୧୦୨ ବର୍ଷୀୟା ଭାରତୀୟ ମହିଳା ବିଶ୍ୱ ବୟସ୍କ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ଜିତିଲେ ସ୍ୱର୍ଣ୍ଣ ପଦକ
ମାଡ୍ରିଡ .- ଚଣ୍ଡୀଗଡ଼ର ବାସିନ୍ଦା ୧୦୨ ବର୍ଷୀୟା ମନ୍ କୌର ବିଶ୍ୱ ମାଷ୍ଟରସ୍ ଆଥଲେଟିକସ୍ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୦୦ରୁ ୧୦୪ ବର୍ଗଙ୍କ ପାଇଁ ଅନୁଷ୍ଠିତ ୨୦୦ ମିଟର ଦୌଡ ପ୍ରତିଯୋଗିତାରେ ସେ ପ୍ରଥମସ୍ଥାନ ଅଧିକାର କରିଛନ୍ତି ।
୩ ମିନିଟ ଓ ୧୪.୬୫ ସେକେଣ୍ଡରେ ସେ ଏହି ଦୂରତାକୁ ଅତିକ୍ରମ କରିଥିଲେ । ଚଳିତ ବର୍ଷ ସ୍ପେନ୍ରେ ଏହି କ୍ରୀଡାକୁ ଆୟୋଜନ କରାଯାଉଛି । କୌର ୯୩ ବର୍ଷ ବୟସରେ ବୟସ୍କମାନଙ୍କ ପାଇଁ ଆୟୋଜିତ ବିଶ୍ୱ ଦୌଡ କୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ଆରମ୍ଭ କରିଥିଲେ । ତାଙ୍କର ୭୮ ବର୍ଷିୟ ପୁଅ ଗୁରୁ ଦେବ ଏଥିପାଇଁ ତାଙ୍କୁ ଉତ୍ସାହିତ କରିଥିଲେ । ତାଙ୍କର ପୁଅ ବି ବୟସ୍କଙ୍କ ପାଇଁ ଆୟୋଜିତ ଦୌଡକୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି । ବୟସ୍କଙ୍କପାଇଁ ଅଲମ୍ପିକ ପ୍ରତିଯୋଗିତା ଆୟୋଜନ ପାଇଁ ଉଭୟ ଦାବି କରିଛନ୍ତି ।
LOOK AT THAT SMILE !!! Man Kaur from India wins the 200m GOLD in the World Masters Athletics #WMAMalaga2018. Age group 100- 104 years!!
What a privilege for every person in the world to see her in action and to share her joy ??#PinkathonFOREVER pic.twitter.com/hDvWc3EVVf— Milind Usha Soman (@milindrunning) September 11, 2018