ବାଙ୍କୀ: ବାଙ୍କୀ ବିଜ୍ଞାପିତ ଅଂଚଳ ପରିଷଦର ନୂତନ ନିର୍ବାହୀ ଅଧିକାରୀ ଭାବରେ ଯୋଗେଶ୍ୱର ନାୟକ କାର୍ଯ୍ୟାଳୟରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ବିଭିନ୍ନ ମହଲରୁ ତାଙ୍କୁ ସ୍ୱାଗତ କରାଯାଇଛି। ବାଙ୍କୀ ଏନ.ଏ.ସି କର୍ମଚାରୀ ସଂଘ ପକ୍ଷରୁ ପୂର୍ବତନ କାଉନସିଲର ତଥା ସଂଘର ସଭାପତି ସନାତନ ବେହେରା ଶ୍ରୀ ନାୟକଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି। ବରିଷ୍ଠ ସମାଜସେବୀ ସୁବାଷ ପାଢୀ, ପୂର୍ବତନ ଉପନଗରପାଳ ଭାଗିରଥୀ ବିଶ୍ୱାଳ, ପୂର୍ବତନ କାଉନସିଲର ସୈାମେନ୍ଦ୍ର ମିଶ୍ର, ବିକଳ ଗୋଚ୍ଛି, କାଶିନାଥ ପ୍ରଧାନ, ପ୍ରଦୀପ କୁମାର ପ୍ରଧାନ ଓ ସଂଜୟ କୁମାର ପ୍ରଧାନଙ୍କ ସମେତ ବହୁ ଶୁଭେଚ୍ଛୁ ନୂତନ ନିର୍ବାହୀ ଅଧିକାରୀଙ୍କୁ ସ୍ୱାଗତ ଜଣାଇ ବାଙ୍କୀ ଏନ.ଏ.ସିର ବିକାଶ ପାଇଁ କାର୍ଯ୍ୟଧାରା ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଛନ୍ତି।
ସେହିପରି ପରେ ପରେ ସଂକ୍ଷିପ୍ତ ଭାବରେ ବାଙ୍କୀ ଏନ.ଏ.ସି କାର୍ଯ୍ୟାଳୟର ବହୁ ପଦାଧିକାରୀ ଓ କର୍ମଚାରୀମାନେ ନିର୍ବାହୀ ଅଧିକାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ବାଙ୍କୀ ଏନ.ଏ.ସିର ସମସ୍ତ ୧୭ ଗୋଟି ଓାର୍ଡରେ ବିକାଶ ମୂଳକ କାର୍ଯ୍ୟ, ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାର ସୁଧାର ଆସିବା ପାଇଁ ସମସ୍ତ କର୍ମଚାରୀମାନଙ୍କର ସକ୍ରିୟ ସହଯୋଗ କରିବା ପାଇଁ ନୂତନ ଅଧିକାରୀ ଆହ୍ୱାନ ଦେଇଛନ୍ତି।



