୧୦୨ ବର୍ଷୀୟା ଭାରତୀୟ ମହିଳା ବିଶ୍ୱ ବୟସ୍କ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ଜିତିଲେ ସ୍ୱର୍ଣ୍ଣ ପଦକ

0

ମାଡ୍ରିଡ .-  ଚଣ୍ଡୀଗଡ଼ର ବାସିନ୍ଦା  ୧୦୨  ବର୍ଷୀୟା ମନ୍‌ କୌର ବିଶ୍ୱ ମାଷ୍ଟରସ୍‌ ଆଥଲେଟିକସ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୦୦ରୁ ୧୦୪ ବର୍ଗଙ୍କ ପାଇଁ ଅନୁଷ୍ଠିତ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ସେ ପ୍ରଥମସ୍ଥାନ ଅଧିକାର କରିଛନ୍ତି ।

୩ ମିନିଟ ଓ ୧୪.୬୫ ସେକେଣ୍ଡରେ ସେ ଏହି ଦୂରତାକୁ ଅତିକ୍ରମ କରିଥିଲେ । ଚଳିତ ବର୍ଷ ସ୍ପେନ୍‌ରେ ଏହି କ୍ରୀଡାକୁ ଆୟୋଜନ କରାଯାଉଛି ।  କୌର ୯୩ ବର୍ଷ ବୟସରେ ବୟସ୍କମାନଙ୍କ ପାଇଁ ଆୟୋଜିତ ବିଶ୍ୱ ଦୌଡ କୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଆରମ୍ଭ କରିଥିଲେ । ତାଙ୍କର ୭୮ ବର୍ଷିୟ ପୁଅ ଗୁରୁ ଦେବ ଏଥିପାଇଁ ତାଙ୍କୁ ଉତ୍ସାହିତ କରିଥିଲେ ।  ତାଙ୍କର ପୁଅ ବି ବୟସ୍କଙ୍କ ପାଇଁ ଆୟୋଜିତ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ବୟସ୍କଙ୍କପାଇଁ ଅଲମ୍ପିକ ପ୍ରତିଯୋଗିତା ଆୟୋଜନ ପାଇଁ ଉଭୟ ଦାବି କରିଛନ୍ତି ।

Leave A Reply