www.samajalive.in
Monday, December 15, 2025
16.1 C
Bhubaneswar

ଗୁରୁବାର ରାଶିଫଳ (୧୦/୦୨/୨୦୨୨)

ମେଷ : ଧନାଗମର ସୂଚନା ମିଳୁଛି। ଯାନବାହନ ସୁଖ ମିଳିବ । ପ୍ରତ୍ୟେକ କାର୍ଯ୍ୟରେ ପାରଙ୍ଗମ ହେବେ। ନବ ବସ୍ତ୍ର ପରିଧାନ କରିପାରନ୍ତି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

ବୃଷ : ବିଶେଷ ଜ୍ଞାନର ଅଧିକାରୀ ହେବେ। କ୍ଷମାଶୀଳ ହୋଇପାରନ୍ତି । ସନ୍ମାର୍ଗୀ ଓ ଦୟାଳୁ ସ୍ବଭାବର ହେବେ। ବିତ୍ତବାନ୍‌ ହେବେ। ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟରେ ଦକ୍ଷ ହେବେ।

ମିଥୁନ : ଦକ୍ଷ ପରାମର୍ଶଦାତା ହେବେ। ଶାସ୍ତ୍ର ବିଶାରଦ ହୋଇପାରନ୍ତି। ଦେବଦ୍ବିଜ ପରାୟଣ ହେବେ। ଅତିଥି ସତ୍କାରରେ ଧନ ବ୍ୟୟ କରିପାରନ୍ତି। ଭାଷା ଓ ବ୍ୟବହାରରେ ବିରୋଧୀ ବଶ ହେବେ।

କର୍କଟ : ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଅମୃତହସ୍ତା ହେବେ। ଯାନ-ବାହନ ସୁଖ ମିଳିବ। ଅକ୍ଷୟ କୀର୍ତ୍ତି ସ୍ଥାପନ କରିପାରନ୍ତି। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ।

ସିଂହ : ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଗୃହ ପରିବେଶ ଉତ୍ତମ ମାନର ହେବ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ ସବୁକିଛି ମିଳିବ। ବହୁବିଧ ଧନର ଅଧିକାରୀ ହେବେ। ଗୁଣଜ୍ଞ ହୋଇପାରନ୍ତି।

କନ୍ୟା : ମହିଳା ଗୋଷ୍ଠୀର ସାହାଯ୍ୟକାରୀ ହେବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପରୋପକାରୀ ହେବେ। ସମଦର୍ଶୀ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ।

ତୁଳା : ସବୁ ବାଧା-ବିଘ୍ନକୁ ଏଡ଼ାଇ ନିର୍ଭୟରେ କାର୍ଯ୍ୟ ସମ୍ପାଦନ କରିବେ। ଥଣ୍ଡା-କଫଜନିତ ସମସ୍ୟା ଉପୁଜିପାରେ। ଭ୍ରାତୃଭାବ ଅତୁଟ ରହିବ। ପୁତ୍ର, ମିତ୍ରାଦି ସୁଖରେ ସୁଖୀ ହେବେ।

ବିଛା : ପ୍ରିୟଭାଷୀ ହେବେ । ଧନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସମ୍ପଦର ଅଧିକାରୀ ହେବେ। ପରାକ୍ରମଶାଳୀ ହେବେ। ବହୁପୋଷକ ହୋଇପାରନ୍ତି। ଶାରୀରିକ ଶକ୍ତିସମ୍ପନ୍ନ ହେବେ।

ଧନୁ : କର୍ମତତ୍ପର ହେବେ । ଶତ୍ରୁତାର ଅବସାନ ଘଟାଇବାରେ ସକ୍ଷମ ହେବେ। ଶାନ୍ତି ଓ ସୌହାର୍ଦ୍ୟର ବାତାବରଣ ସୃଷ୍ଟି ହେବ। ସୃଜନାଶୀଳ ହେବେ। ଭାଷା ଓ ବ୍ୟବହାର ସ୍ନେହପୂର୍ଣ୍ଣ ହେବ।

ମକର : ବିଭିନ୍ନ ସ୍ତରରୁ ଧନାଗମର ସୂଚନା ମିଳୁଛି । ଭାଷା ଓ ବ୍ୟବହାର ରୁଚିପୂର୍ଣ୍ଣ ହେବ। ବିଦ୍ୟାବାନ୍‌ ହେବେ। ଭୋଗୀ ଓ ବିଳାସୀ ହୋଇପାରନ୍ତି। ତେଜୀୟାନ ହେବେ। କର୍ମଚଞ୍ଚଳ ରହିବେ।

କୁମ୍ଭ : ବିଜ୍ଞ ବ୍ୟକ୍ତିଭାବେ ସାମାଜିକ ଆଦର ଲାଭ କରିବେ। କ୍ଷମାଶୀଳ ହୋଇପାରନ୍ତି। ସେବା ପରାୟଣ ହେବେ। ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ। ସମ୍ୟକ ତତ୍ତ୍ବଦର୍ଶୀ ହୋଇପାରନ୍ତି। ସାଧକ ହେବେ।

ମୀନ : ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ବୀ ହେବେ। ଧନଶାଳୀ ହୋଇପାରନ୍ତି। ସରକାରୀ ଅର୍ଥ ମିଳିପାରେ। ବ୍ୟବସାୟ ଲାଭଜନକ ହେବ। ଶ୍ରେଷ୍ଠାସନରେ ଅସୀନ ହୋଇପାରନ୍ତି।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories