିରେ ଶୋଇବା ପୂର୍ବରୁ ନିଜ କେଶକୁ ଜୋରରେ ବାନ୍ଧନ୍ତୁ ନାହିଁ।

-ପତଳା ଦାନ୍ତ ଥିବା ପାନିଆ ବ୍ୟବହାର କରନ୍ତୁ ନାହିଁ।

 

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories