ପାଟଣା : ପାଟଣା ତହସିଲ ଅନ୍ତର୍ଗତ କିଆପଡା ଗ୍ରାମରେ ଖୋଲା ଜାଗାରେ ଶହ ଶହ ଟନ ବାଲି ଜମା କରିଥିବା ଜଣେ ବ୍ୟକ୍ତିଙ୍କୁ ପାଟଣା ତହସିଲଦାର ତାପସ ରଂଜନ ଦେହୁରୀ ବୁଧବାର ଏକ ଲକ୍ଷ ଟଙ୍କାର ଜରିମାନା କରିଥିବା ସୂଚନା ମିଳିଛି । ତହସିଲଦାର କିଆପଡା ଯାଇଥିବା ବେଳେ ଧନୁର୍ଜୟ ପହିଙ୍କ ଜାଗାରେ ବାଲି ଜମା ହୋଇଥିବା କାରଣରୁ ତାଙ୍କ ଏକ ଲକ୍ଷ ଟଙ୍କା ଜରିମାନା କରାଯାଇଥିବା ସୂଚନା ମିଳିଛି । ସ୍ଥାନୀୟ ରାଜସ୍ବ ନିରୀକ୍ଷକ ମଧ୍ୟ ତହସିଲଦାରଙ୍କ ସହ ସାମିଲ ଥିଲେ।
Popular Categories



