ଆଇମାଇଁଆଇ ପ୍ରଚଳନ କରୁଛି ଦୀର୍ଘସ୍ଥାୟୀ ଚକ୍ଷୁ ପରିଧାନ ଫ୍ରେମ
ମୁମ୍ବାଇ/ ଭୁବନେଶ୍ୱର: ପରିବେଶ ଉପଯୋଗୀ ଫେଶନକୁ ଗ୍ରହଣ କରିବା ଦିଗରେ ଏକ ବିଶାଳ ପ୍ରୟାସ ସ୍ୱରୂପ ଭାରତର ସର୍ବାଧିକ ପସନ୍ଦ ଯୋଗ୍ୟ ଚକ୍ଷୁ ପରିଧାନ ପ୍ଲାଟଫର୍ମ ଆଇମାଇଁଆଇ ଭାରତରେ ସମ୍ପୂର୍ଣ୍ଣ ଭିନ୍ନ ଦୀର୍ଘସ୍ଥାୟୀ ଚକ୍ଷୁ ପରିଧାନ ଫ୍ରେମସମୂହ ‘ବାମ୍ବୁ ଆଇୱିୟର ରେଞ୍ଜ୍’ର ଚମତ୍କାର ସମ୍ଭାର ଉପସ୍ଥାପନ କରୁଛି। ୧୦୦% ଶୁଦ୍ଧ ଏବଂ ଅର୍ଗାନିକ ବାଉଁଶ ପଦାର୍ଥରୁ ଡିଜାଇନ କରାଯାଇଥିବାଏହି ସମ୍ଭାର ଅନନ୍ୟ ବର୍ଗର ଆଇଗ୍ଲାସ୍ ଏବଂପୋଲାରାଇଜ୍ଡସନ୍ ଗ୍ଲାସ ବର୍ଗ ଯୋଗାଇ ଦେଉଛି ଯାହା ପିଢି ପରେ ପିଢି ଫାଶନେବଲ ହୋଇ ରହିବ।
ଏହି ବାମ୍ବୁ ଆଇୱିୟର ଫ୍ରେମଗୁଡିକ ହାତ ତିଆରି ଏବଂ ଏହା ଦୀର୍ଘ ସ୍ଥାୟୀ ବାଉଁଶ ପଦାର୍ଥରୁ ପ୍ରସ୍ତୁତ ହୋଇଛି ଯାହା ସମୟର କଷଟି ପଥରରେ ତିଷ୍ଠି ରହିବା ସହିତ ବର୍ଷକରେ ୩୬୫ ଦିନ ଜଣକର ଚେହେରାକୁ ପ୍ରକୃତିରସୌନ୍ଦର୍ଯ୍ୟ ପ୍ରଦାନ କରିବ। ପ୍ରକୃତିର ବିଭିନ୍ନ ଛାୟାରେ ବଢ଼ୁଥିବା ବାଉଁଶରୁ ନିର୍ମିତଏହି ସମ୍ଭାରରେ ସ୍ୱତନ୍ତ୍ର ଡିଜାଇନ ରହିଛି ଯାହା କୌଣସି ଦୁଇଟି ଫ୍ରେମସମାନ ଦେଖାନଯିବାକୁ ସୁନିଶ୍ଚିତ କରୁଛି। ଏଥି ସହିତ ପ୍ରତ୍ୟେକ ଯୋଡା ଏକ ସୁରକ୍ଷିତ ଡବାରେ ଆସୁଛି, ଯାହା ମଧ୍ୟ ଅତି ସୁନ୍ଦର ଭାବରେ ବାଉଁଶରେ ଡିଜାଇନ କରାଯାଇଛି।
ଜଣଙ୍କର ମୁଖମଣ୍ଡଳକୁ ମାନିବା ଭଳି ବାମ୍ବୁ ଆଇଗ୍ଲାସ୍ ବର୍ଗଗୁଡିକର ଅତ୍ୟନ୍ତ ନିଖୁଣ ଭାବରେ ଡିଜାଇନ କରାଯାଇଛି, ଏବଂ ତାହା ସହିତ ଏହା ଅତ୍ୟନ୍ତ ଦୃଶ୍ୟଗତ ସ୍ପଷ୍ଟତା ଏବଂ ସ୍ୱାଚ୍ଛନ୍ଦ୍ୟ ପ୍ରଦାନ କରୁଛି। ପୋଲାରାଇଜ୍ଡ ସନ୍ଗ୍ଲାସଗୁଡିକ ୧୦୦% ୟୁଭିଏ ଏବଂ ୟୁଭିବି ସୁରକ୍ଷା ପ୍ରଦାନ କରୁଛି। ଉଭୟ ଷ୍ଟାଇଲ ଏବଂ ଦୀର୍ଘ ସ୍ଥାୟିତ୍ୱରେ ଏକ ପାଦ ଆଗରେ ରହିଥିବାଏହି ବର୍ଗ ସେମାନଙ୍କ ପାଇଁ ଏକ ମହାନ ପସନ୍ଦ ହୋଇଛି ଯିଏ ସମାନ ଭାବରେ ନିଜ କାର୍ଯ୍ୟସ୍ଥଳ ଏବଂ ବେଳାଭୂମିରେ ଆଧିପତ୍ୟ ବିସ୍ତାର କରିବାକୁ ପସନ୍ଦ କରନ୍ତି।
ଆଇମାଇଁଆଇର ପ୍ରତିଷ୍ଠାତା ଏବଂ ସିଇଓ ଗଣେଶ ଆୟର କହିଛନ୍ତି, “ଭାରତର ଚକ୍ଷୁ ପରିଧାନ ବଜାରଏହାର ସଦା ପରିବର୍ତ୍ତନଶୀଳ ଗ୍ରାହକଙ୍କର ଆବଶ୍ୟକତା ପୂରଣ ନିମନ୍ତେ ବିଗତ ବର୍ଷଗୁଡିକରେ ଅଗ୍ରଗତି ହାସଲ କରିଛି। ଦୀର୍ଘ ସ୍ଥାୟିତ୍ୱ ଏବଂ ପରିବେଶ ସୁସ୍ଥତା ପ୍ରତି ସମୁଦାୟ ବିଶ୍ୱର ବର୍ଦ୍ଧିତ ଆଗ୍ରହ ପରିପ୍ରେକ୍ଷୀରେ ଦୀର୍ଘସ୍ଥାୟୀ ଚକ୍ଷୁ ପରିଧାନ ଏକ ସ୍ୱଚ୍ଛ ପରିବେଶ ଦିଗରେ ପରବର୍ତ୍ତୀ ସକରାତ୍ମକ ପଦକ୍ଷେପ ହୋଇଛି। ଆଇମାଇଁଆଇ ବାମ୍ବୁ ଆଇୱିୟର ବର୍ଗର ପ୍ରତ୍ୟେକଟି ପିସ୍ ପ୍ରକୃତି ଦ୍ୱାରା ଅନୁପ୍ରେରିତ ଷ୍ଟାଇଲର ଉପାଦାନ ଭରି ରହିଛି। ଏହି ସମ୍ଭାର ଆମର ସୌନ୍ଦର୍ଯ୍ୟ ପ୍ରିୟ ଗ୍ରାହକମାନଙ୍କ ଦ୍ୱାରା ବେଶ୍ ଆଦୃତ ହେବା ନେଇ ଆମେ ପୂର୍ଣ୍ଣ ଆସ୍ଥାବାନ ରହିଛୁ।”
Comments are closed.