www.samajalive.in
Saturday, December 6, 2025
23.1 C
Bhubaneswar

ମହୁମାଛି ଆକ୍ରମଣରେ ୩୦ ଛାତ୍ରଛାତ୍ରୀ ଆହତ

କାମାକ୍ଷାନଗର: ଢେଙ୍କାନାଳ କାମାକ୍ଷାନଗରରେ ମହୁମାଛି ଆତଙ୍କ ଦେଖିବାକୁ ମିଳିଛି। ମହୁମାଛି ଆକ୍ରମଣରେ ୩୦ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ବାଲିଗୋରଡସ୍ଥିତ ସାପୁଆ ଡ୍ୟାମ୍ ନିକଟରେ ଛାତ୍ରଛାତ୍ରୀ ମାନଙ୍କୁ ମହୁମାଛି ଆକ୍ରମଣ କରିଥିଲା। ସମର କ୍ୟାମ୍ପକୁ ଏକ ପବ୍ଲିକ ସ୍କୁଲ ପିଲା ଆସିଥିବାବେଳେ ଏଭଳି ଅଘଟଣ ଘଟିଛି। ଆହତ ହୋଇଥିବା ୩୦ ଛାତ୍ରଛାତ୍ରୀଙ୍କୁ ବାଳିଗୋରଡ ମେଡିକାଲରେ ଭର୍ତ୍ତି କରାଯାଇଛି। ସ୍କୁଲର ପ୍ରାୟ ୯୦ ଜଣ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଅନେକ ମହୁମାଛି ଆକ୍ରମଣ କରିବା ନେଇ ଜାଣିବା ପରେ ଏଣେତେଣୁ ଦୌଡି ପଳାଇଥିଲେ ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories