ଓଡିଶା ବିଧାନସଭାର ବଜେଟ ଅଧିବେଶନରେ ସରକାରଙ୍କୁ ଘେରିବା ପାଇଁ ବିରୋଧି ସଜବାଜ

0

ଭୁବନେଶ୍ୱର:  ମଙ୍ଗଳବାରରେ ଓଡିଶା ବିଧାନ ସଭାର ବଜେଟ ଅଧିବେଶନ ଆରମ୍ଭ ହେବ । ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନା  କରିବେ ।  ଏହାପରେ ୨୦୧୯ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାରୁ ଏହି ବଜେଟର ବେଶ୍ ମହତ୍ୱ ରହିଛି । ତେବେ ନିର୍ବାଚନକୁ ଲକ୍ଷ୍ୟ ରଖି  ଏହାକୁ  କରାଯାଇ ପାରେ ବୋଲି ଆଶଙ୍କା କରାଯାଉଛି । ବିଧାନ ସଭାର ୧୪୭ ବିଧାୟକଙ୍କ ମଧ୍ୟରୁ ବିଜେଡି ନିକଟରେ  ୧୧୭ ଜଣ ସଦସ୍ୟ ରହିଛନ୍ତି । ଏକ ମାସ ପର୍ଯ୍ୟନ୍ତ ବଜେଟ ଅଧିବେଶନ ଚାଲିବ । ସୋମବାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜୁ ଜନତା ଦଳର ବିଧାୟକ ଦଳର ବୈଠକ ବସିଥିଲା ।

ବିଜେପିର ବିଧାୟକ ଦଳର ବୈଠକ ବସି ବଜେଟ ଅଧିବେଶନରେ ଦଳର ରଣନୀତି ସମ୍ପର୍କରେ ଆଲୋଚନାକରା ଯାଇଥିଲା ।  କଂଗ୍ରେସର ଏଆଇସିସି ଅଧିବେଶନ ପୂର୍ବରୁ ବିଧାୟକ ଦଳର ବୈଠକ ବସିଥିଲା ।

କଂଗ୍ରେସ କୁନ୍ଦୁଲି ଘଟଣା ସହ, ଚାଷୀ ଆତ୍ମହତ୍ୟା, ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା  ବିଷୟରେ ସରକାରଙ୍କୁ ଘେରିବ ବୋଲି ବିଧାୟକ ତାରାପ୍ରସାଦ ବାହିନୀ ପତି ସୂଚନା ଦେଇଛନ୍ତି । ରାଜ୍ୟର ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବିଜେପି ପକ୍ଷରୁ ଟାର୍ଗେଟ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ସୂଚନା ଦେଇଛନ୍ତି ।

ସେହିପରି ବିଜେଡି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ,  ମହାନଦୀ ପ୍ରସଙ୍ଗ, ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ଦେବା ଘଟଣାକୁ ବିଧାନ ସଭାରେ ଉତ୍‌ଥାପନ କରିବ , ବିରୋଧି ଦଳର ସମସ୍ତ ପ୍ରଶ୍ନର ଉତ୍ତର ଦେବ ବୋଲି ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର କହିଛନ୍ତି ।

prayash

ଏହି ସବୁ ବିଷୟରେ ବିଧାନ ସଭାରେ ଚର୍ଚ୍ଚା ହୋଇପାରେ ।

କୁନ୍ଦଲି ଘଟଣା, ପାନୀୟ ଜଳ ସମସ୍ୟା , ଚାଷୀ ଆତ୍ମହତ୍ୟା, ରାଜ୍ୟରେ ବିପର୍ଯ୍ୟୟ ଆଇନ ଶୃଙ୍ଖଳା ବ୍ୟବସ୍ଥା  ବିଷୟରେ ବିରୋଧି ଦଳର ପ୍ରସଙ୍ଗ ହୋଇପାରେ ।

ଓଡିଶା ସରକାରୀ(ସଂଶୋଧନ)   ଭାଷା ବିଲ୍‌, ଓଡିଶା ବାଣିଜ୍ୟ ପ୍ରତିଷ୍ଠାନ (ସଂଶୋଧନ ) ବିଲ୍‌ ଆଗତ ହୋଇପାରେ ।

୨୦୧୮-୧୯ର ବାର୍ଷିକ ବଜେଟ ୧.୨୦ କୋଟି ଟଙ୍କାର ହୋଇପାରେ । ଆବାସ ଓ ବିଦ୍ୟୁତ୍‌କରଣକୁ ଗରୁତ୍ୱ ଦିଆଯାଇ ପାରେ ।

Leave A Reply