www.samajalive.in
Monday, December 8, 2025
14.1 C
Bhubaneswar

ଭାଷାରେ ଶାଳୀନତା ରଖୁ ନାହାନ୍ତି କଙ୍ଗନା: ମନୋଜ ତିୱାରୀ

ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତା-ଗାୟକ ତଥା ବିଜେପି ନେତା ମନୋଜ ତିୱାରୀ କେବଳ ରାଜନୀତି ନୁହେଁ ବରଂ ସିନେ କଳାକାରଙ୍କ ଉପରେ ତାଙ୍କ ବୟାନକୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାଆନ୍ତି। ନିକଟରେ ସେ ବଲିଉଡ଼ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଉପରେ ଏକ ବିବାଦୀୟ ବୟାନ ଦେଇଛନ୍ତି। ମନୋଜ ଏକ ସାକ୍ଷାତକାରରେ ରାଜନୀତିଠାରୁ ଆରମ୍ଭ କରି ସିନେଜଗତ ପର୍ଯ୍ୟନ୍ତ ସମସ୍ତ ବିଷୟରେ ନିଜ ଅନ୍ତବ୍ୟ ରଖିଥିଲେ। ଏହି ସମୟରେ ତାଙ୍କୁ ଏକ ପ୍ରଶ୍ନ ପଚରାଯାଇଥିଲା ଯେ, କଙ୍ଗନା ରାଣାୱତ ମନୋଜ ତିୱାରୀଙ୍କୁ କେମିତି ଲାଗନ୍ତି। ଏହାର ଉତ୍ତରରେ ମନୋଜ କହିଥିଲେ,-ତାଙ୍କ ବିଷୟରେ କିଛି ବି କହିବା ଠିକ୍‌ ନୁହେଁ। ନିଜ ଚିନ୍ତାଧାରାକୁ ଏତେବି ମାତ୍ରାଧିକ ନକରାତ୍ମକ ରଖନାହଁ, ଯାହାଦ୍ବାରା ଜଣଙ୍କୁ ସିଧା ସଳଖ କଷ୍ଟ ପହଞ୍ଚିବ। ଜଣେ କଳାକାରର ମଧ୍ୟ ନିଜର ଏକ ଧର୍ମ ଥାଏ।

ସୁଶାନ୍ତ ସିଂହ ରାଜପୁତଙ୍କ ସମୟରେ ସେ ଯେତେ କଥା କହୁଥିଲେ, ତାହା ବୁଝା ପଡ଼ୁଥିଲା। ମହାରାଷ୍ଟ୍ର ସରକାରଙ୍କ ମନୋଭାବ ମଧ୍ୟ ତାଙ୍କ ପ୍ରତି ସାମାନ୍ୟ କଠୋର ହୋଇଯାଇଥିଲା, ଯାହାକି ଠିକ୍‌ ନଥିଲା। କିଛି ଶାଳୀନତା ପାଳନ କରିବା ଉଚିତ୍‌, ନିଜ ମନର କଥା କୁହ କିନ୍ତୁ ଅସମ୍ମାନ ସହିତ କାହାର ନାଁ ନେବା ଆମ ଦେଶର ସଂସ୍କୃତି ନୁହେଁ। ଦେଶରେ ବଡ଼ ବଡ଼ ପଦବୀରେ ଥିବା ବ୍ୟକ୍ତି ବିଶେଷଙ୍କୁ ଯଦି ଆପଣ ବିରୋଧ କରୁଛନ୍ତି, ତାହେଲେ ନିଜ ଭାଷାରେ ଶାଳୀନତା ରଖନ୍ତୁ। ସମୟ ସମୟରେ କଙ୍ଗନା ନିଜ ଭାଷା ଜ୍ଞାନ ଭୁଲିଯାଆନ୍ତି।

- Advertisement -

କଙ୍ଗନା ଦୀର୍ଘ ଦିନ ଧରି ବିବାଦରେ ରହିଆସିଛନ୍ତି। ରାଜନୈତିକ ହେଉ କିମ୍ବା ବଲିଉଡ ତାରକାଙ୍କ ଉପରେ ହେଉ, ଅଭିନେତ୍ରୀଙ୍କ ବୟାନ ବିବାଦକୁ ଯେମିତି ହେଲେ ନିମନ୍ତ୍ରଣ ଦେଇଥାଏ। ତାଙ୍କର ବିବାଦୀୟ ମନ୍ତବ୍ୟ କାରଣରୁ ତାଙ୍କୁ କିଛି ଦିନ ପୂର୍ବରୁ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟରରୁ ମଧ୍ୟ ହଟାଇ ଦିଆଯାଇଥିଲା। ଏବେ ମନୋଜ ତିୱାରୀ ତାଙ୍କ ଭାଷା ଉପରେ ଆଙ୍ଗୁଠି ଉଠାଇଛନ୍ତି। ତେବେ ଦେଖିବା ବାକି ରହିଲା ଯେ, ଏହାକୁ ନେଇ କଙ୍ଗନା କ’ଣ ପ୍ରତିକ୍ରିୟା ରଖୁଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories