ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ବିଭିନ୍ନ ସ୍ଥାନରେ ନିର୍ବାଚନି ହିଂସା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ଅପରାହ୍ନରେ ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକର ତାକୁଡ ଗ୍ରାମରେ ଏକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ତାକୁଡ ଗ୍ରାମର ସୁରେଶ ଦେହୁରୀ(୪୭)ଙ୍କୁ ଗ୍ରାମର ଦୁଇଜଣ ଯୁବକ ଆସି ଏକ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ବାଧ୍ୟ କରାଇଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଫଳରେ ଉକ୍ତ ଦୁଇଜଣ ଯୁବକ ସୁରେଶକୁ ପଥରରେ ଆକ୍ରମଣ କରିଥିଲେ। ସୁରେଶର ମୁଣ୍ଡ ଓ ମୁହଁରେ ଗଭୀର ଆଘାତ ଲାଗିଥିବା ଜଣାପଡିଛି। ସୁରେଶକୁ ଗୁରୁତର ଅବସ୍ଥାରେ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣାକୁ ନେଇ ଅଂଚଳରେ ଉତେଜନା ଦେଖାଦେଇଛି । ଘଟଣାକୁ ନେଇ ଗ୍ରାମରେ ବୈଠକ ବସିକୁ ଥିବା ବେଳେ ଖବର ଲେଖାଯିବା ପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନଥିବା ଜଣାପଡିଛି ।
Popular Categories



