www.samajalive.in
Monday, December 15, 2025
15.1 C
Bhubaneswar

ଆଇସିସି ଦିନିକିଆ ମାନ୍ୟତା : କୋହଲିଙ୍କ ନିକଟତର ହେଲେ ରୋହିତ

ଦୁବାଇ : ଭାରତୀୟ କ୍ରିକେଟ୍‌ ଦଳର ନୂଆ ଧଳା ବଲ୍‌ ଅଧିନାୟକ ରୋହିତ ଶର୍ମା ଆଇସିସି ଦିନିକିଆ ମାନ୍ୟତାରେ ୩ନଂ ସ୍ଥାନ ବଜାୟ ରଖିଛନ୍ତି। ହେଲେ ସେ ୨ନଂ ସ୍ଥାନରେ ଥିବା ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନିକଟତର ହୋଇ ଯାଇଛନ୍ତି। ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତା ତାଲିକାରେ କୋହଲି ପୂର୍ବପରି ୨ନଂ ସ୍ଥାନ ବଜାୟ ରଖିଛନ୍ତି। ରବିବାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଅର୍ଦ୍ଧଶତକ ମାରିବା ପରେ ରୋହିତଙ୍କ Ñଙ୍କିଙ୍ଗ୍‌ ପଏଣ୍ଟରେ ଉନ୍ନତି ଘଟିଛି। ରୋହିତ ଏବେ ୮୦୭ ପଏଣ୍ଟରେ ଥିବା ବେଳେ କୋହଲି ୮୨୮ ପଏଣ୍ଟରେ ଅଛନ୍ତି।
୮୭୩ ପଏଣ୍ଟ ସହ ପାକିସ୍ତାନର ଅଧିନାୟକ ବାବର ଆଜମ୍‌ ଶୀର୍ଷ ମାନ୍ୟତା ବଜାୟ ରଖିଛନ୍ତି। ତେବେ ବାବରଙ୍କ ସାଥୀ ପାକିସ୍ତାନୀ ବ୍ୟାଟ୍‌ସମ୍ୟାନ୍ ଓ ଇଂଲଣ୍ଡର ବରିଷ୍ଠ ବ୍ୟାଟ୍‌ସମ୍ୟାନ୍ ଜୋ ରୁଟ୍‌ ଶୀର୍ଷ-୧୦କୁ ଫେରିଛନ୍ତି। ବାମହାତି ଜମାନ୍ ୯ମ ସ୍ଥାନରେ ଥିବା ବେଳେ ରୁଟ୍‌ ୧୦ମ ସ୍ଥାନରେ ରହିଛନ୍ତି। ଭାରତ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରେ ଚମତ୍କାର ପ୍ରଦର୍ଶନ କରିଥିବା ଦକ୍ଷିଣ ଆଫ୍ରିକାର ଓପ୍‌ନର କ୍ବିଣ୍ଟନ ଡି କକ୍‌ ୪ର୍ଥ ସ୍ଥାନରେ ରହିଛନ୍ତି। ତାଙ୍କ ପଛକୁ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ୫ମ, ଇଂଲଣ୍ଡର ଜନି ବେୟାରଷ୍ଟୋ ୬ଷ୍ଠ, ଅଷ୍ଟ୍ରେଲିଆର ଓପ୍‌ନର ଡେଭିଡ୍‌ ୱାର୍ଣ୍ଣର ୭ମ ଓ ଭାରତ ବିପକ୍ଷ ଘରୋଇ ଦିନିକିଆ ସିରିଜ୍‌ରେ ଚମତ୍କାର ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକାର ରାସି ଭାନ୍ ଡର ଡ୍ୟୁସେନ୍‌ ୮ମ ସ୍ଥାନରେ ରହିଛନ୍ତି। ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ମାତ୍ର ୮ ରନ୍‌ କରିଥିବା ୱେଷ୍ଟଇଣ୍ଡିଜ୍‌ର ଓପ୍‌ନର ସୈ ହୋପ୍‌ କିଛି ପଏଣ୍ଟ ହରାଇ ଶୀର୍ଷ-୧୦ରୁ ବାଦ୍‌ ପଡ଼ିଛନ୍ତି। ଦିନିକିଆ ବୋଲର ମାନ୍ୟତାରେ କୌଣସି ପରିବର୍ତ୍ତନ ହୋଇନାହିଁ। ଭାରତୀୟ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା ପୂର୍ବ ପରି ୭ମ ସ୍ଥାନ ବଜାୟ ରଖିଛନ୍ତି। ଦିନିକିଆ ଅଲ୍‌ରାଉଣ୍ଡର ମାନ୍ୟତା ତାଲିକାରେ ରବୀନ୍ଦ୍ର ଜାଡ଼େଜା ୮ମ ସ୍ଥାନରେ ରହିଛନ୍ତି। ଭାରତ ବିପକ୍ଷ ପ୍ରଥମ ଦିନିକିଆରେ ଅର୍ଦ୍ଧଶତକ ହାସଲ କରିଥିବା ୱେଷ୍ଟଇଣ୍ଡିଜ୍‌ର ଜେସନ୍ ହୋଲ୍‌ଡର ୪ଟି ସ୍ଥାନର ଉନ୍ନତି ଘଟାଇ ଶୀର୍ଷ-୨୦କୁ ଫେରିଛନ୍ତି। ଉଲ୍ଲେଖନୀୟ କଥା ହେଉଛି ୟୁଏଇ ବିପକ୍ଷ ଦିନିକିଆ ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିବା ପରେ ଓମାନ୍‌ର ଯତିନ୍ଦର ସିଂହ ୨୬ଟି ସ୍ଥାନର ଉନ୍ନତି ଘଟାଇ ଦିନିକିଆ ବ୍ୟାଟ୍‌ସମ୍ୟାନ୍ ତାଲିକାର ଶୀର୍ଷ-୧୦୦କୁ ଫେରି ପାରିଛନ୍ତି। ଦିନିିକିଆ ଦଳ ମାନ୍ୟତାରେ ନ୍ୟୁଜିଲାଣ୍ଡ ଶୀର୍ଷରେ ଥିବା ବେଳେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories