www.samajalive.in
Saturday, December 6, 2025
16.1 C
Bhubaneswar

ମାତ୍ର ୨ଠଠ ଟଙ୍କା ଦେଇ ଛାତ୍ରଛାତ୍ରୀ ପଢ଼ିବେ ପାଠ

ଭୁବନେଶ୍ୱର : ରସୁଲଗଡ଼ସ୍ଥିତ ଓ’ ବ୍ରେନ୍ ସେଣ୍ଟରର ୨୫ ବର୍ଷ ପୂର୍ତ୍ତି ଅବସରରେ କମର୍ସ ଅନଲାଇନ୍ ପ୍ରକଳ୍ପର ଶୁଭାରମ୍ଭ ହୋଇଛି । ଏହି ଅବସରରେ ଓ’ ବ୍ରେନ୍ ର ନିର୍ଦ୍ଦେଶକ ସରୋଜ ବିଶ୍ୱାଳ ତାଙ୍କର ସ୍ୱପ୍ନକୁ ସାକାର କରିଛନ୍ତି । ସେ ଆସନ୍ତା ମାସ ଠାରୁ ଯୁକ୍ତ ୨ ଓ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଡିଜିଟାଲ୍ ଷ୍ଟୁଡିଓ ମାଧ୍ୟମରେ ସାରା ଓଡ଼ିଶାରେ ପାଠ ପଢ଼ାଇବାକୁ ପ୍ରଚେଷ୍ଟା କରୁଛନ୍ତି । ମାସକୁ ମାତ୍ର ୨ଠଠ ଟଙ୍କା ଦେଇ ଛାତ୍ରଛାତ୍ରୀମାନେ ପାଠ ପଢ଼ିପାରିବେ । ଗ୍ରାମାଞ୍ଚଳରୁ ସହରାଞ୍ଚଳ ପର୍ଯ୍ୟନ୍ତ ସମସ୍ତ ପିଲା ଉପକୃତ ହୋଇ ପାରିବେ ।

ଅକ୍ଷୟ ତୃତୀୟାରେ ବିଶେଷ ସଂଯୋଗ; ଖାଲି ସୁନା-ଚାନ୍ଦି ନୁହେଁ, ଏସବୁ କିଣିଲେ ବର୍ଷିବ ମା’ଲକ୍ଷ୍ମୀଙ୍କ କୃପା, ହେବ ଧନ ବର୍ଷା..


ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସେଣ୍ଟ୍ରାଲ୍ ଏକ୍ସାଇଜ୍ ଅବସରପ୍ରାପ୍ତ ଅଧିକାରୀ ଚିତ୍ତରଞ୍ଜନ ଶାସ୍ତ୍ରୀ, ସମ୍ମାନିତ ଅତିଥି ଭାବେ ଅନ୍ତର୍ଜାତୀୟ ମାନବାଧିକାର ଫୋରମ୍ ଅଧ୍ୟକ୍ଷ ସୁବାସିନୀ ଭୋଳ ପ୍ରମୁଖ ଉପସ୍ଥିତ ଥିଲେ । ନିର୍ଦ୍ଦେଶକ ଶ୍ରୀ ବିଶ୍ୱାଳ କହିଥିଲେ ଯେ ତାଙ୍କର ଛାତ୍ରଛାତ୍ରୀମାନେ ବହୁ କମ୍ପାନୀ ଓ ବ୍ୟାଙ୍କିଂ ସେକ୍ଟରର ଉଚ୍ଚ ପଦପଦବୀରେ ନିଯୁକ୍ତି ପାଇଛନ୍ତି । ଏହାଛଡ଼ା ୬୫ ଜଣ ଚାଟାର୍ଡ ଆକାଉଣ୍ଟାଣ୍ଟ, ୩୮ଜଣ କଷ୍ଟ୍ ଆକାଉଣ୍ଟାଣ୍ଟ, ୮ ଜଣ କମ୍ପାନୀ ସେକ୍ରେଟାରୀ, ୫ ଜଣ ଗୋଲ୍ଡ ମେଡାଲିଷ୍ଟ୍, ୪୨ ଜଣ ଯୁକ୍ତ ୨ ଟପ୍ପର, ୫ଜଣ ଯୁକ୍ତ ୩ ଟପ୍ପର ହୋଇଥିବା ଜଣାପଡ଼ିଛି । ନିମନ୍ତ୍ରିତ ଅତିଥି ମାନେ ଏହି ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

Hot this week

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories