www.samajalive.in
Monday, December 15, 2025
26.1 C
Bhubaneswar

ଦେଶର ଏକାଧିକ ବିମାନବନ୍ଦରରେ ବିସ୍ଫୋରଣ ଧମକ

ନୂଆଦିଲ୍ଲୀ: ଜୟପୁର, ନାଗପୁର, ଗୋଆ ସମେତ ଦେଶର ଅନେକ ବିମାନବନ୍ଦରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ମିଳିଛି। ସୋମବାର ଇ-ମେଲ୍‌ ଯୋଗେ ଏହି ଧମକ ମିଳିଛି। ନାଗପୁର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ସୋମବାର ଦିନ ପ୍ରାୟ ୧୦ଟା ସମୟରେ ଏହି ଧମକପୂର୍ଣ୍ଣ ଇ-ମେଲ ମିଳିଛି। ଏହି ଇ-ମେଲ୍‌ ବିମାନବନ୍ଦର ନିର୍ଦେଶକ ଆବିଦ ରୁଇଙ୍କ ମେଲ୍‌ ଆଇଡିକୁ ଆସିଥିବା ଜଣାପଡ଼ିଛି। ଏନେଇ ବିମାନବନ୍ଦରର ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କୁ ସୂଚନା ଦିଆଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷ ଧମକପୂର୍ଣ୍ଣ ଇ-ମେଲ୍‌ ନେଇ ନାଗପୁରର ସୋନେଗାଓଁ ଥାନାରେ ଅଭିଯୋଗ କରିଛନ୍ତି। ବିମାନବନ୍ଦରଗୁଡ଼ିକର ସୁରକ୍ଷା ବୃଦ୍ଧି କରାଯାଇଛି।

Hot this week

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

Related Articles

Popular Categories