www.samajalive.in
Monday, December 15, 2025
14.1 C
Bhubaneswar

ଜମିଜମା ବିବାଦ ନେଇ ସେନା କର୍ମଚାରୀଙ୍କୁ ଆକ୍ରମଣ ; ଥାନାରେ ମାମଲା

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ କରାପଲ୍ଲୀ ଠାରେ ମଙ୍ଗଳବାର ଦିନ ଜମିଜମା ମାମଲା ନେଇ ଜଣେ ସେନା କର୍ମଚାରୀଙ୍କୁ ଗୋଟିଏ ପରିବାରର ୪ ସଦସ୍ୟଙ୍କ ସଂଘବଦ୍ଧ ଆକ୍ରମଣ ନେଇ ଥାନାରେ ମାମଲା ରୁଜୁ କରାଯାଇଛି । ଆକ୍ରମଣରେ ଆହାତ ହୋଇଥିବା ସେନା କର୍ମଚାରୀ ଜଣଙ୍କ ଲାୟନସ ଅନିଲ କୁମାର ସାହୁ ବୋଲି ପୁଲିସ ସୂଚନା ଦେଇଛି । ଅଭିଯୋଗ ଅନୁଯାୟୀ ସେନା କର୍ମଚାରୀ ଅନିଲଙ୍କ ପରିବାର କରାପଲ୍ଲୀରେ ରହୁଥିଲେ ବେଳେ ତାଙ୍କର ପୋଡଶୀ ଆପନ୍ନା ସାହୁଙ୍କ ପକ୍ଷରୁ ଅନିଲଙ୍କ ଜମିକୁ ବେଆଇନ ଭାବେ ମାଡିବସି ରହିଥିବା ନେଇ ଗତ ୧୦ ବର୍ଷ ହେଲା ବିବାଦ ଲାଗି ରହିଥିଲ । ଏହି ଘଟଣା ନେଇ ଅନେକ ଥର ପୁଲିସ , ରାଜସ୍ବ ବିଭାଗ ପକ୍ଷରୁ ସମାଧାନ ନିମନ୍ତେ ଚେଷ୍ଟା କରାଯାଇଥିଲେ ସୁଦ୍ଧା ଆପନ୍ନାଙ୍କ ପକ୍ଷରୁ ଏହାକୁ ଗ୍ରହଣ କରାଯାଉନଥିବା ଅନିଲଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଏହି କ୍ରମରେ ମଙ୍ଗଳବାର ଦିନ ପୂର୍ବରୁ ସ୍ଥିର କରାଯାଇଥିବା ଘଟଣା କ୍ରମରେ କନିଷି ତହସିଲ କାର୍ଯ୍ୟାଳୟର ସରଭେୟର ଦେବୀପ୍ରସାଦ ସାହୁ ଓ ଗୋପାଳପୁର ଥାନାର କର୍ମଚାରୀ ମାନେ ପହଞ୍ଚି ଜମିର ମାପଚୁପ କରିଥିଲେ। ଏଥିରେ ଆପନ୍ନାଙ୍କ  ପକ୍ଷରୁ ଅନିଲଙ୍କ ଜମିକୁ ବେଆଇନ ଭାବେ ମାଡିବସିଥିବା ସୂଚନା ଦିଆଯାଇଥିଲା । ଏହା ପରେ ପୁଲିସ ଓ ରାଜସ୍ବ ବିଭାଗର କର୍ମଚାରୀ ଘଟଣା ସ୍ଥଳରୁ ଯିବା ପରେ ଅଚାନକ ଆପନ୍ନା ଓ ତାଙ୍କ ପୁଅ ଦାମୋଦର, ତାଙ୍କ ସ୍ତ୍ରୀ ଓ ବଡ଼ଝିଅ ପ୍ରମୁଖ ଅନିଲଙ୍କୁ ଗାଳିଗୁଲଜ କରିବା ସହ ଏକ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ଆକ୍ରମଣ କରିଥିଲେ । ଏଥିରେ ଅନିଲଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଘଟଣା ନେଇ ଅନିଲଙ୍କ ପକ୍ଷରୁ ଗୋପାଳପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯିବା ସହ ତଦନ୍ତ ଜାରି ରହିଥିବା ଆଇଆଇସି ଶ୍ରୀକାନ୍ତ ଖମାରୀ ସୂଚନା ଦେଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories