www.samajalive.in
Saturday, December 6, 2025
15.1 C
Bhubaneswar

ନୂଆ ଗେଟ୍‌ଅପ୍‌ରେ ପ୍ରଚାରକୁ ଓହ୍ଲାଇଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ

ଆମେଠି: ଦେଶରେ ନିର୍ବାଚନର ମାହୋଲ ଜାରି ରହିଥିବାବେଳେ ନେତା ଏବଂ ମନ୍ତ୍ରୀମାନେ ଦାମୀ ଗାଡ଼ିରେ ଶୋଭାଯାତ୍ରା କରି ପ୍ରଚାର କରୁଛନ୍ତି। କିନ୍ତୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ପ୍ରଚାର ସମୟରେ ଏକ ନୂଆ ଗେଟ୍‌ଅପ୍‌ରେ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶର ଆମେଠି ଲୋକସଭା ଆସନରୁ ଲଢୁଥିବା ଇରାନୀ ସ୍କୁଟିରେ ବୁଲି ବୁଲି ନିଜ ପାଇଁ ପ୍ରଚାର କରିବା ସହିତ ଜନସାଧାରଣଙ୍କୁ ଭେଟି ସେମାନଙ୍କ ସମସ୍ୟା ପଚାରି ବୁଝିଛନ୍ତି। ତେବେ ସେ ପ୍ରଚାରକୁ ଯିବା ପୂର୍ବରୁ ରାମ ମନ୍ଦିର ଯାଇ ରାମ ଲାଲାଙ୍କ ଦର୍ଶନ କରିଥିଲେ।

ଇରାନୀ ସ୍କୁଟି ଚଳାଇ ଯାଉଥିବା ସମୟରେ ଲୋକେ ତାଙ୍କ ନିକଟକୁ ଆସି ସେଲ୍‌ଫି ନେଉଥିବା ​‌ଦେଖିବାକୁ ମିଳିଥିଲା। ସେ ଏକ ହଳଦିଆ ରଙ୍ଗର ଶାଢ଼ି ପିନ୍ଧିଥିଲେ। ୨୦୧୯ରେ ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପରାଜିତ କରି ଏହି ଆସନରୁ ବିଜୟୀ ହୋଇଥିଲେ। ଏକଦା ଏହି ଆସନ କଂଗ୍ରେସର ଗଡ଼ ଥିଲା। ଚଳିତ ଥର ସ୍ମୃତି ଇରାନୀ ଏଠାରେ ପୁନର୍ବାର ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ଏଯାଏ ପ୍ରାର୍ଥୀ ଘୋଷଣା କରିନାହିଁ। ବହୁଜନ ସମାଜ ପାର୍ଟି (ବିଏସପି) ପକ୍ଷରୁ ରବି ପ୍ରକାଶ ମୌର୍ଯ୍ୟଙ୍କୁ ପ୍ରାର୍ଥୀ କରାଯାଇଛି।

- Advertisement -

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories