ରାମନାଗୁଡା : ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ କୁଜେନ୍ଦ୍ରୀ ଗ୍ରାମରେ ବିଜୁ ପକ୍କାଘର ମରାମତି ନିମନ୍ତେ ସହାୟତା ଅର୍ଥରାଶି ପ୍ରଦାନ କରାଯାଇଛି।ଏହି ଅନୁଷ୍ଠିତ କାର୍ୟ୍ୟକ୍ରମରେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଯୋଗଦେଇ ଅର୍ଥରାଶି ପ୍ରଦାନ କରିଥିଲେ।ଏଥିରେ ବିଜୁପକ୍କାଘର ମରାମତି ନିମନ୍ତେ ୩ହଜାର ଟଙ୍କା, ଖାଉଟି ଉପଭୋକ୍ତାଙ୍କୁ ୧ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।ଏଥିରେ ବରିଷ୍ଠ ନାଗରିକ ତଥା ସମାଜସେବୀ ଗୋଲକନାଥ ବେହେରା, ବିଡ଼ିଓ ବେଣୁଧର ଶବର,ପୂର୍ବତନ ସରପଞ୍ଚ ରମେଶ ଶବର,ସଞ୍ଜୀବ ଗାଣ୍ଟା, ଦିଲ୍ଲୀପ ଶବର,ବିଚିତ୍ରାନନ୍ଦ ନାୟକ, ଵେଣୁଧର ଗମାଙ୍ଗ,ପ୍ରସାଦ କାଡ୍ରାକା,ରତ୍ନାକର ଗମାଙ୍ଗ, ଦେବରାଜ ଶବର,ବାଳକୃଷ୍ଣ ଶବର,ପ୍ରସାଦ ଶବର,ବିଜୟ ପାତିକାଙ୍କ ସହ ସମସ୍ତ ବିଜେଡି କର୍ମୀ ଉପସ୍ଥିତ ରହି ସୁଚାରୁରୂପେ ପରିଚାଳନା କରିଥିଲେ।।
Popular Categories



