www.samajalive.in
Monday, December 15, 2025
14.1 C
Bhubaneswar

ଶିଳ୍ପର ବହୁଳତା ଜଳବାୟୁ ସମସ୍ୟାର କାରଣ ଶୀର୍ଷକ ଆଲୋଚନାଚକ୍ର

ଭୁବନେଶ୍ୱର: ସେଣ୍ଟର ଫର ଆଦିବାସୀ ରିସର୍ଚ୍ଚ ଏଣ୍ଡ ଡିଭଲପମେଣ୍ଟ ଓଡ଼ିଶା ଦ୍ୱାରା ଆଇଆଇଏମ ସମ୍ବଲପୁର, ସେଣ୍ଟ୍ରାଲ ୟୁନିଭରସିଟି ଅଫ ଓଡ଼ିଶା ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ସହଭାଗିତାରେ କାର୍ଡ ପକ୍ଷରୁ ଜାରି ରହିଥିବା ୱ।ଲଡ଼୍ ହ୍ୟୁମାନ ସାଇନ୍ସ ଆଣ୍ଡ ମ୍ୟାନେଜମେଣ୍ଟ କନ୍ଫରେନ୍ସର ୯୧ତମ ଆଲୋଚନାଚକ୍ର ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ସସେକ୍ସ ବିଶ୍ୱବିଦ୍ୟାଳୟ ଲଣ୍ଡନର ପରିବେଶ ଓ ଜଳବାୟୁ ଗବେଷକ ତଥା ଫଏଲ ବେଦାନ୍ତର ସହପ୍ରତିଷ୍ଠାତା ଜୁକୀ ସର୍ପର ଯୋଗଦେଇ ‘ଦ ପାୱାର ଅଫ ଜିଆଇଏସ ଇନ ଏନଭରମେଣ୍ଟାଲ ଜଷ୍ଟିସ ଆକ୍ଟିଭିଜିମ’ ଶୀର୍ଷକ ବିଷୟରେ ଆଲୋକପାତ କରିଥିଲେ। ଶ୍ରୀ ସର୍ପର ଉଦ୍ୟୋଗ ଶିଳ୍ପର ବହୁଳତା ଫଳରେ କିପରି ପରିବେଶ ଓ ଜଳବାୟୁ ସମସ୍ୟା ଦେଖାଦେଉଛି ସେ ବିଷୟରେ ମତ ରଖିଥିଲେ। ମାତ୍ରାଧିକ ଖଣିଜ ଉତ୍ତୋଳନର ଜଳବାୟୁ ପରିବର୍ତ୍ତନରେ ଭୂମିକା ଆଲୋଚନା ପୁର୍ବକ ସେ ଓଡ଼ିଶାର ନିୟମଗିରି ଓ ଡଙ୍ଗରିଆ କନ୍ଧଙ୍କ ସମସ୍ୟା ଓ ଆନ୍ଦୋଳନ ବିଷୟରେ ଉଲ୍ଲେଖ କରିଥିଲେ। ଏହା ସହିତ ଗବେଷଣା ଶିକ୍ଷା ବ୍ୟବସ୍ଥାର ସମନ୍ୱୟରେ ଆସିଥିବା ଦୂରତା, ଗବେଷଣାର ଦୁର୍ବଳତା ଓ ଉପଯୁକ୍ତ ଭାବରେ ଗବେଷଣା ମାଧ୍ୟମ ନବାଛିବା ଭଳି ଅନେକ ବିଷୟରେ ନିଜର ଚିନ୍ତାଧାରା ବ୍ୟକ୍ତ କରିଥିଲେ।

କନଫରେନ୍ସର ଆବାହକ ତଥା ବିଶିଷ୍ଠ ଐତିହାସିକ ପ୍ରଫେସର ଚଣ୍ଡୀ ପ୍ରସାଦ ନନ୍ଦଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଆଲୋଚନାଚକ୍ରରେ ବିଶିଷ୍ଟ ଲେଖକ ତଥା ସମାଜସେବୀ ଚାରୁଦତ୍ତ ପାଣିଗ୍ରାହୀ, ରେଭେନ୍ସା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ, ଆଇଆଇଏମ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେଓ ଜୟସ୍ୱାଲ, ସେଣ୍ଟ୍ରାଲ ୟୁନିଭରସିଟି ଅଫ ଓଡ଼ିଶାର କୁଳପତି ପ୍ରଫେସର ଶରତ କୁମାର ପାଲିତା, କାର୍ଡର ନିର୍ଦ୍ଦେଶକ ଡକ୍ଟର ବିକ୍ରମ କେଶୋରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

- Advertisement -

କାର୍ଯ୍ୟକ୍ରମରେ କାର୍ଡର କାର୍ଯ୍ୟକାରୀ ନିର୍ଦେଶକ ଅଧ୍ୟାପକ ରୁଦ୍ରନାରାୟଣ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଓ ରେଭେନ୍ସା ବିଶ୍ୱବିଦ୍ୟାଳୟର ଗବେଷକ ଶାନ କଶ୍ୟପ ବିଷୟବସ୍ତୁ ସମ୍ପର୍କରେ ସାରଗର୍ଭକ ଅଭିଭାଷଣ ରଖିଥିଲେ। ଆଲୋଚନାଚକ୍ରର ଦ୍ଵିତୀୟ ପର୍ଯ୍ୟାୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମକୁ ଅଧ୍ୟାପକ ଶ୍ରବଣ ବାଗ ପରିଚାଳନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କାର୍ଡର ଉପଦେଷ୍ଟା ପ୍ରଫେସର ଶ୍ରୀନିବାସୁଲୁ ଏନ, ଡ଼ ସଂଗୀତା ରଥ, ପ୍ରଫେସର ସୁଦର୍ଶନ ମିଶ୍ର, ପ୍ରଫେସର ଲୋକନାଥ ମିଶ୍ର, ପ୍ରଫେସର ବିକଳି ଚରଣ ଦାସ, ପ୍ରଫେସର ସିଦ୍ଧାର୍ଥ ଭରଦ୍ୱାଜ, ଡ଼ ସାମୁଏଲ ଲିମା, ଡ଼ କମଳ ପ୍ରସାଦ ମହାନ୍ତି, ଡ଼ ନୁପୁର ପଟନାୟକ, ଡ଼ ନେହା ଶର୍ମା, ଶୁଭମ ଦାସ, ଡ଼ ନିନା ଦାଶ, ଡ଼ ଅମୁଲ୍ୟ ଆଚାର୍ଯ୍ୟ, ଡଃ ପ୍ରୀତି ଶ୍ରୀରଞ୍ଜନ, କାର୍ଡର ଅନ୍ୟତମ ଯୁଗ୍ମ ନିର୍ଦ୍ଦେଶକ ଚିନ୍ମୟ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଆଲୋଚନାଚକ୍ରରେ ବିଶ୍ୱର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, ଛାତ୍ରଛାତ୍ରୀ, ଗବେଷକ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ। ଶେଷରେ ରୁଦ୍ରନାରାୟଣ ଦାଶ ଧନ୍ୟବାଦ ପ୍ରଦାନ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories