କଣ୍ଟାବାଞ୍ଜିରେ ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ ପ୍ରସଙ୍ଗରେ ଆଲୋଚନା ଚକ୍ର
କଣ୍ଟାବାଞ୍ଜି: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କଣ୍ଟାବାଞ୍ଜିରେ ଶିକ୍ଷା ବିକାଶ ସମିତି କଣ୍ଟାବାଞ୍ଜି ସଂକୁଳର ବିଦ୍ବତ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ ଶିକ୍ଷା ନୀତି-୨୦୨୦ର ସଫଳତା ଦିଗରେ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ଅଭିଭାବିକାଙ୍କ ଭୂମିକା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। କଣ୍ଟାବାଞ୍ଜି, ବେଲପଡା, ଲାଠୋର, ବଙ୍ଗୋମୁଣ୍ଡା, ଭାଲୁମୁଣ୍ଡା, ଘାଗୁର୍ଲି, ଚଣାବାହାଲ, ଲର୍କୀ, ଇଚ୍ଛାପରା ଓ କୁଣ୍ଡାବୁଟୁଲା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ବତ ପରିଷଦର କାର୍ଯ୍ୟକର୍ତ୍ତାଙ୍କ ସହିତ ପ୍ରଧାନ ଆଚାର୍ୟ୍ୟ ଆଚାର୍ୟ୍ୟା ତଥା ପ୍ରମୁଖ ଆଚାର୍ଯ୍ୟ ଆଚାର୍ଯ୍ୟ ଯୋଗଦେଇ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।
ସଂକୁଳ ପ୍ରମୁଖ ରାମଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ତଥା ସଂକୁଳ ସଂଯୋଜକ ଶ୍ୟାମ ସୁନ୍ଦର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବିଦ୍ବତ ପରିଷଦର ଅଧ୍ୟକ୍ଷ ମନୋଜ କୁମାର ମହାକୁଡ ଏବଂ ସ୍ଥାନୀୟ ବିଦ୍ୟାଳୟର ପରିଚାଳନା ସମିତିର ଉପ ସଭାପତି ସୁଷମା ମହାନନ୍ଦ,ସମ୍ପାଦକ ବ୍ରଜଶ୍ୟାମ ଗୁରୁ କୋଷାଧ୍ୟକ୍ଷ କୁଞ୍ଜ ବିହାରୀ ବେହେରା, ସଦସ୍ୟା ଅଞ୍ଜଳି ମାଝୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଅଭିମତ ପ୍ରଦାନ କରିଥିଲେ।
Comments are closed.