www.samajalive.in
Monday, December 15, 2025
16.1 C
Bhubaneswar

ଅଦିନିଆ ବର୍ଷାରେ ୮ହଜାର ୧୩୦ହେକ୍ଟର ଚାଷଜମି ପ୍ରଭାବିତ

ବାଙ୍କୀ: ଦୀର୍ଘ ୩ ଦିନ ଧରି ଅଦିନିଆ ବର୍ଷା ବାଙ୍କୀ ଅଂଚଳର କୃଷି ଓ କୃଷକଙ୍କୁ କ୍ଷତି ପହଁଚାଇଛି। ବର୍ଷ ତମାମ ପ୍ରତି ୩ ମାସ ଅନ୍ତରରେ କୈାଣସି ଗୋଟିଏ ନା ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଘଟିବାରୁ ଚାଷୀ କୂଳ ହତାସ ହୋଇଛନ୍ତି। ବର୍ଷକ ବାର ମାସରେ ଏଥିକାର ଚାଷୀମାନେ ୩ ରୁ ୪ କିସମ ଫସଲ ଚାଷ କରି ପରିବାର ପ୍ରତିପୋଷଣ ପାଇଁ ରୋଜଗାରର ଭରସା କରୁଥିଲା ବେଳେ ଏବେ ଚାଷୀ ହିଁ କେତେବେଳେ ବାତ୍ୟା, ବନ୍ୟା, ମରୁଡି,ଏପରିକି ଅଦିନିଆ ବର୍ଷାର ପ୍ରଭାବରେ ଫସଲ ହାନୀ ଘଟୁଛି। ଚଳିତ ମାସ ଦ୍ୱିତୀୟ ସପ୍ତାହରେ ୩ ଦିନର ଅଦିନିଆ ବର୍ଷାରେ ଉତୁରିଥିବା ଫୁଲକୋବି ଓ ବନ୍ଧା କୋବି ଚାଷ ବର୍ଷା ମାଡରେ ନଷ୍ଟ ହୋଇଛି। ଅନ୍ୟ ଉପାୟ ନପାଇ ବର୍ଷାରେ ଭିଜି ମହାନଦୀ ଉପକୂଳ ଅଂଚଳ ଆଗଧାଡିର ଚାଷୀମାନେ ବନ୍ଧା କୋବି ଓ ଫୁଲକୋବି ବିଲରୁ କାଟି ବ୍ୟବସାୟୀଙ୍କୁ ଅପେକ୍ଷା କରିଥିବା ବେଳେ ବର୍ଷା ପ୍ରଭାବରେ ବେପାରୀଙ୍କର ଦେଖା ନାହିଁ। ଗାଁକୁ ଗାଁ ବୁଲି ଚାଷୀ ଶସ୍ତା ଦରରେ କିଛି ପାଇବା ନିମନ୍ତେ ବିକ୍ରି କରୁଛନ୍ତି।

