www.samajalive.in
Sunday, December 7, 2025
26.1 C
Bhubaneswar

ସ୍ୱାସ୍ଥ୍ୟ ପାଇଁ କିଛି ସରଳ ଉପାୟ

ବର୍ତ୍ତମାନ କରୋନାର ପ୍ରକୋପ ଜାରି ରହିଛି। ଏଭଳି ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ସହ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ଦିଗରେ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ମଧ୍ୟ ଆବଶ୍ୟକ। ଯାହାଦ୍ୱାରା ରୋଗ ପ୍ରତିରୋଧକଶକ୍ତି ବୃଦ୍ଧି ପାଇବା ସହ ରୋଗରୁ ଶରୀରକୁ ରକ୍ଷା କରିଥାଏ।
ବିଶେଷଜ୍ଞଙ୍କ ଅନୁଯାୟୀ, ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଲୁହାର ତାୱା, କଡେଇ ବ୍ୟବହାର କରନ୍ତୁ। ଏହାଦ୍ୱାରା ଶରୀରରେ ଶକ୍ତି ଓ ହିମୋଗ୍ଲୋବିନ୍‍ ସଠିକ ରହିଥାଏ।
ଘରେ ଦହି ପ୍ରସ୍ତୁତ କରନ୍ତୁ ଓ ଏଥିରେ କିଛି କିସମିସ ମିଶାଇ ମଧ୍ୟାହ୍ନ ଭୋଜନ ପରେ ଖାଆନ୍ତୁ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ।
ସପ୍ତାହକୁ ୨ ଥର ଆଖୁ ରସ ପିଅନ୍ତୁ।
ରାତିରେ ଶୋଇବା ପୂର୍ବରୁ ପାଟିରେ ଘିଅ ଲଗାଇ ଶୁଅନ୍ତୁ।
ଖାଦ୍ୟ ସହ ଯେକୌଣସି ଚଟଣି ଖାଆନ୍ତି। ଯେପରି ଧନିଆ, ପୁଦିନା ଆଦି।
ଡାଲି ପ୍ରସ୍ତୁତ କରିବା ପୂର୍ବରୁ ଭିଜାଇ ରଖନ୍ତୁ। ସପ୍ତାହରେ ୫ ପ୍ରକାରର ଡାଲି ଖାଆନ୍ତୁ। ଭାତ ସହ ଡାଲି ଖାଆନ୍ତୁ।
କେଶ ମୂଳ ଓ କେଶକୁ ସୁସ୍ଥ ରଖିବା ପାଇଁ ସପ୍ତାହକୁ ଥରେ ତେଲ ମାଲିସ କରନ୍ତୁ।
ତୁଳସୀପତ୍ର –
ପ୍ରତିଦିନ ଖାଲି ପେଟରେ ୬ ରୁ ୭ଟି ତୁଳସୀ ପତ୍ର ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ବେଶ ଲାଭଦାୟକ ।
ରସୁଣ –
ନିୟମିତ ୧ମାସ ପର୍ୟ୍ୟନ୍ତ ୧ରୁ୨ଟି ରସୁଣ ପାଖୁଡ଼ା ପ୍ରତିଦିନ ଖାଇବା ଦ୍ୱାରା , ନିୟମିତ ନଡ଼ିଆ ତେଲକୁ ଗରମ କରି ଅଣ୍ଟାରେ ଲଗାଇଲେ, ନିୟମିତ କ୍ଷୀରରେ ଏକ ଚାମଚ ମହୁ ମିଶାଇ ପିଇବା ଦ୍ୱାରା ଅଣ୍ଟା ବିନ୍ଧା ଦୂର ହୋଇଥାଏ।
ଅଦା ଚାହା –
ଏକ କପ ପାଣି ଫୁଟାଇ ସେଥିରେ ଅଳ୍ପ ଚାହାପତି ଓ ୧ଚାମଚ ଅଦା ପକାଇ କିଛି ସମୟ ଫୁଟାଇ ଛାଣନ୍ତୁ। ଏଥିରେ ଏକ ଚାମଚ ମହୁ ମିଶାଇ ପିଅନ୍ତୁ। ଏହାକୁ ନିୟମିତ ଏକ ସପ୍ତାହ ପିଇଲେ ଅଣ୍ଟା ବିନ୍ଧାରୁ ମୁକ୍ତି ମିଳିଥାଏ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories