www.samajalive.in
Monday, December 15, 2025
15.1 C
Bhubaneswar

ଗାଡ଼ି ଧକ୍କାରେ ଯୁବକ ମୃତ, ଜାତୀୟ ରାଜପଥ ଅବରୋଧ

ରେଙ୍ଗାଲିକେମ୍ପ: ଅତାବିରା ଟେଲିଫୋନ ଏକ୍ସଚେଞ୍ଜ ଛକ ଅନତି ଦୂରରେ ଆଜି ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ସରଣ୍ଡା ଗ୍ରାମର ବିଜୟ ଗଡତିଆ (୩୬)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତ ବିଜୟ ନିର୍ମାଣକlରି ସଂସ୍ଥା ଅଶୋକା ୱିଲକାନରେ ସୁପରଭାଇଜର କାମ କରନ୍ତି। ସେ ଆଜି ଅତାବିରା ପେଟ୍ରୋଲ ପମ୍ପ ପାଖରେ ସଂସ୍ଥାରେ କର୍ମରତ କିଛି ଶ୍ରମିକମାନଙ୍କୁ ପେମେଣ୍ଟ କରିସାରିବା ପରେ ଜାତୀୟ ରାସ୍ତା କଡ଼ରେ ପରିସ୍ରା କରୁଥବା ସମୟରେ ବରଗଡ଼ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ଏକ ୭୦୯ ବୋଝେଇ ଗାଡ଼ି ଧକ୍କା ଦେଇ ଭାରସାମ୍ୟ ହରାଇ ରାସ୍ତା ପlର୍ଶ୍ଵସ୍ଥ ବିଲ ଭିତରକୁ ପଶିଯାଇଥିଲା। ଫଳରେ ଘଟଣା ସ୍ଥଳରେ ବିଜୟଙ୍କ ମୃତ୍ୟୁ ଘଟିଥିଲା। ଡ୍ରାଇଭର ଜଣକ ଫେରାର ଥିବା ଜଣା ପଡିଛି। ଏହି ଘଟଣାରେ ଜନ ସାଧାରଣ ଉତ୍ୟକ୍ତ ହୋଇ ଜାତୀୟ ରାଜପଥକୁ ଅବରୋଧ କରିଥିଲେ। ଗାଡ଼ି ମାଲିକ ନ ଆସିବା ଯାଏଁ ରାସ୍ତା ବନ୍ଦ ରହିବ ବୋଲି ଜଣାପଡିଛି। ଫଳରେ ଉଭୟ ପାର୍ଶ୍ଵରେ ପ୍ରାୟ ଦୁଇ ଦୁଇ କିମି ପର୍ଯ୍ୟନ୍ତ ଯାନବାହନ ଗୁଡିକ ଅଟକ ରହିଥିଲା। ଏହି ଖବର ପାଇ ଅତାବିରା ଥାନା ଅଧିକାରୀ ଅନିଲ ପ୍ରଧାନ ସଦଳ ବଳେ ଘଟଣା ସ୍ଥଳକୁ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories