www.samajalive.in
Sunday, December 7, 2025
18.1 C
Bhubaneswar

ସାନିଆ ମିର୍ଜାଙ୍କ କୁନି ପୁଅ ଇଜି ଏହି କାମ କରି ଚର୍ଚ୍ଚାରେ

ଟେନିସ୍ ତାରକା ସାନିଆ ମିର୍ଜା କିଛି ସପ୍ତାହ ତଳେ ଶ୍ବଶୁର ଘର ପାକିସ୍ତାନର ସିଆଲକୋଟ୍ ଯାଇଥିଲେ। ଏକ ଲମ୍ବା ସମୟ ପରେ ସାନିଆ ସେଠାକୁ ଆସିଥିବାରୁ ବିଭିନ୍ନ ଆଡ଼ୁ ନିମନ୍ତ୍ରଣ ଛୁଟି ଆସିଲା। ସେଠିକାର ଲୋକପ୍ରିୟ ଟେଲିଭିଜନ କାର୍ୟ୍ୟକ୍ରମରେ ସ୍ବାମୀ ସୋଏବ୍ ମଲିକ୍‌ଙ୍କ ସହ ଭାଗ ନେବାକୁ ଡାକରା ଆସିଲା। ୩ ବର୍ଷର ପୁଅ ଇଜହାନ୍, ସ୍ବାମୀଙ୍କ ସହ ସାନିଆ କାର୍ୟ୍ୟକ୍ରମରେ ଉପସ୍ଥିତ ହେଲେ। କାର୍ୟ୍ୟକ୍ରମର ଉପସ୍ଥାପକ ଅହସାନ୍ ଖାନ୍‌‌ଙ୍କ ସହ ସେମାନଙ୍କର ଥଟ୍ଟା, ମଜା କିଛି ସମୟ ଚାଲିଲା। କୁନି ପୁଅ ଇଜହାନ୍‌ ମଧ୍ୟ ସେଠାରେ ସମସ୍ତଙ୍କ ମନ ଜିଣୁଥାଏ। ଅହସାନ୍‌ ବାର୍ତ୍ତାଳାପ ମଧ୍ୟରେ ଇଜହାନ୍‌ଙ୍କୁ ପାଖକୁ ଡାକି ମାଇକ୍ ଧରାଇଲେ। ଛୋଟ ପିଲାଟିକୁ ସେ ଗୀତ ଗାଇବାକୁ କହିଲେ। ସଙ୍ଗେସଙ୍ଗେ ସାନିଆ ବଡ଼ ପାଟି କରି କହିଲେ, ଇଜି (ଶ୍ରଦ୍ଧାରେ ସାନିଆ ପୁଅକୁ ଇଜି ଡାକନ୍ତି), ଦୟାକରି ତୁମେ ଜାଣିଥିବା ସେସବୁ ଗୀତ ଗାଅନାହିଁ।

ଉପସ୍ଥାପକ ସାନିଆଙ୍କୁ ପଚାରିଲେ, ଇଜହାନ୍ କେଉଁ ଗୀତ ଗାଉଛି କି? ହସିହସି ସାନିଆ କହିଲେ, ମୋ ପୁଅର ପ୍ରିୟ ଗୀତ ହେଉଛି ‘ଗୋରେ ଗୋରେ ମୁଖଡେ ପେ କାଲାକାଲା ଚଷମା’। ଉପସ୍ଥିତ ଅନ୍ୟମାନେ ଇଜହାନ୍‌ଙ୍କ ଗୀତ ଶୁଣି ହସିହସି ବେଦମ୍ ହୋଇଗଲେ। ଅହସାନ୍ ମଜାରେମଜାରେ ଅନ୍ୟ କେତୋଟି କଥା ମଧ୍ୟ ଏହି ଦମ୍ପତିଙ୍କୁ ପଚାରିଥିଲେ। ସେ ପଚାରିଥିଲେ, ସୋଏବ୍‌ ଆପଣ ବିବାହ ପରଠାରୁ ସାନିଆଙ୍କ ଜନ୍ମଦିନ କେବେ ଭୁଲିଛନ୍ତି କି? କାମର ଚାପରେ ସେ ନିଜ ଜନ୍ମଦିନକୁ ମଧ୍ୟ ଅନେକଥର ଭୁଲିଯାଇଛନ୍ତି ବୋଲି କହିଲେ ସୋଏବ୍। ସାନିଆ ଏହା ଶୁଣି କହିଲେ, ତୁମେ ନିଜ ଜନ୍ମଦିନ ଭୁଲି ପାର କିନ୍ତୁ ମୋ ଜନ୍ମଦିନ କେବେହେଲେ ଭୁଲିବ ନାହିଁ। ସୋଏବ୍‌ ମଧ୍ୟ ଏ ଦିଗରେ ବେଶ୍ ସତର୍କ ବୋଲି ହସି କହିଥି​‌େଲ। ସାନିଆ-ସୋଏବଙ୍କ ଦାମ୍ପତ୍ୟ ଜୀବନର ୧୧ ବର୍ଷ ଅତିବାହିତ ହୋଇଗଲାଣି। ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୋଏବ୍ ମଲିକ୍ ନିଜ ଖେଳ ପାଇଁ ଅଧିକାଂଶ ସମୟ ଦେଶବିଦେଶରେ ରହନ୍ତି। ସାନିଆ ମଧ୍ୟ ସେଇଭଳି ବ୍ୟସ୍ତ। କିଛି ମାସ ତଳେ ଦୁହେଁ ଦୁବାଇରେ ଏକ ସୁରମ୍ୟ ଅଟ୍ଟାଳିକା କିଣି ଛୁଟି ସମୟରେ ସେଇଠାରେ ଏକାଠି ରହିବାକୁ ସ୍ଥିର କରିଛନ୍ତି।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories