www.samajalive.in
Monday, December 15, 2025
24.1 C
Bhubaneswar

ସଡ଼କ ଦୁର୍ଘଟଣାରେ କାର୍ଯ୍ୟରତ ସବ୍‌ ଇନିସ୍‌ପେକ୍ଟରଙ୍କ ମୃତ୍ୟୁ

ନବରଙ୍ଗପୁର ( ଆ ପ୍ର ) – ନବରଙ୍ଗପୁର ଜିଲ୍ଲାରେ କାର୍ଯ୍ୟରତ ପୋଲିସ୍‌ ସବ ଇନ୍ସପେକ୍ଟର ରଞ୍ଜିତ କୁମାର ଭୋଇଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ନବରଙ୍ଗପୁର ସହ ର ଚାମୂରିଆଗୁଡା ଅଞ୍ଚଳରେ ଏକ ଦୁର୍ଘଟଣାରେ ସେ ଗୁରୁତର ହୋଇ ନବରଙ୍ଗପୁର ମେଡିକାଲ ରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ସେ କୌଣସି କାମରେ ଯାଉଥିବା ବେଳେ ଏକ ଟ୍ରକ ତାଙ୍କ ମଟର ସାଇକେଲ କୁ ଧକ୍କାଦେବା ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ।

ତାଙ୍କୁ ଜିଲ୍ଲା ମୂଖ୍ୟ ଚିକିତ୍ସାଲୟକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ , କିଛିଦିନ ତଳେ ତାଙ୍କର ଢେଙ୍କାନାଳ ଜିଲ୍ଲାକୁ ବଦଳି ହୋଇ ଥିଲା । ସେ ନବରଙ୍ଗପୁର ଜିଲ୍ଳାରୁ ଋଲିଭ ହୋଇ ଢେ଼ଙ୍କାନାଳ ଜିଲ୍ଲାରେ ଯୋଗ ଦେବାକୁ ଯିବାକୁ ଥିବାବେଳେ ଏହି ଘଟଣା ଘଟିଗଲା । ତାଙ୍କ ମୃତ୍ୟୁରେ ପୋଲିସ ବିଭାଗ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛଦ ପରେ ବୁଧବାର ଅପରାହ୍ନ ରେ ତାଙ୍କର ଶବ କୁ ତାଙ୍କ ପୈତୃକ ଗ୍ରାମ ଅନଗୁଳ କୁ ପଠାଯାଇଥିଲା । ଏହି ସମୟରେ ପାପଡାହାଣ୍ଡି ଥାନା ଏସଡିପିଓ ଆଦିତ୍ୟ ସେନ, ଆଇଆଇସି ଶୁଭେନ୍ଦୁ କୁମାର ଶବର ଓ ଥାନା କର୍ମଚାରୀମାନେ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରିଥିଲେ ।

Hot this week

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

Related Articles

Popular Categories