ବାଙ୍କୀ ଅଂଚଳ ପନିପରିବା ଚାଷର ପ୍ରମୁଖ ଅଂଚଳ ହୋଇଥିଲା ବେଳେ ସଜ ପନିପରିବାକୁ ସଂରକ୍ଷିତ କରି ରଖିବାର ବ୍ୟବସ୍ଥା ନଥିବାରୁ ଅସମୟରେ ଚାଷୀ କ୍ଷତି ସହୁଛି। ସରକାର ବହୁ ବିକାଶ ମୂଳକ କାର୍ଯ୍ୟ କରୁଥିଲେ ମଧ୍ୟ ବାଙ୍କୀ ଅଂଚଳର ଉତ୍ପାଦିତ କୃଷି ସାମଗ୍ରିକୁ ସଂରକ୍ଷିତ କରି ରଖିବାର ବ୍ୟବସ୍ଥା କରାଇନଥିବାରୁ ଅଂଚଳର ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରି ଆଗାମୀ ଦିନରେ ଏ ଦିଗରେ ସରକାରୀ ତତ୍ପରତା ସୃଷ୍ଟି ପାଇଁ ଅନୁରୋଧ ଜଣାଇଛନ୍ତି। ଶିମିଳିପୁର,ହରିରାଜପୁର,ବିଲିପଡା,ପାଥପୁର,ବ୍ରହ୍ମପୁରା ଆଦି ବନ୍ୟା ପ୍ରବଣ ଅଂଚଳରେ ଧାନ ପାଣିରେ ବୁଡି ପ୍ରଭାବିତ ହେଲା ପରେ ଅଂଚଳର ଚାଷୀ ମାନେ ଧାର କରଜ କରି ଡାଲି ଜାତୀୟ ଫସଲ ବିରି ବୁଣିଥିଲେ। ଏବେ ଡାଲି ଜାତୀୟ ଫସଲ କ୍ଷେତରେ ଅମଳ ପାଇଁ ଉପଯୋଗ ହୋଇଥିଲା ବେଳେ ବର୍ଷା ଓ କୋହଲା ପାଗରେ ଶହ ଶହ ହେକ୍ଟର ବିରି,କୋଳଥ ଓ ମୁଗ ଫସଲ ପ୍ରଭାବିତ ହୋଇଥିବା ଜଣାପଡିଛି। କ୍ଷେତରୁ ଓପଡା ଯାଇ ଖଳାରେ ଗଦା ଯାଇଥିବା ବିରି ବର୍ଷା ଓ କୋହଲା ପାଗରେ ପ୍ରଭାବିତ ହୋଇ ଗଜା ଧରିବା ଅବସ୍ଥାକୁ ଆସିଛି। ସେହିପରି କ୍ଷେତରେ ପାକଳ ହୋଇ ରହିଥିବା ବିରି ଗଛ ବର୍ଷାରେ ପ୍ରଭାବିତ ହୋଇଥିବାରୁ ବିଲ ପାଗ ନହେବା ପର୍ଯ୍ୟନ୍ତ କ୍ଷେତରୁ ଅମଳ ସମ୍ଭବ ନାହିଁ। ସେପଟେ କୃଷି ବିଭାଗର ଅଧିକାରୀ ମାନେ ଡାଲି ଜାତୀୟ ଫସଲ ଅବସ୍ଥା ଅନୁଧ୍ୟାନ କରି କ୍ଷତି ଆକଳନ କରିବା ପାଇଁ ଚାଷୀ ମାନେ ଅନୁରୋଧ କରିଛନ୍ତି। କୋହଲା ପାଗ ଆଗକୁ ଲାଗି ରହିଲେ ଡାଲି ଜାତୀୟ ଫସଲ ଠାରୁ ଆରମ୍ଭ କରି ପରିବା ଚାଷ ଓ ଚାଷୀ ଅଧିକ ମାତ୍ରାରେ କ୍ଷତିଗ୍ରସ୍ତ ହେବେ ବୋଲି ଅଂଚଳର ପୁରୁଖା ଚାଷୀ ମାନେ ଆଶଙ୍କା ପ୍ରକାଶ କରିଛନ୍ତି। ସେପଟେ ପ୍ରଭାବରୁ ସୁଧୁରି ବଂଚିତ ଥିବା ଫସଲରେ ରୋଗପୋକ ମାଡି ଯିବାର ଆଶଙ୍କା ମଧ୍ୟ ବଢିଛି। ଏ ସମ୍ପର୍କରେ ସ୍ଥାନୀୟ କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ କୃଷିକ୍ଷେତ୍ର କର୍ମଚାରୀ ମାନେ ପ୍ରଭାବିତ ଅଂଚଳକୁ ଅନୁଧ୍ୟାନ କରି ଚାଷୀ ମାନଙ୍କୁ ଆବଶ୍ୟକ ପରାମର୍ଶ ଦେବା ପାଇଁ ପ୍ରକାଶ କରିଛନ୍ତି। କୃଷି ଅଧିକାରୀଙ୍କ ଆନୁମାନିକ ସୂଚନାକ୍ରମରେ ଡମପଡା ବ୍ଲକର ବିଭିନ୍ନ ଗ୍ରାମରେ ପ୍ରାୟ ୪ହଜାର ୬୨୦ ଏବଂ ବାଙ୍କୀ ବ୍ଲକର ବିଭିନ୍ନ ଗ୍ରାମରେ ପ୍ରାୟ ୩ହଜାର ୫୧୦ ହେକ୍ଟର ଚାଷ ଡାଲି ଜାତୀୟ ଏବଂ ପନିପରିବା ଚାଷ ପ୍ରଭାବିତ ହୋଇଥିବା କହିଛନ୍ତି।

Hot this week

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

Related Articles

Popular Categories